ETV Bharat / bharat

ଆଜି ଉତ୍ତର ପୂର୍ବ ତିନି ରାଜ୍ୟରେ ଜନାଦେଶ, ଗଣତି ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଆଜି ତିନି ଉତ୍ତର-ପୂର୍ବ ରାଜ୍ୟରେ ଖୋଲିବ ଇଭିଏମ । ଜନାଦେଶକୁ ନେଇ ସମସ୍ତଙ୍କ ମଧ୍ୟରେ ଅପେକ୍ଷା । ଭୋଟ ଗଣତି ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହ ସୁରକ୍ଷା ବ୍ୟବସ୍ଥା କଡାକଡି । ଅଧିକ ପଢନ୍ତୁ

author img

By

Published : Mar 1, 2023, 8:22 PM IST

Updated : Mar 2, 2023, 7:20 AM IST

କାଲି ଉତ୍ତର ପୂର୍ବ ତିନି ରାଜ୍ୟରେ ଜନାଦେଶ, ଗଣତି ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ହାଇଦ୍ରାବାଦ: ଆଜି ତିନି ଉତ୍ତର-ପୂର୍ବ ରାଜ୍ୟରେ ବିଧାନସଭା ନିର୍ବାଚନ ଭୋଟ ଗଣତି । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି । ରାଜ୍ୟ ପୋଲିସ ଓ କେନ୍ଦ୍ରୀୟ ସଶସ୍ତ୍ର ବଳର ଯବାନ ତିନି ରାଜ୍ୟରେ ପହଞ୍ଚି ସାରିଛନ୍ତି । ତିନି ରାଜ୍ୟରେ ମୋଟ 178 ଆସନରେ ଭୋଟ ଗଣତି ହେବାକୁ ଥିବା ବେଳେ ମୈଦାନରେ 800ରୁ ଅଧିକ ପ୍ରାର୍ଥୀ ରହିଛନ୍ତି । ରାଜ୍ୟ ପୋଲିସ ବ୍ୟତୀତ କେନ୍ଦ୍ରୀୟ ଫୋର୍ସ ମଧ୍ୟ ସୁରକ୍ଷା ଦାୟିତ୍ବରେ ମୁତୟନ ହେବେ ।

ସମସ୍ତ ଗଣତି କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା ମଧ୍ୟ କରାଯାଇଛି । ସମ୍ପୂର୍ଣ୍ଣ ଗଣତି ପ୍ରକ୍ରିୟାକୁ ସିସିଟିଭିରେ ମାଧ୍ୟମରେ ମନିଟରିଂ କରାଯିବ । ଗଣତି କେନ୍ଦ୍ରର 100 ମିଟର ପରିଧି ମଧ୍ୟରେ କୌଣସି ଅନାବଶ୍ୟକ ଗତିବିଧିକୁ ସମ୍ପୂର୍ଣ୍ଣ ବ୍ୟାନ କରାଯାଇଛି । ଏହାକୁ ନିଷେଧାଞ୍ଚଳ ଭାବେ ଘୋଷଣା କରାଯିବ । ନିର୍ବାଚନ ଅଧିକାରୀଙ୍କ ସମେତ ସଶସ୍ତ୍ର ପୋଲିସ ବଳ ଗଣତି କେନ୍ଦ୍ରରେ ଉପସ୍ଥିତ ରହିବେ ।

16 ତାରିଖରେ ତ୍ରିପୁରା ଓ 27ରେ ମେଘାଳୟ ଓ ନାଗାଲାଣ୍ଡରେ ମତଦାନ ଶେଷ ହେବା ପରେ ସମସ୍ତ ଇଭିଏମ ଓ ଭିଭିପ୍ୟାଟକୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଷ୍ଟ୍ରଙ୍ଗରୁମରେ ରଖାଯାଇଛି । ଗତକାଲି ସେସବୁକୁ ନିର୍ଦ୍ଧାରିତ ଭୋଟ ଗଣତି କେନ୍ଦ୍ରକୁ ପଠାଯାଇଛି । ଗଣତି ପ୍ରକ୍ରିୟା ପାଇଁ ସମସ୍ତ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି । ପ୍ରତି ଗଣତି କେନ୍ଦ୍ରରେ ପ୍ରତିଦ୍ବନ୍ଦ୍ବିତା କରିଥିବା ପ୍ରାର୍ଥୀମାନଙ୍କର ଏଜେଣ୍ଟମାନେ ଉପସ୍ଥିତ ରହିବେ । ସେମାନଙ୍କୁ ପୂର୍ବରୁ ପଞ୍ଜୀକରଣ କରାଯିବା ସହ ଜିଲ୍ଲା ପ୍ରଶାସନ ଜରିଆରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପରିଚୟପତ୍ର ମଧ୍ୟ ପ୍ରଦାନ କରାଯାଇଛି । କେବଳ ଅଧିକୃତ ବ୍ୟକ୍ତି ହିଁ ଗଣତି କେନ୍ଦ୍ରରେ ପ୍ରବେଶ କରିପାରିବେ । କେନ୍ଦ୍ର ଭିତରେ ପ୍ରବେଶ କୁରଥିବା ବ୍ୟକ୍ତି ସାଙ୍ଗରେ ସେଲଫୋନ କିମ୍ବା ଅନ୍ୟ କୌଣସି ବୈଦ୍ୟୁତିକ ସାମଗ୍ରୀ ନେଇପାରିବେ ନାହିଁ । ପ୍ରତି ଗଣତି କେନ୍ଦ୍ରରେ ମଧ୍ୟରେ ପ୍ରବେଶ ପୂର୍ବରୁ ଗଣତି କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା ଅଧିକାରୀ ଓ ପ୍ରାର୍ଥୀଙ୍କ ଏଜେଣ୍ଟଙ୍କୁ କଡାକଡି ଭାବେ ଚେକିଂ କରାଯିବ ।

ଏହା ମଧ୍ୟ ପଢନ୍ତୁ:- Assembly Elections: ମେଘାଳୟରେ 77% ଓ ନାଗାଲାଣ୍ଡରେ 85% ସହ ସରିଲା ଭୋଟିଂ, 2ରେ ଜନାଦେଶ

ଜାନୁଆରୀରେ ତିନି ଉତ୍ତର-ପୂର୍ବ ରାଜ୍ୟ ପାଇଁ ଏକାସାଙ୍ଗରେ ନିର୍ବାଚନୀ ବିଗୁଲ ବାଜିଥିଲା । ପ୍ରଥମ ରାଜ୍ୟ ଭାବେ ତ୍ରିପୁରା ଚଳିତ 16 ତାରିଖରେ ଗୋଟିଏ ପର୍ଯ୍ୟାୟରେ ସମସ୍ତ ଆସନରେ ଭୋଟ ଦେଇଥିଲା । ପରେ 27 ତାରିଖରେ (ସୋମବାର) ମେଘାଳୟ ଓ ନାଗାଲାଣ୍ଡରେ ମଧ୍ୟ ମତଦାନ ପ୍ରକ୍ରିୟା ଶେଷ ହୋଇଛି । ଆଜି ଏହି ସମସ୍ତ 3 ରାଜ୍ୟରେ ମତଗଣନା ଓ ଜନାଦେଶ ପ୍ରକାଶ ପାଇବ ।

ତ୍ରିପୁରା ଓ ନାଗାଲାଣ୍ଡରେ ଭାରତୀୟ ଜନତା ପାର୍ଟି ଓ ତାର ସହଯୋଗୀ ଦଳ ଭଲ ପ୍ରଦର୍ଶନ କରିବା ନେଇ ଏକଜିଟ ପୋଲ ପୂର୍ବାନୁମାନ ପ୍ରକାଶ ପାଇଥିବା ବେଳେ ମେଘାଳୟରେ କୌଣସି ଦଳ ଏକକ ବହୁମତ ପାଇବେ ନାହିଁ । ଫଳରେ ସେଠାରେ କଡା ଟକ୍କର ସହ ଝୁଲା ବିଧାନସଭା ଦେଖିବାକୁ ମିଳିବା ନେଇ ଅନୁମାନ କରାଯାଉଛି । ଆଜି ଏହି ତିନି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ସହ 5 ରାଜ୍ୟର 6 ବିଧାନସଭା ଆସନ ଓ ଗୋଟିଏ ଲୋକସଭା ଆସନ (ଲକ୍ଷାଦ୍ବୀପ)ରେ ଉପନିର୍ବାଚନର ଫଳାଫଳ ମଧ୍ୟ ପ୍ରକାଶ ପାଇବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 2, 2023, 7:20 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.