ETV Bharat / bharat

ଭୋଟଗଣତି କେନ୍ଦ୍ରରେ ଦଳୀୟ ଏଜେଣ୍ଟ, ପ୍ରାର୍ଥୀଙ୍କ ପ୍ରବେଶ ପାଇଁ RTPCR ରିପୋର୍ଟ ବାଧ୍ୟତାମୂଳକ

author img

By

Published : Apr 28, 2021, 7:16 PM IST

ମେ 2ରେ ଗଣତି ହେବ 5 ଟି ରାଜ୍ୟର ନିର୍ବାଚନ ଫଳାଫଳ । ଭୋଟ ଗଣତି କେନ୍ଦ୍ରରେ ଦଳୀୟ ଏଜେଣ୍ଟ, ପ୍ରାର୍ଥୀଙ୍କ ପ୍ରବେଶ ପାଇଁ RTPCR ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରିଛନ୍ତି ନିର୍ବାଚନ କମିଶନ । ଅଧିକ ପଢନ୍ତୁ...

negative RT-PCR test reports
ଭୋଟ ଗଣତି କେନ୍ଦ୍ରରେ ଦଳୀୟ ଏଜେଣ୍ଟ କିମ୍ବା ପ୍ରାର୍ଥୀଙ୍କ ପ୍ରବେଶ ପାଇଁ RT-PCR ରିପୋର୍ଟ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ମେ 2ରେ 5 ରାଜ୍ୟର ନିର୍ବାଚନ ଫଳାଫଳ ଗଣତି ହେବ । ଏହାକୁ ନେଇ କଡାକଡି କଟକଣା ଜାରି କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ । ଭୋଟ ଗଣତି କେନ୍ଦ୍ରରେ ଦଳୀୟ ଏଜେଣ୍ଟ, ପ୍ରାର୍ଥୀଙ୍କ ପ୍ରବେଶ ପାଇଁ RT-PCR ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରିଛନ୍ତି ନିର୍ବାଚନ କମିଶନ ।

ଆସନ୍ତା ମେ 2ରେ ଗଣତି ହେବ ଚାରୋଟି ରାଜ୍ୟ ସମେତ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ଫଳାଫଳ । ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ହେବ ଭୋଟ ଗଣତି । ବର୍ତ୍ତମାନ ସାରା ଦେଶରେ ମହାମାରୀ କୋରୋନାର ଦ୍ବିତୀୟ ପର୍ଯ୍ୟାୟ ଜାରି ରହିଛି । ଏହାକୁ ଦୃଷ୍ଟିରେ ରଖି କଡା ପଦକ୍ଷେପ ନେଇଛନ୍ତି ନିର୍ବାଚନ କମିଶନ । ଭୋଟଗଣତି କେନ୍ଦ୍ରରେ ଦଳୀୟ ଏଜେଣ୍ଟ କିମ୍ବା ପ୍ରାର୍ଥୀଙ୍କ ପ୍ରବେଶ ପାଇଁ RT-PCR ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରିଛନ୍ତି । ସମ୍ପୂର୍ଣ୍ଣ କୋରୋନା କଟକଣା ମଧ୍ୟରେ ନିର୍ବାଚନ ଫଳାଫଳ ଗଣତି ପାଇଁ ଗାଇଡଲାଇନ ଜାରୀ କରିଛନ୍ତି । ପୂର୍ବରୁ ନିର୍ବାଚନ କମିଶନ ସମସ୍ତ ଦଳକୁ ନିର୍ବାଚନ ଫଳାଫଳ ଘୋଷଣା ପରେ କୌଣସି ପ୍ରକାରର ଦଳୀୟ ଶୋଭାଯାତ୍ରା କିମ୍ବା ବାଜା ବାଜଣା ମିଠା ବଣ୍ଟନ କାର୍ଯ୍ୟକ୍ରମ ନ କରିବା ପାଇଁ କଡାକଡି ନିର୍ଦ୍ଦେଶ ଜାରି କରିଛନ୍ତି ।

ଦେଶରେ ମହାମାରୀ କୋରୋନା ଦ୍ବିତୀୟ ପର୍ଯ୍ୟାୟ ଭୟଙ୍କର ରୂପ ଧାରଣ କରିଛି । ପ୍ରତିଦିନ ଦେଶରେ ତିନି ଲକ୍ଷରୁ ଉର୍ଦ୍ଧ୍ବ କୋରୋନା ଆକ୍ରାନ୍ତ ଚିହ୍ନଟ କରାଯାଉଛି । ଯାହାକି ଆଗାମୀ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାର ଆଶଙ୍କା ଦେଖାଦେଇଛି । ସମ୍ପୂର୍ଣ୍ଣ କୋରୋନା କଟକଣା ମଧ୍ୟରେ ପାଞ୍ଚଟି ରାଜ୍ୟର ଭୋଟ ଗଣତି କରିବା ପାଇଁ କଡା ପଦକ୍ଷେପ ନେଇଛନ୍ତି ନିର୍ବାଚନ କମିଶନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.