ETV Bharat / bharat

କରଣପୁର ଆସନ ମତଦାନ ତାରିଖ ଘୋଷଣା, ଜାନୁଆରୀ ୫ରେ ପଡିବ ଭୋଟ - କରଣପୁର ଆସନ ମତଦାନ ତାରିଖ ଘୋଷଣା

ରାଜସ୍ଥାନ କରଣପୁର ଆସନ ମତଦାନ ତାରିଖ ଘୋଷଣା । କଂଗ୍ରେସ ପ୍ରାର୍ଥୀଙ୍କ ଦେହାନ୍ତ ପରେ ବାତିଲ କରାଯାଇଥିଲା ମତଦାନ । ଅଧିକ ପଢନ୍ତୁ

Election in Karanpur assembly
Election in Karanpur assembly
author img

By ETV Bharat Odisha Team

Published : Dec 5, 2023, 9:45 PM IST

ଜୟପୁର: ରାଜସ୍ଥାନ ଶ୍ରୀଗଙ୍ଗାନଗର ଜିଲ୍ଲାର ଶ୍ରୀକରଣପୁର ବିଧାନସଭା ଆସନ ଲାଗି ମତଦାନ ତାରିଖ ଘୋଷଣା । ଆସନ୍ତା ଜାନୁଆରୀ ୫ ତାରିଖରେ ପଡ଼ିବ ଭୋଟ । ଏହି ଆସନରେ କଂଗ୍ରେସ ପ୍ରାର୍ଥୀ ଗୁରମିତ ସିଂ କୁନ୍ନରଙ୍କ ନିଧନ ଯୋଗୁଁ ଚଳିତ ବିଧାନସଭା ନିର୍ବାଚନରେ ଏହି ଆସନରେ ଭୋଟ ଗ୍ରହଣ ହୋଇପାରିନଥିଲା । ଭାରତୀୟ ନିର୍ବାଚନ ଆୟୋଗ ଏହି ଆସନରେ ଭୋଟିଂ ଲାଗି ତାରିଖ ଘୋଷଣା କରିଛନ୍ତି । ଜାନୁଆରୀ ୫ତାରିଖରେ ମତଦାନ ଥିବା ବେଳେ ୮ ତାରିଖରେ ହେବ ଭୋଟ ଗଣତି ।

କରଣପୁର ଆସନ ମତଦାନ ତାରିଖ ଘୋଷଣା
କରଣପୁର ଆସନ ମତଦାନ ତାରିଖ ଘୋଷଣା

ଏହି ନିର୍ବାଚନ ସମ୍ବନ୍ଧିତ ନୋଟିଫିକେସନ ଆସନ୍ତା ୧୨ ତାରିଖରେ ଜାରି କରାଯିବ । ଏହାପରେ ଡିସେମ୍ବର ୧୯ ତାରିଖରେ ପ୍ରାର୍ଥୀମାନେ ନିଜର ନାମାଙ୍କନ ପତ୍ର ଦାଖଲ କରିବେ । ୨୦ ତାରିଖରେ ନାମାଙ୍କନ ପତ୍ରର ଯାଞ୍ଚ କରାଯିବ । ଭାରତୀୟ ନିର୍ବାଚନ ଆୟୋଗ ଆଜି ମତଦାନ ତାରିଖ ଘୋଷଣା କରିବା ସହିତ ନିର୍ବାଚନ କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ଘୋଷଣା କରିଛନ୍ତି । ଏହି ନିର୍ବାଚନ ଲାଗି କରଣପୁର ବିଧାନସଭା ଆସନରୁ କଂଗ୍ରେସ ଗୁରମିତ ସିଂଙ୍କୁ ଟିକେଟ ଦେଇଥିଲା । ହେଲେ ସେ ବ୍ରେନଷ୍ଟ୍ରୋକରେ ପୀଡ଼ିତା ହେବା ପରେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଗୁରମିତଙ୍କ ଦେହାନ୍ତ ଘଟିଥିଲା । ଫଳରେ ଏହି ଆସନରେ ମତଦାନକୁ ବାତିଲ କରାଯାଇଥିଲା ।

ଏହା ବି ପଢନ୍ତୁ- ରାଜସ୍ଥାନ ଜନାଦେଶ 2023: ବଜାୟ ରହିଲା ପରମ୍ପରା, ବିଜେପିକୁ ପୂର୍ଣ୍ଣ ବହୁମତ

ଗୁରମିତ ଏହି ଆସନରୁ ୩ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଗୁରମିତଙ୍କ ଦେହାନ୍ତ ପରେ କଂଗ୍ରେସକୁ ଧକ୍କା ଲାଗିଥିଲା । ଗୁରମିତ ପୂର୍ବରୁ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ନିଜ ପୁଅ ଲାଗି ଟିକେଟ ମାଗିଥିଲେ । ହେଲେ ଦଳ ପୁଅ ବଦଳରେ ପୁଣି ତାଙ୍କୁ ଟିକେଟ ଦେଇଥିଲା । ଗୁରମିତ ୧୯୯୮ରେ କଂଗ୍ରେସରୁ ଟିକେଟ ପାଇଁ ନିର୍ବାଚନ ଜିତିଥିବା ବେଳେ ୨୦୦୮ରେ ସ୍ବାଧୀନ ପ୍ରାର୍ଥୀ ଭାବେ ବିଧାନସଭାରେ ପହଞ୍ଚିଥିଲେ । ଏହାପରେ ୨୦୧୮ରେ ସେ ପୁଣି କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଜିତିଥିଲେ । ଏଣୁ ଦଳ ପୁଣି ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଟିକେଟ ଦେଇଥିଲା ।

ସୂଚନା ଥାଉ କି ୨୦୦ ଆସନ ବିଶିଷ୍ଟ ରାଜସ୍ଥାନରେ ଚଳିତ ଥର ୧୯୯ ଆସନରେ ଭୋଟ ପଡ଼ିଥିଲା । ତେବେ ରାଜସ୍ଥାନରେ ପରମ୍ପରା ବଜାୟ ରଖିଲେ ଜନତା । ପୁଣି ସତ୍ତା ପରିବର୍ତ୍ତନ ହୋଇଛି । କଂଗ୍ରେସ ପରେ ପୂର୍ବ ପରମ୍ପରା ଅନୁଯାୟୀ ଆସିଛି ବିଜେପି ସରକାର । ବିଜେପିକୁ ପୂର୍ଣ୍ଣ ବହୁମତ ମିଳିଛି । ୧୯୯ ବିଧାନସଭା ଆସନ ବିଶିଷ୍ଟ ରାଜସ୍ଥାନରେ ବିଜେପିକୁ ମିଳିଛି ୧୧୫ ଆସନ । ଫାଇନାଲ ପୂର୍ବରୁ ସେମି ଫାଇନାଲରେ ବିଜେପି ପାଇଁ ନିଶ୍ଚିତ ଏହା ଶୁଭ ସଙ୍କେତ । ବିଜେପି ରାଜସ୍ଥାନ ସମେତ ୩ଟି ରାଜ୍ୟରେ ସରକାର ଗଢିବାକୁ ଯାଉଛି । ରାଜସ୍ଥାନରେ ୫ ବର୍ଷ ପରେ ପୁଣି କମ୍‌ବ୍ୟାକ୍‌ କରିଛି ବିଜେପି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.