ETV Bharat / bharat

Eknath Shinde: ଦିନେ ଚଲାଉଥିଲେ ଅଟୋ, ଆଜି ହେବେ ମୁଖ୍ୟମନ୍ତ୍ରୀ - ଏକନାଥ ସିନ୍ଦେଙ୍କ ଜୀବନି

ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ଏକନାଥ ସିନ୍ଦେଙ୍କୁ ନେଇ ଲାଗି ରହିଛି ଚର୍ଚ୍ଚା ଆଲୋଚନା । କିଏ ଏହି ଏକନାଥ ସିନ୍ଦେ (Who is Eknath shinde) କଣ ତାଙ୍କ ଅତୀତ ? କେମିତି ଆସିଲେ ରାଜନୀତିକୁ । ଠାକରେ ପରିବାର ସହ କଣ ଥିଲା ସମ୍ପର୍କ ? ହିନ୍ଦୁତ୍ବକୁ ନେଇ ଏତେ କଠୋର କାହିଁକି? କଣ ରହିଛି ରାଜନୈତିକ ଅନୁଭବ? କେମିତି ଉଦ୍ଧବଙ୍କ ହାତରୁ କ୍ଷମତା ଛଡାଇ ଆଣିଲେ । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ
author img

By

Published : Jun 30, 2022, 6:15 PM IST

ମୁମ୍ବାଇ: ମହାରାଷ୍ଚ୍ରର ନୂଆ ମୁଖ୍ୟମନ୍ତ୍ରୀ ହେବେ ବିଦ୍ରୋହୀ ଶିବସେନା ବିଧାୟକ ଏକନାଥ ସିନ୍ଦେ (Eknath Shinde to be the new Chief Minister of Maharashtra) । ଆଜି ସଂଧ୍ୟା 7.30 ରେ ରାଜ୍ୟର 20 ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଏକନାଥ ସିନ୍ଦେ । ଏହା ଘୋଷଣା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାଭିସ (BJP leader Devendra Fadnavis) । ଏହାସହ ଆଗାମୀ କିଛି ଦିନ ମଧ୍ୟରେ ପୁରା ମନ୍ତ୍ରୀ ମଣ୍ଡଳର ସମ୍ପ୍ରସାରଣ ହେବ ବୋଲି ଘୋଷଣା କରିଛନ୍ତି ଫଡନାଭିସ । ହେଲେ ବିଜେପି ସରକାରରେ ସାମିଲ ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଫଡନାଭିସ ।

ତେବେ ଦୀର୍ଘ ଏକ ସପ୍ତାହରୁ ଅଧିକ ସମୟ ଧରି ରାଜ୍ୟ ରାଜନୀତିରେ ଲାଗି ରହିଥିବା ସଂକଟ ମଧ୍ୟରେ ଚର୍ଚ୍ଚାରେ ଥିବା ଦେବେନ୍ଦ୍ର ଫଡନାଭିସଙ୍କୁ କିନ୍ତୁ ମୁଖ୍ୟମନ୍ତ୍ରୀ ହେବେ ନାହିଁ କି ଦଳ ସରକାରରେ ସାମିଲ ହେବେ ନାହିଁ ବୋଲି ଘୋଷଣା କରିଛନ୍ତି । ଦେବେନ୍ଦ୍ର ଖୋଦ ନିଜେ ଏକାନଥ ସିନ୍ଦେ ହିଁ ମୁଖ୍ୟମନ୍ତ୍ରୀ ହେବେ ବୋଲି କହିଛନ୍ତି । ଶିବସେନାରୁ ବିଦ୍ରୋହ କରି ଆସିଥିବା ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରି ବିଜେପି ଏକ ବଡ ଗୋଟି ଚାଳନା କରିଛି । ଏହା ଦ୍ବାରା ଦଳର ଭବିଷ୍ୟତ ରଣନୀତି ବାରି ହୋଇପଡୁଛି ।

ହେଲେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ଏକନାଥ ସିନ୍ଦେଙ୍କୁ ନେଇ ଲାଗି ରହିଛି ଚର୍ଚ୍ଚା ଆଲୋଚନା । କିଏ ଏହି ଏକନାଥ ସିନ୍ଦେ (Who is Eknath shinde) କଣ ତାଙ୍କ ଅତୀତ? କେମିତି ଆସିଲେ ରାଜନୀତିକୁ । ଠାକରେ ପରିବାର ସହ କଣ ଥିଲା ସମ୍ପର୍କ ? ହିନ୍ଦୁତ୍ବକୁ ନେଇ ଏତେ କଠୋର କାହିଁକି? କଣ ରହିଛି ରାଜନୈତିକ ଅନୁଭବ? କେମିତି ଉଦ୍ଧବଙ୍କ ହାତରୁ କ୍ଷମତା ଛଡାଇ ଆଣିଲେ । ଦିନେ ଅଟୋ ଚଳାଇ ନିଜ କର୍ମମୟ ଜୀବନ ଆରମ୍ଭ କରିଥିବା ଏକନାଥ କିଭଳି ମୁଖ୍ୟମନ୍ତ୍ରୀ ପଦ ପର୍ଯ୍ୟନ୍ତ ପହଞ୍ଚିଲେ ।

କିଏ ଏକନାଥ ସିନ୍ଦେ...

9 ଫେବୃୟାରୀ 1964ରେ ମହାରାଷ୍ଟ୍ରର ସତାରା ଜିଲ୍ଲା ଜୱାଲୀରେ ଏକନାଥ ସିନ୍ଦେଙ୍କ ଜନ୍ମ । ଏକନାଥ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ଥାନେରେ ପଢିବା ପରେ ୱାଗଲେ ଇଷ୍ଟେଟ ଅଞ୍ଚଳରେ ରହି ଅଟୋ ରିକ୍ସା(auto rickshaw driver) ଚଳାଇବା ଆରମ୍ଭ କଲେ। ଅଟୋ ଚଳାଇ ଚଳାଇ ସମୟକ୍ରମେ ଅଶୀ ଦଶକରେ ଶିବସେନା (Shiv sena) ସମ୍ପର୍କରେ ଆସିଲେ । ଜଣେ କଠୋର ହିନ୍ଦୁତ୍ବ ହୋଇଥିବାରୁ ଏକନାଥ ଜଣେ ଶିବ ସୈନିକ ଭାବେ କାମ କଲେ । ତୃଣମୂଳ ସ୍ତରରୁ ଦଳରେ କାମ କରି ଆସିଥିବା ସିନ୍ଦେ ରାଜ୍ୟର ଅନ୍ୟତମ ପ୍ରଭାବଶାଳୀ ନେତା ଆନନ୍ଦ ଦୀଘେଙ୍କ ସହାୟତାରେ ନିଜ ରାଜନୈତିକ ଜୀବନ ଆଗକୁ ବଢାଇଲେ । ସମୟକ୍ରମେ ମୁମ୍ବାଇର ପଡୋଶୀ ଥାନେ ଜିଲ୍ଲାର ଅନ୍ୟତମ ପ୍ରଭାବଶାଳୀ ନେତା ପାଲଟି ଗଲେ ଏକନାଥ । ସାଧାରଣ ନିର୍ବାଚନ ହେଉ କି, ବିଧାନସଭା ନିର୍ବାଚନ କିମ୍ବା ସ୍ଥାନୀୟ ନିର୍ବାଚନ ସମସ୍ତ ନିର୍ବାଚନରେ ଥାନେ ଜିଲ୍ଲା ସମେତ ମୁମ୍ବାଇରେ ଏକନାଥଙ୍କ ପ୍ରଭାବ ଜବରଦସ୍ତ ରହିଲା । ସମସ୍ତ ନିର୍ବାଚନରେ ତାଙ୍କର ଭୂମିକା ହୋଇଥାଏ ନିର୍ଣ୍ଣୟ ।

ଅଟୋ ଡ୍ରାଇଭରରୁ ମନ୍ତ୍ରୀ ଯାଏଁ...

ଏକନାଥ ପ୍ରଥମଥର 1997 ରେ ଥାନେ ମହାନଗର ପାଳିକାର କାଉନସିଲର ଭାବେ ନିର୍ବାଚିତ ହେଲେ । 2001ରେ ମହାନଗର ନିଗମର ବିରୋଧୀ ଦଳ ନେତା ଭାବେ କାମ କଲେ । 2002ରେ ଦ୍ବିତୀୟ ଥର ପାଇଁ କାଉନସିଲର ଭାବେ ନିର୍ବାଚିତ ହେଲେ । 2004 ରେ କୋପରୀ-ପଚପଖାଡୀ ଆସନ (Kopri-Pachpakhadi Assembly constituency) ରୁ ପ୍ରଥମ ଥର ପାଇଁ ଶିବସେନା ଟିକେଟରୁ ବିଧାୟକ ଭାବେ ନିର୍ବାଚିତ ହେଲେ । 2000 ମସିହାରେ ଥାନେ ଅଞ୍ଚଳର ଶିବସେନାର ପ୍ରମୁଖ ପ୍ରଭାବଶାଳୀ ନେତା ଆନନ୍ଦ ଦୀଘେଙ୍କ ଦେହାନ୍ତ ପରେ ସିନ୍ଦେଙ୍କ ପ୍ରଭାବ ବଢିବାରେ ଲାଗିଲା । ପରେ ପରେ ଦଳର ଅନ୍ୟତମ ନେତା ତଥା ବର୍ତ୍ତମାନର କେନ୍ଦ୍ରୀୟ ମନ୍ତ୍ରୀ ନାରାୟଣ ରାଣେ (Narayan Rane) 2005 ରେ ଶିବସେନାରୁ ଇସ୍ତଫା ଦେଇଥିଲେ । ଏହା ପରେ ସିନ୍ଦେଙ୍କ ବିସ୍ତାର ଆହୁରି ହେବାରେ ଲାଗିଲା । ପୁଣି ରାଜ ଠାକରେ ମଧ୍ୟ ଦଳ ଛାଡିଲେ । ଏହି ସମୟରେ ସିନ୍ଦେ ଠାକରେ ପରିବାରର ନିକଟତର ହେବାରେ ଲାଗିଲେ । ଧୀରେ ଧୀରେ ଉଦ୍ଧବ ଠାକରେଙ୍କ ସହ ସମ୍ପର୍କ ସୁଦୃଢ ହେବାରେ ଲାଗିଲା ।

ଲଗାତାର ରହିଛନ୍ତି ବିଧାୟକ...

ଏକନାଥ ସିନ୍ଦେ ଶିବସେନା ଟିକେଟରୁ ପ୍ରଥମ ଥର 2004 ରେ କୋପରୀ-ପଚପଖାଡୀ ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇ ବିଧାନସଭା ପହଞ୍ଚିଥିଲେ । ପରେ ପୁଣି 2009, 2014 ଓ 2019 ରେ ବିଧାନସଭାକୁ ଲଗାତାର ନିର୍ବାଚିତ ହୋଇ ଆସୁଛନ୍ତି । ଏପରିକି ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ମଧ୍ୟ ହୋଇଛନ୍ତି ଏକନାଥ । ମାତୋଶ୍ରୀର ଜଣେ ବିଶ୍ବସ୍ତ ସହଯୋଗୀ ନିଷ୍ଠାପର ନେତା ଭାବେ ଦଳରେ ନିଜର ବେଶ ପ୍ରଭାବ ରଖିଥିଲେ। ଏପରିକି ଏକନାଥଙ୍କ ପୁଅ ଶ୍ରୀକାନ୍ତ ସିନ୍ଦେ ବର୍ତ୍ତମାନ କଲ୍ୟାଣ ଲୋକସଭା ସଂସଦୀୟ କ୍ଷେତ୍ରରୁ ସାଂସଦ ଅଛନ୍ତି ।

ଶିବସେନା ବିଧାୟକ ଦଳନେତା ଥିଲେ...

2019 ନିର୍ବାଚନରେ ବିଜେପି-ଶିବସେନା ମେଣ୍ଟ ଭାଙ୍ଗିଯିବା ପରେ, ଶିବସେନା-କଂଗ୍ରେସ ଓ ଏନସିପି ମଧ୍ୟରେ ସରକାର ଗଠନ ହୋଇଥିଲା । ଏଥିରେ ଏକନାଥଙ୍କୁ ଶିବସେନା ବିଧାୟକ ଦଳନେତା ଭାବେ ଚୟନ କରିଥିଲା । କାରଣ ଜଣେ ଅଭିଜ୍ଞ, ଦକ୍ଷ, ସମର୍ପିତ ଓ ଠାକରେ ପରିବାର ପ୍ରତି ଥିବା ଗଭୀର ସମ୍ପର୍କ ପାଇଁ ଦଳ ତାଙ୍କୁ ବିଧାୟକ ଦଳ ନେତା କଲା ।

ମୁଖ୍ୟମନ୍ତ୍ରୀ ଦୌଡରେ ଥିଲେ ଏକନାଥ...

ବର୍ଷ 2019 ରେ ବିଜେପି-ଶିବସେନା ମେଣ୍ଟ ଭାଙ୍ଗିବା ସପକ୍ଷରେ ନଥିଲେ ଏକନାଥ । କେବଳ ଦଳୀୟ ଚାପରେ ଆସି ମୁହଁ ଖୋଲିନଥିଲେ । ତେବେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ନିଜ ପିତାଙ୍କୁ ଦେଇଥିବା ପ୍ରତିଶୃତି ଅନୁସାରେ ଜଣେ ଶିବ ସୈନିକ ହିଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ ତାହା ପାଳନ କରିବାକୁ ଯାଇ ଏକନାଥଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ପ୍ରସ୍ତୁତ ଥିଲେ । ଏଥିପାଇଁ ଶିବସେନା ବିଧାୟକ ସାଂସଦଙ୍କ ମଧ୍ୟରେ ମଧ୍ୟ ସହମତି ହୋଇଥିଲା । ହେଲେ ଶିବସେନାର ଏହି ପ୍ରସ୍ତାବରେ କଂଗ୍ରେସ ଓ ଏନସିପି ରାଜି ହୋଇନଥିଲେ । ଫଳରେ ଉଦ୍ଧବ ଠାକରେ ହିଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେତେବେଳେ ମୁଖ୍ୟମନ୍ତ୍ରୀ ହେଉ ହେଉ ରହିଗଲେ ଏକନାଥ ।

ଗଠବନ୍ଧନ ସରକାରରୁ ଅସନ୍ତୋଷ...

ଏକନାଥ ସିନ୍ଦେ ମହାବିକାଶ ଅଘାଡି ମେଣ୍ଚ ସପକ୍ଷରେ ନଥିଲେ । ତେବେ ରାଜନୈତିକ ସ୍ଥିତି ପାଇଁ ସରକାର ଗଠନ ହେବା ପରେ ମୁଖ୍ୟମନ୍ତ୍ରୀ ପାଇଁ ଆଶାୟୀ ଥିଲେ । ହେଲେ ତାହା ମଧ୍ୟ ସମ୍ଭବ ହୋଇନଥିଲା । ଏହାସହ ଭଲ ବିଭାଗ ପାଇଥିଲେ ମଧ୍ୟ ନିଜ ବିଭାଗରେ ତାଙ୍କର କୌଣସି କର୍ତ୍ତୃତ୍ବ ନଥିଲା । ଆଦିତ୍ୟ ଠାକରେ ଓ ଅନ୍ୟ ପ୍ରଭାବଶାଳୀ ମାନେ ଏକନାଥଙ୍କ ବିଭାଗରେ ହସ୍ତକ୍ଷେପ କରୁଥିଲେ । ଯାହାକୁ ନେଇ ଅସନ୍ତୁଷ୍ଟ ଥିଲେ । ଏହି ସମସ୍ତ ସ୍ଥିତି ଦେଖି ନିଜ ରାସ୍ତା ବାଛିଥିଲେ ଏକନାଥ । ଏଥିପାଇଁ ଦୀର୍ଘଦୀନରୁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଥିଲେ । ଆଉ ସମୟ ସୁଯୋଗ ଦେଖି ନିଜ ଗଭୀର ସମ୍ପର୍କ, ଦଳ ପ୍ରତି ସମର୍ପଣ ଭାବ ସବୁ କିଛି ତ୍ୟାଗ କରି ବିଦ୍ରୋହ ଆରମ୍ଭ କଲେ । ଦଳୀୟ ବିଧାୟକଙ୍କ ନେଇ ପ୍ରଥନେ ସୁରଟ ପରେ ଗୌହ୍ବାଟି ଯାଇ ଉଦ୍ଧବଙ୍କ ନେତୃତ୍ବାଧୀନ ମହାବିକାଶ ଅଘାଡିର ପତନ ଘଟାଇଲେ ।

ସାକାର ହେଲା ସିଏମ ସ୍ବପ୍ନ

ଅତୀତରେ ଶିବସେନା କୋଟାରୁ ମୁଖ୍ୟମନ୍ତ୍ରୀ ହେବାକୁ ସ୍ବପ୍ନ ଦେଖିଥିବା ସିନ୍ଦେଙ୍କ ସ୍ବପ୍ନ ଆଜି ସାକାର ହୋଇଛି । ନିଜକୁ ପ୍ରକୃତ ଶିବସୈନିକ ଦର୍ଶାଇ କେବଳ ହିନ୍ଦୁତ୍ବ ବିଚାର ଧାରା ବଢାଇ ଓ ସୁରକ୍ଷା ପାଇଁ ସେ ବିଦ୍ରୋହ କରିଥିବା କହିଛନ୍ତି । ଶିବସେନା ଉପରେ କର୍ତ୍ତୃତ୍ବ ଜାହିର କରି କହିଛନ୍ତି ଆମେ ହିଁ ଶିବସେନାକୁ ଆଗକୁ ନେବୁ । ବାଲା ସାହେବଙ୍କ ସ୍ବପ୍ନ ସାକାର କରିବୁ । ମୁଖ୍ୟମନ୍ତ୍ରୀ ଭାବେ କେବଳ ବିକାଶକୁ ନେ କାର୍ଯ୍ୟ କରିବୁ । ସମୟ କମ ଥିବାରୁ ଅଧିକ କାମ କରିବୁ । ବିଜେପି ସମର୍ଥନ ସହଯୋଗ ସହିତ ଶିବସେନାକୁ ସୁଯୋଗ ଦେବା ପାଇଁ ଉଦ୍ଦାର ଦେଖାଇଥିବାରୁ ଏକନାଥ ସିନ୍ଦେ ଧନ୍ୟବାଦ ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.