ETV Bharat / bharat

ଛତିଶଗଡରେ ଲିଡ୍ କରୁଛି ବିଜେପି; ପୁତୁରାକୁ ଟକ୍କର ଦେଉଛନ୍ତି ବଘେଲ, ରମଣ ସିଂ ଆଗୁଆ - ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ

ଛତିଶଗଡରେ ଆଗୁଆ ରହିଛି ବିଜେପି । କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳୁଛି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Dec 3, 2023, 10:38 AM IST

ରାୟପୁର: ଛତିଶଗଡର ୯୦ ବିଧାନସଭା ଆସନରେ ଚାଲିଛି ଭୋଟ ଗଣତି । ସକାଳୁ ୮ଟାରୁ ପ୍ରଥମେ ବାଲାଟ ପେପରେ ଗଣତି ପରେ ଇଭିଏମ୍ ଗଣତି ହେଉଛି । ତେବେ ପ୍ରାଥମିକ ଟ୍ରେଣ୍ଡରେ ଆଗୁଆ ରହିଛି ବିଜେପି । ଖବର ଲେଖା ହେବା ସୁଦ୍ଧା ବିଜେପି ପ୍ରାର୍ଥୀମାନେ ୨୮ଟି ଆସନରେ ଲିଡ୍ କରୁଥିବା ବେଳେ କଂଗ୍ରେସ ୨୫ ଆସନ ସହିତ ପଛୁଆ ରହିଛି । ସିପିଆଇ ଗୋଟିଏ ଆସନରେ ଲିଡ୍ କରୁଛି । ତେଣୁ ରାଜ୍ୟରେ ମୁଖ୍ୟତଃ କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳୁଛି ।

ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ପାଟନ ଆସନରୁ ଲିଡ୍ କରୁଛନ୍ତି । ଏଠି ବାଘେଲଙ୍କୁ ମାତ୍ ଦେବାକୁ ବିଜେପି ତାଙ୍କର ପୁତୁରା ତଥା ଦୁର୍ଗ ସାଂସଦ ବିଜୟ ବାଘେଲଙ୍କୁ ମୈଦାନରେ ଛିଡା କରିଛି । ଉପମୁଖ୍ୟମନ୍ତ୍ରୀ ଟିଏସ୍ ସିଂହଦେଓ ମଧ୍ୟ ପ୍ରାରମ୍ଭିକ ଟ୍ରେଣ୍ଡରେ ଅମ୍ବିକା ଆସନରରେ ବିଜେପି ପ୍ରାର୍ଥୀଙ୍କ ଠାରୁ ଆଗୁଆ ଅଛନ୍ତି । ସେପଟେ ହାଇପ୍ରୋଫାଇଲ ସିଟ୍ ରାଜନନ୍ଦଗାଓଁ ନିର୍ବାଚନ ମଣ୍ଡଳୀରେ ଜବରଦସ୍ତ ମୁକାବିଲା ଦେଖିବାକୁ ମିଳୁଛି ।

ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ରମଣ ସିଂହ ଏହି ଆସନରୁ ପ୍ରତିଦ୍ବନ୍ଦିତା କରୁଛନ୍ତି । ତାଙ୍କ ବିପକ୍ଷରେ ମୈଦାନକୁ ଓହ୍ଲାଇଛନ୍ତି କଂଗ୍ରେସର ଗିରିଶ ଦେବାଙ୍ଗନ । ବର୍ତ୍ତମାନ ସୁଦ୍ଧା ରମଣ ସିଂହ କଂଗ୍ରେସ ପ୍ରାର୍ଥୀଙ୍କୁ ପଛରେ ପକାଇ ଲିଡ୍ କରୁଛନ୍ତି । ତେବେ ରାଜନନ୍ଦଗାଓଁ ରମନ ସିଂହଙ୍କ ଗଡ ଭାବେ ଜଣାଶୁଣା । ୨୦୦୮ରୁ ଏହି ଆସନ ତାଙ୍କ କବ୍‌ଜାରେ ରହିଆସିଛି । ୨୦୦୮, ୨୦୧୩ ଓ ୨୦୧୮ ନିର୍ବାଚନରେ ଲଗାତାର ରମନ ଏଠାରୁ ବିଜୟୀ ହେଉଛନ୍ତି । ତେଣୁ ଏଥର ମଧ୍ୟ ଏଠି ତାଙ୍କୁ ଚେକ୍ ଦେବା କଂଗ୍ରେସ ପାଇଁ ସହଜ ହେବନି ।

ଏହା ମଧ୍ୟ ପଢନ୍ତୁ: ରେଜଲ୍ଟ ପୂର୍ବରୁ କଂଗ୍ରେସର ସେଲିବ୍ରେସନ: ବାଜୁଛି ଡ୍ରମ୍ପ, ଫୁଟୁଛି ବାଣ

ଏକାଧିକ ସଂସ୍ଥାର ଏକଜିଟ୍ ପୋଲ ଅନୁସାରେ ଛତିଶଗଡରେ ପୁଣିଥରେ କଂଗ୍ରେସ ସରକାର ଆସିବ । ହେଲେ ଏଥର ବିଜେପିର ଭୋଟ ବ୍ୟବଧାନ ବଢିବ । ଦୁଇ ଦଳ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । ହେଲେ ଉଭୟ ବିଜେପି ଓ କଂଗ୍ରେସ ନିଜର ସରକାର ଗଠନ ନେଇ ଦମ୍ଭୋକ୍ତି ପ୍ରକାଶ କରୁଛନ୍ତି । ବିଜେପି ପକ୍ଷରୁ ଏଠାରେ ନିଜର ମୁଖ୍ୟମନ୍ତ୍ରୀ ଚେହେରା ସ୍ପଷ୍ଟ କରାଯାଇନି । ଅନ୍ୟପଟେ ଯଦିଓ ଏକାଧିକ ସର୍ଭେ ସଂସ୍ଥା କଂଗ୍ରେସ ସପକ୍ଷରେ ମତ ଦେଇଛନ୍ତି ତଥାପି ଛତିଶଗଡ କଂଗ୍ରେସକୁ ଘାରିଛି ଘୋଡା ବେପାର ଚିନ୍ତା । ଏଥିପାଇଁ ନିର୍ବାଚନ ଫଳାଫଳ ଆସିବା ମାତ୍ରେ ବିଜୟୀ ବିଧାୟକଙ୍କୁ ଯେତେ ଶୀଘ୍ର ସମ୍ଭବ ରାୟପୁରରେ ପହଞ୍ଚିବାକୁ ମୁଖ୍ୟମନ୍ତ୍ରୀ ବାଘେଲ ନିର୍ଦ୍ଦେଶ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.