ETV Bharat / bharat

ବାଜିଲା 5 ରାଜ୍ୟର ବିଧାନସଭା ନିର୍ବାଚନୀ ବିଗୁଲ: ନଭେମ୍ବର 7ରେ ମତଦାନ, ଡିସେମ୍ବର 3ରେ ଗଣତି

ଚଳିତ ବର୍ଷ 5ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ନଭେମ୍ବର 7ରେ ମତଦାନ ଆରମ୍ଭ ହେବ । ଡିସେମ୍ବର 3ରେ ଫଳାଫଳ ପ୍ରକାଶ ପାଇବ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Oct 9, 2023, 12:38 PM IST

Updated : Oct 12, 2023, 12:03 PM IST

five state assembly election schedule announced
ବାଜିଲା 5 ରାଜ୍ୟର ବିଧାନସଭା ନିର୍ବାଚନ ବିଗୁଲ

ନୂଆଦିଲ୍ଲୀ: ଦେଶରେ 5ଟି ରାଜ୍ୟରେ ବିଧାନସଭା ନିର୍ବାଚନ ବାଜିଲା ବିଗୁଲ । ଚଳିତ ବର୍ଷ ତେଲେଙ୍ଗାନା, ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ମିଜୋରାମରେ ବିଧାନସଭା ନିର୍ବାଚନ ହେବ । 5 ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା ହୋଇଛି । ଦିଲ୍ଲୀରେ ପ୍ରେସ କନଫରେନ୍ସ କରି ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ ରାଜୀବ କୁମାର । ଆସନ୍ତା ନଭେମ୍ବର 7ରୁ ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ । ଛତିଶଗଡ଼ ଦୁଇଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ଡିସେମ୍ବର 3 ତାରିଖରେ ସମସ୍ତ ରାଜ୍ୟରେ ଭୋଟ ଗଣତି ହେବ । ଡିସେମ୍ବର 5 ତାରିଖ ସୁଦ୍ଧା ସମସ୍ତ ନିର୍ବାଚନ ପ୍ରକ୍ରିୟା ଶେଷ ହେବ । କେବଳ ଛତିଶଗଡ ପାଇଁ 2ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ ବାକି 4 ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ ।

five state assembly election schedule announced
ବାଜିଲା 5 ରାଜ୍ୟର ବିଧାନସଭା ନିର୍ବାଚନୀ ବିଗୁଲ

ବାଜିଲା ବିଗୁଲ: ନଭେମ୍ବର 7ରେ ମିଜୋରାମରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ଛତିଶଗଡରେ ଦୁଇଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ପ୍ରଥମେ ନଭେମ୍ବର 7 ଓ ନଭେମ୍ବର 17ରେ ଦ୍ବିତୀୟ ପର୍ଯ୍ୟାୟର ଭୋଟ ଗ୍ରହଣ ହେବ । ନଭେମ୍ବର 17ରେ ମଧ୍ୟପ୍ରଦେଶ ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ନଭେମ୍ବର 23ରେ ରାଜସ୍ଥାନ ଭୋଟ ଗ୍ରହଣ ହେବ । ନଭେମ୍ବେର 30ରେ ତେଲେଙ୍ଗାନା ରାଜ୍ୟରେ ଭୋଟ ଗ୍ରହଣ ହେବ । ସମସ୍ତ 5 ରାଜ୍ୟରେ ଡିସେମ୍ବର 3 ତାରିଖରେ ଭୋଟ ଗଣନା ହେବ ।

  • Total voters in Mizoram are 8.52 lakh, 2.03 crore in Chhattisgarh, 5.6 cr in Madhya Pradesh, 5.25 crore in Rajasthan and 3.17 crore in Telangana: Chief Election Commissioner Rajiv Kumar pic.twitter.com/Q1ChyPQudf

    — ANI (@ANI) October 9, 2023 " class="align-text-top noRightClick twitterSection" data=" ">

5 ରାଜ୍ୟରେ ଭୋଟର ସଂଖ୍ୟା: ମିଜୋରାମରେ ମୋଟ ଭୋଟରଙ୍କ ସଂଖ୍ୟା 8. 52 ଲକ୍ଷ ରହିଛି । ଛତିଶଗଡ଼ରେ 2.03 କୋଟି ଭୋଟର ରହିଥିଲା ବେଳେ ମଧ୍ୟପ୍ରଦେଶରେ 5.6 କୋଟି ଭୋଟର, ରାଜସ୍ଥାନରେ 5.25 କୋଟି ଓ ତେଲେଙ୍ଗାନାରେ 3.17 କୋଟି ଭୋଟର ରହିଛନ୍ତି । ମିଜୋରାମରେ 4.13 ଲକ୍ଷ ପୁରୁଷ ଭୋଟର ଓ 4.39 ଭୋଟର ରହିଥିବା ବେଳେ 50, 611ଜଣ ପ୍ରଥମ ଥର ଲାଗି ଭୋଟ ଦେବେ । ସେହିପରି ଛତିଶଗଡ଼ରେ 1.01 କୋଟି ପୁରୁଷ ଓ 1.02 ମହିଳା ଭୋଟର ରହିଥିବା ବେଳେ 7.23 ଲକ୍ଷ ପ୍ରଥମ ଥର ଲାଗି ଭୋଟ ଦେବେ । ମଧ୍ୟପ୍ରଦେଶରେ 2.88କୋଟି ପୁରୁଷ ଓ 2.72 କୋଟି ମହିଳା ଭୋଟର ଥିବାବେଳେ 22.36 ପ୍ରଥମ କରି ଭୋଟ ଦେବେ । ରାଜସ୍ଥାନରେ 2.73 କୋଟି ପୁରୁଷ ଭୋଟର ଓ 2.52 କୋଟି ମହିଳା ଭୋଟର ଥିବାବେଳେ 22.04 ଲକ୍ଷ ପ୍ରଥମ ଥର ଭୋଟ ହେବେ । ସେହିପରି ତେଲେଙ୍ଗାନାରେ 8.2 କୋଟି ପୁରୁଷ ଭୋଟର ରହିଥିବାବେଳେ 7.8 କୋଟି ମହିଳା ଭୋଟର ରହିଥିବା ବେଳେ 60. 2 ଲକ୍ଷ ପ୍ରଥମ ଥର ଲାଗି ଭୋଟ ଦେବେ ।

  • 5 States Assembly polls | Chhattisgarh to vote on 7th Nov & 17th Nov; Madhya Pradesh on 17th Nov; Mizoram on 7th Nov, Rajasthan on 23rd Nov and Telangana on 30th Nov; Results on 3rd December pic.twitter.com/jV7TJJ9W4A

5 ରାଜ୍ୟରେ ହେବାକୁ ଥିବା ବିଧାନସବାଭା ନିର୍ବାଚନ ପାଇଁ 679 ବିଧାନସଭା ନିର୍ବାଚନମଣ୍ଡଳୀରେ 1.77 ଲକ୍ଷ ପୋଲିଂ ବୁଥ ହେବ । ମିଜୋରାମରେ 1,276 ପୋଲିଂ ବୁଥ, ଛତିଶଡରେ 24, 109ଟି, ମଧ୍ୟପ୍ରଦେଶରେ 64,525ଟି ପୁଲିଂ ବୁଥ ପ୍ରତିଷ୍ଠା ହେବ । ସେହିପରି ରାଜସ୍ଥାନରେ 51, 756ଟି ଓ ତେଲେଙ୍ଗାନାରେ 35, 356ଟି ପୋଲିଂ ବୁଥ ହେବ । 5ଟି ରାଜ୍ୟରେ 940ଟି ଅନ୍ତରାଜ୍ୟ ସୀମା ଚେକ ପୋଷ୍ଟ ହୋଇଥିବା ସୂଚନା ଦେଇଛନ୍ତି ନିର୍ବାଚନ କମିଶନ ।

ଏହା ବି ପଢନ୍ତୁ...5 ରାଜ୍ୟରେ କେବେ ବିଧାନସଭା ନିର୍ବାବନ, ଆଜି ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ

ଏହା ବି ପଢନ୍ତୁ...Rajasthan Assembly Poll: 'କାମ କିୟା ଦିଲ ସେ, କଂଗ୍ରେସ ଫିର ସେ' ସ୍ଲୋଗାନରେ କମ୍ପିବ ମୈଦାନ

ନିର୍ବାଚନ କମିଶନର ରାଜୀବ କୁମାର ସାମ୍ବାଦିକ ସମ୍ମିଳନୀ କରି ତାରିଖ ଘୋଷଣା କରିବା ସହିତ ସ୍ବଚ୍ଛ ଭୋଟିଂ ପ୍ରକ୍ରିୟା କରିବା ଉପରେ ଗୁରୁତ୍ବ ଦେବାକୁ କହିଛନ୍ତି । ସେ କହିଛନ୍ତି, "40 ଦିନରେ ଆମେ 5ଟି ରାଜ୍ୟ ଗସ୍ତ କରିଛୁ । ରାଜନୈତିକ ଦଳ, କେନ୍ଦ୍ର ଏବଂ ରାଜ୍ୟ ଏନଫୋର୍ସମେଣ୍ଟ ଏଜେନ୍ସିଂ ସହ ଆଲୋଚନା କରିଛୁ ।" ଏହା ସହିତ ଅର୍ଥବଳ ଓ ବାହୁବଳ ଦ୍ବାରା ଭୋଟରମାନଙ୍କ ଯେପରି ପ୍ରଭାବିତ କରାନଯାଏ ସେ ଦିଗରେ ଗୁରୁତ୍ବ ଦେବା ସହ ହିଂସାମୁକ୍ତ ସ୍ବଚ୍ଛ ନିର୍ବାଚନ ପ୍ରକ୍ରିୟା ଉପରେ ଧ୍ୟାନ ଦେବାକୁ କହିଛନ୍ତି ନିର୍ବାଚନ କମିଶନର ରାଜୀବ କୁମାର । ସମସ୍ତଙ୍କୁ ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହୋଇ ମତଦାନ କରିବାକୁ ଅନୁରୋଧ କରିଛନ୍ତି ନିର୍ବାଚନ କମିଶନ ।

Last Updated : Oct 12, 2023, 12:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.