ETV Bharat / bharat

2 ନାବାଳିକା ଝିଅକୁ ନିର୍ବାଚନୀ ପ୍ରଚାରରେ ସାମିଲ କରି ଅଡୁଆରେ ତାମିଲନାଡୁ ମନ୍ତ୍ରୀ

author img

By

Published : Mar 20, 2021, 10:50 PM IST

ତାମିଲନାଡୁ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଅଧିକ ପଢନ୍ତୁ...

ନିଜ 2 ନାବାଳିକା ଝିଅଙ୍କୁ  ନିର୍ବାଚନୀ ପ୍ରଚାରରେ ସାମିଲ କରି ଅଡୁଆରେ ତାମିଲନାଡୁ ମନ୍ତ୍ରୀ
ନିଜ 2 ନାବାଳିକା ଝିଅଙ୍କୁ ନିର୍ବାଚନୀ ପ୍ରଚାରରେ ସାମିଲ କରି ଅଡୁଆରେ ତାମିଲନାଡୁ ମନ୍ତ୍ରୀନିଜ 2 ନାବାଳିକା ଝିଅଙ୍କୁ ନିର୍ବାଚନୀ ପ୍ରଚାରରେ ସାମିଲ କରି ଅଡୁଆରେ ତାମିଲନାଡୁ ମନ୍ତ୍ରୀନିଜ 2 ନାବାଳିକା ଝିଅଙ୍କୁ ନିର୍ବାଚନୀ ପ୍ରଚାରରେ ସାମିଲ କରି ଅଡୁଆରେ ତାମିଲନାଡୁ ମନ୍ତ୍ରୀ

ଚେନ୍ନାଇ: ତାମିଲନାଡୁ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ତାହା ପୂର୍ବରୁ ରାଜ୍ୟରେ ରାଜନୀତିର ତାତି ମଧ୍ୟ ଜୋର ଧରିବାକୁ ଲାଗିଲାଣି । ତେବେ ତାମିଲନାଡୁର ସ୍ବାସ୍ଥ୍ୟମନ୍ତ୍ରୀ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଥିବାବେଳେ ତାଙ୍କ ବିରୋଧରେ ଆସିଛି ନିର୍ବାଚନ ଆଚରଣ ବିଧି ଉଲଙ୍ଘନର ଅଭିଯୋଗ ।

ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ସମସ୍ତ ନିୟମ ଘୋଷଣା କରିଛନ୍ତି । ଏଥିରେ କୁହାଯାଇଛି ଯେ କୌଣସି ଶିଶୁ ନିର୍ବାଚନ ଅଭିଯାନରେ ଜଡିତ ହେବେ ନାହିଁ । ତେବେ ମନ୍ତ୍ରୀ ବିଜୟ ଭାସ୍କର ତାଙ୍କର ଦୁଇ ଝିଅଙ୍କ ସହ ଅନେକ ସ୍ଥାନରେ ପ୍ରଚାର କରୁଥିବା ଦେଖାଯାଉଛି । କିନ୍ତୁ ଅଭିଯୋଗର କାରଣ ହେଉଛି ତାଙ୍କର ଦୁଇ ଝିଅ ନାବାଳିକା ବୋଲି ଜଣାପଡିଛି । ଜଣଙ୍କ ବୟଷ 15 ବର୍ଷ ହୋଇଥିବାବେଳେ ଅନ୍ୟ ଜଣେ 10 ବର୍ଷ ବୟସର ବୋଲି ସୂଚନା ରହିଛି । ତେବେ ଏହି ଘଟଣାରେ ନିର୍ବାଚନୀ ଆଚରଣ ବିଧି ଉଲଙ୍ଘନ ହେଉଥିବା ଦର୍ଶାଇ ନିର୍ବାଚନ କମିଶନ ଏହାକୁ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ବିରୋଧୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.