ETV Bharat / bharat

ବିଫଳ ହେଲା ପ୍ରୟାସ, ଜୀବନ ଯୁଦ୍ଧରେ ହାରିଗଲେ ତନ୍ମୟ - ମଧ୍ୟପ୍ରେଦଶ ବୋରଓ୍ବେଲ ଘଟଣା

ବୋରୱେଲରେ ଖସିପଡିବା ପରେ ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ମଧ୍ୟପ୍ରଦେଶର ମାଣ୍ଡଭି ଗ୍ରାମର ତନ୍ମୟ ସାହୁ । ବୋରଓ୍ବେଲରୁ ଉଦ୍ଧାର ପରେ ତନ୍ମୟଙ୍କୁ ମୃତ ଘୋଷଣା କଲେ ଡାକ୍ତର । ୪ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ଜୀବନ ଯୁଦ୍ଧରେ ହାରି ଗଲେ ତନ୍ମୟ
ଜୀବନ ଯୁଦ୍ଧରେ ହାରି ଗଲେ ତନ୍ମୟ
author img

By

Published : Dec 10, 2022, 7:22 AM IST

Updated : Dec 10, 2022, 9:46 AM IST

ଭୋପାଳ: ବିଫଳ ହେଲା ପ୍ରୟାସ, ଦୀର୍ଘ ଚାରି ଦିନର କସରତ ପରେ ଶେଷରେ ଆଖି ବୁଜିଲା ୮ ବର୍ଷୀୟ ବାଳକ ତନ୍ମୟ । ବୋରଓ୍ବେଲରେ ଖସିପଡିବା ପରେ ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ମଧ୍ୟପ୍ରଦେଶର ମାଣ୍ଡଭି ଗ୍ରାମର ତନ୍ମୟ ସାହୁ । ଗତ ବିଳମ୍ବିତ ରାତିରେ ତାଙ୍କୁ ଅଚେତ ଅବସ୍ଥାରେ ବୋରଓ୍ବେଲରୁ ଉଦ୍ଧାର କରାଯିବା ପରେ ପ୍ରଥମେ ବେତୁଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ବେତୁଲ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହି ଦୁଃଖଦ ଘଟଣା ଜାଣିବା ପରେ ତନ୍ମୟଙ୍କ ମାଆ ଦୁଃଖରେ ଭାଙ୍ଗି ପଡିଛନ୍ତି । ଜଣେ ନେତା କିମ୍ବା ଅଧିକାରୀଙ୍କ ପିଲା ହୋଇଥିଲେ ବୋରଓ୍ବେଲରୁ ଉଦ୍ଧାର କରିବା ପାଇଁ ଏତେ କଣ ସମୟ ଲାଗିଥାନ୍ତା ବୋଲି ପ୍ରଶ୍ନ କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଗତ ଡିସେମ୍ବର ୬ ତାରିଖ ଦିନ ଖେଳୁଥିବା ସମୟରେ ଏକ ୫୫ ଫୁଟ ଗଭୀର ବୋରଓ୍ବେଲ ମଧ୍ୟରେ ଖସିପଡିଥିଲେ ତନ୍ମୟ । ଏହା ଦେଖି ତନ୍ମୟ ଭଉଣୀ ତାଙ୍କ ବାପାଙ୍କୁ ଜଣାଇଥିଲେ । ପ୍ରାୟ ଏକ ଘଣ୍ଟା ପରେ ତନ୍ମୟଙ୍କୁ ଉଦ୍ଧାର ପାଇଁ ଏସଡିଆରଏଫ ଟିମ ନିୟୋଜିତ ହୋଇଥିଲେ । ଭୋପାଳ ଓ ହୋସଙ୍ଗାବାଦରୁ ଯାଇଥିବା ଉଦ୍ଧାରକାରୀ ଟିମ୍ ଶିଶୁଟିର ହାତକୁ ବାନ୍ଧି ଉପରକୁ ଉଠାଇବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଶିଶୁଟି ୧୨ ଫୁଟ ଉପରକୁ ଆସିବା ମାତ୍ରେ ଦଉଡିଟି ଖସି ଯାଇଥିଲା । ଏହାପରେ ଶିଶୁ ସହ କୌଣସି ଯୋଗାଯୋଗ ହୋଇପାରିନଥିଲା । ମଙ୍ଗଳବାର ତନ୍ମୟଙ୍କ ବାପା ଶେଷ ଥର ପାଇଁ ତାଙ୍କ ସହ କଥା ହୋଇଥିଲେ । ସେତେବେଳେ ତନ୍ମୟ କହିଥିଲେ,"ଏଠାରେ ବହୁତ ଅନ୍ଧକାର । ମୁଁ ଭୟଭୀତ ଅଛି । ମୋତେ ଶୀଘ୍ର ବାହାରକୁ ବାହାର କରିଦିଅ ।" ବାଳକ ତନ୍ମୟକୁ ଉଦ୍ଧାର କରିବା ପାଇଁ ୨ପୋକଲେନ୍ ଏବଂ ଗୋଟିଏ ଜେସିବି ନିୟୋଜିତ ହୋଇଥିଲା।

ଏହା ମଧ୍ୟ ପଢନ୍ତୁ-ୟୁଟ୍ୟୁବରେ ଅଶ୍ଳୀଳ ବିଜ୍ଞାପନକୁ ନେଇ ସୁପ୍ରିମକୋର୍ଟରେ ଆବେଦନ, ସର୍ବୋଚ୍ଚ କୋର୍ଟ ଦେଲେ ମଜାଳିଆ ରାୟ

ତନ୍ମୟଙ୍କୁ ଉଦ୍ଧାର ଲାଗି ସମାନ୍ତରାଳ ଭାବେ ଗାତ ଖୋଳାଯିବା ସହ ସୁଡଙ୍ଗ ନିର୍ମାଣ କରାଯାଇଥିଲା । କିନ୍ତୁ ପଥର ଥିବାରୁ ଗାତ ଖୋଳିବାରେ ଅସୁବିଧା ସୃଷ୍ଟି ହୋଇଥିଲା । ବୋରଓ୍ବେଲରେ ପଡିବାର ୨ଦିନ ପରେ ତନ୍ମୟ କୌଣସି ପ୍ରତିକ୍ରିୟା ମଧ୍ୟ ମିଳିନଥିଲା । ଫଳରେ ସେ ଅଚେତ ହୋଇଯାଇଥିବା ଆଶଙ୍କା କରାଯାଉଥିଲା । ଗତକାଲି ବିଳମ୍ବିତ ରାତିରେ ତନ୍ମୟଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି ।

  • दुःख की इस घड़ी में तन्मय का परिवार स्वयं को अकेला न समझे, मैं और संपूर्ण मध्यप्रदेश परिवार के साथ है।

    राज्य सरकार की ओर से पीड़ित परिवार को ₹4 लाख की आर्थिक सहायता दी जायेगी। ईश्वर दिवंगत आत्मा को अपने श्री चरणों में स्थान दें। विनम्र श्रद्धांजलि!

    — Shivraj Singh Chouhan (@ChouhanShivraj) December 10, 2022 " class="align-text-top noRightClick twitterSection" data=" ">

ତନ୍ମୟଙ୍କ ମୃତ୍ୟୁ ପରେ ଶୋକପ୍ରକାଶ କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ମୃତ ତନ୍ମୟଙ୍କ ପରିବାରକୁ ସମବେଦନା ଜଣାଇବା ସହ ୪ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବା ନେଇ ଘୋଷଣା କରିଛନ୍ତି ।

Last Updated : Dec 10, 2022, 9:46 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.