ETV Bharat / bharat

3 ଭଉଣୀଙ୍କୁ ଫେରାଇ ନେବାକୁ 3000 କିଲୋମିଟର ଯାତ୍ରା, ଉଜବେକିସ୍ତାନରୁ ବିହାର ଆସିଲେ ଯୁବତୀ

author img

By

Published : Jun 11, 2023, 6:32 PM IST

ଉଜବେକିସ୍ତାନରୁ ଦାର୍ଘ 3000 କିଲୋମିଟର ଯାତ୍ରା କରି ଆସିବା ପରେ ଦେଢ ବର୍ଷ ଧରି 3 ଉଭଣୀଙ୍କୁ ଖୋଜି ବୁଲୁଥିଲେ ଯୁବତୀ । ଭଉଣୀମାନଙ୍କୁ ଫେରାଇ ନେବାକୁ ସରକାରଙ୍କ ନିକଟରେ ଗୁହାରୀ କରିଛନ୍ତି । ଅଧିକ ପଢନ୍ତୁ

ଉଜବେକିସ୍ତାନରୁ 3000 କିଲୋମିଟର ଯାତ୍ରା
ଉଜବେକିସ୍ତାନରୁ 3000 କିଲୋମିଟର ଯାତ୍ରା

ପାଟନା: ସାନ ଭଉଣୀମାନଙ୍କୁ ଉଦ୍ଧାର କରିବାକୁ ଦୀର୍ଘ 3000 କିଲୋମିଟର ଯାତ୍ରା କରିଛନ୍ତି ବଡ଼ ଭଉଣୀ। ଏଭଳି ଘଟଣା ଦେଖିବାକୁ ମିଳିଛି ବିହାରରେ। ଉଜବେକିସ୍ତାନରୁ ଜଣେ ଯୁବତୀ ଆସି ବିହାରରେ ପହଞ୍ଚି ଭଉଣୀଙ୍କୁ ଉଦ୍ଧାର କରିବାକୁ ଗୁହାରୀ କରିଛନ୍ତି । 2 ବର୍ଷ ଧରି ସେମାନେ ଭାରତରେ ଫସି ରହିଥିବା ଜଣା ପଡିଛି ।

ସୂଚନା ଅନୁସାରେ, ଫେସ୍‌ବୁକରେ ବିହାରର ଜଣେ ଯୁବକଙ୍କ ସହ ବନ୍ଧୁତା କରି ଭାରତ ଚାଲି ଆସିଥିଲେ 3 ଭଉଣୀ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ସେମାନେ ଭିସା ଆବେଦନ କରିନଥିବାବେଳେ ପଡ଼ୋଶୀ ଦେଶ ନେପାଳ ସୀମା ଦେଇ ଭାରତକୁ ପ୍ରବେଶ କରିଥିଲେ । ହେଲେ ଯୁବକଙ୍କ ଉଦ୍ଦେଶ୍ୟ କିଛି ଅଲଗା ଥିଲା । ଦେହ ବ୍ୟବସାୟ ପାଇଁ ଯୁବତୀମାନଙ୍କୁ ଚାଲାଣ କରିବା ପାଇଁ ପ୍ଲାନ୍‌ କରିଥିଲେ ଯୁବକ ଜଣକ । 27 ଅକ୍ଟୋବର 2021ରେ ବିହାରର ଅରୋରିଆରୁ 3ଜଣ ଯୁବତୀଙ୍କୁ ଗିରଫ କରିଥିଲା ଏସଏସବି । ସେମାନଙ୍କ ନିକଟରେ ଭିସା କିମ୍ବା ଆବଶ୍ୟକାୟ ପରିଚୟପତ୍ର ନଥିବାବେଳେ ସେକ୍ସ ରାକେଟ୍ ସନ୍ଦେହରେ ଗିରଫ କରିଥିଲା ପୋଲିସ ।

ପଚରାଉଚରା ପରେ ଯୁବତୀମାନଙ୍କ ପାଖରେ ନେପାଳର ଭିସା ଥିବା ଜଣାପଡିଥିଲା । ସେମାନେ କିଛି ଦିନ ଧରି ପର୍ଯ୍ୟଟକ ଭାବେ ନେପାଳରେ ବୁଲାବୁଲି କରିବା ପରେ ଭାରତରେ ପ୍ରବେଶ କରିଥିବା ଜଣା ପଡିଥିଲା । ମାମଲା ଅରରିୟା କୋର୍ଟରେ ପହଞ୍ଚିବା ପରେ 3 ଭଉଣୀଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବା ସହ ସେମାନଙ୍କୁ ସ୍ବଦେଶ ଫେରାଇବାକୁ ଶୁଣାଣି କରିଥିଲେ ନ୍ୟାୟାଳୟ । ହେଲେ ଭିସା ନଥିବା କାରଣରୁ ଦୁଇ ଦେଶର ଆଇନ ମଧ୍ୟରେ ଫସି ରହିଥିବାରୁ ଉଜବେକିସ୍ତାନ ପ୍ରତ୍ୟାବର୍ତ୍ତନ କରିବା ସେମାନଙ୍କ ପାଇଁ ସହଜ ନଥିଲା । ଯେଉଁଥିପାଇଁ ବିହାର ଇନଷ୍ଟିଚ୍ୟୁଟ ଅଫ୍ କରେକ୍ସନାଲ ଆଡମିନଷ୍ଟ୍ରେସନରେ ବର୍ଷେ ଧରି ସେମାନେ ସଜ୍ଜା କାଟୁଥିବା ଜଣାପଡିଛି ।

ନିଜର 3 ଭଉଣୀଙ୍କୁ ସ୍ବଦେଶ ଫେରାଇ ନେବାକୁ ଦେଢ ବର୍ଷ ଧରି ଭାରତରେ ଖୋଜି ବୁଲୁଛନ୍ତି ବଡ ଭଉଣୀ। ସେମାନେ ନିର୍ଦ୍ଦୋଷ ବୋଲି ଜାଣିବା ପରେ ଯଦିଓ ଖୁସି ଲାଗିଥିଲା ହେଲେ ଇନଷ୍ଟିଚ୍ୟୁଟ ଅଫ୍ କରେକ୍ସନାଲ ଆଡମିନଷ୍ଟ୍ରେସନ ଯିବା ପରେ ତାଙ୍କୁ ଭେଟିବାକୁ ଦିଆଯାଇନଥିଲା। ଏପରିକି ଭଉଣୀମାନଙ୍କୁ କୌଣସି ମୌଳିକ ସୁବିଧା ମିଳୁନଥିବା ସେ ଅଭିଯୋଗ କରିଛନ୍ତି । ଯେତେବେଳେ ସେ ସାନ ଭଉଣୀମାନଙ୍କୁ ଭେଟିବାକୁ ଯାଉଥିଲେ ତାଙ୍କୁ ଦେଖା କରିବାକୁ ଦିଆଯାଉନଥିଲା। ବହୁ ଅନୁରୋଧ ପରେ ଥରେ ଯେତେବେଳେ ସେ ତାଙ୍କ ଭଉଣୀଙ୍କୁ ଭେଟିଥିଲେ, ତାଙ୍କ ହାତରେ କ୍ଷତ ଚିହ୍ନ ଥିବା ଦେଖିବାକୁ ପାଇଥିଲେ । ସେଠାରେ ସେମାନଙ୍କୁ ଅତ୍ୟାଚାର କରାଯାଉଥିବା ସେ ଜାଣିବାକୁ ପାଇଥିଲେ । ତେବେ ତୁରନ୍ତ ସେମାନଙ୍କୁ ଦୋଷମୁକ୍ତ କରିବା ସହ ସାଥିରେ ନେଇ ଉଜବେକିସ୍ତାନ ଯିବା ପାଇଁ ଅନୁମତି ପ୍ରଦାନ କରିବାକୁ ସେ ସରକାରଙ୍କ ନିକଟରେ ଅନୁରୋଧ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.