ନୂଆଦିଲ୍ଲୀ: ପୁନର୍ବାର ଘୁଞ୍ଚିଛି କଂଗ୍ରେସ ଅଧ୍ୟକ୍ଷ ଚୟନ ପାଇଁ ହେବାକୁ ଥିବା ନିର୍ବାଚନ । ମହାମାରୀ କୋରୋନାର ସଂକ୍ରମଣ ମାମଲାରେ ରେକର୍ଡ ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଛି । ଦଳର କହିବାନୁଯାୟୀ ବର୍ତ୍ତମାନ ଦେଶରେ ସଂକ୍ରମଣ ସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି ।
ଏହା ପୂର୍ବରୁ 23 ଜୁନରେ ଦେଶର ସର୍ବପୁରାତନ ଦଳକୁ ଏହାର ସ୍ଥାୟୀ ଅଧ୍ୟକ୍ଷ ମିଳିବା ନେଇ ଆଶା ରହିଥିଲା । କାରଣ ଏହି ଦିନ ଦଳରେ ଅଧ୍ୟକ୍ଷ ଚୟଲ ପାଇଁ ନିର୍ବାଚନ କରିବାକୁ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ନିଆଯାଇଥିଲା ନିଷ୍ପତ୍ତି । ହେଲେ ସଂକ୍ରମଣ ବୃଦ୍ଧିକୁ କାରଣ ଦର୍ଶାଇ ଏହି ନିର୍ବାଚନକୁ ପୁଣି ଘୁଞ୍ଚାଇ ଦିଆଯାଇଛି ।