ଅମରାବତୀ: ଦେଶରେ ଭୟ ବଢାଉଛି ମଙ୍କିପକ୍ସ । କିଛିଦିନ ପୂର୍ବ ତେଲେଙ୍ଗାନାରେ ଜଣେ ମଙ୍କିପକ୍ସ ସନ୍ଦିଗ୍ଧ ଚିହ୍ନଟ ହୋଇଥିବା ବେଳେ ଏବେ ଆନ୍ଧ୍ରପ୍ରଦେଶରେ ଜଣେ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଛି । ସନ୍ଦିଗ୍ଧ ଜଣଙ୍କ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାର । ବୟସ ୮ ବର୍ଷ ହୋଇଥିବା ବେଳେ ପଙ୍କିପକ୍ସର ଲକ୍ଷଣ ଦେଖା ଦେବାରୁ ଶନିବାର ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଏହା ମଧ୍ୟ ପଢନ୍ତୁ:-Monkeypox: ସୁସ୍ଥ ହେଲେ ପ୍ରଥମ ଆକ୍ରାନ୍ତ
ତେବେ ମଙ୍କିପକ୍ସ ସନ୍ଦିଗ୍ଧ ଜଣଙ୍କ ଓଡିଶାର ହୋଇଥିବା ଜଣାପଡିଛି । ଗତ ୧୫ ଦିନ ପୂର୍ବରୁ ସେ ଓଡିଶାରୁ ଆନ୍ଧ୍ରପ୍ରଦେଶ ଆସିଥିଲେ । ଆସିବାର ଏକ ସପ୍ତାହ ପରେ ତାଙ୍କୁ ଜ୍ବର ସହ ଶରୀର କୁଣ୍ଡେଇ ହୋଇଥିଲା । ଏହା ପରେ ତାଙ୍କ ନିକଟରେ ପଙ୍କିପକ୍ସର ଲକ୍ଷଣ ଚିହ୍ନଟ କରିଥିଲା ସ୍ଥାନୀୟ ଜନସ୍ୱାସ୍ଥ୍ୟ ବିଭାଗ । ନାବାଳକକୁ ହସ୍ପିଟାଲରେ ରଖାଯାଇ ନମୁନାକୁ NIV ପୁଣେକୁ ପରୀକ୍ଷା ପାଇଁ ପଠାଯାଇଛି, ଏପର୍ଯ୍ୟନ୍ତ ରିପୋର୍ଟ ଆସିନାହିଁ । ଦେଶରେ ଏପର୍ଯ୍ୟନ୍ତ ମୋଟ ୫ଜଣ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩ଟି ମାମଲା କେରଳର ହୋଇଥିବା ବେଳେ ୨ଜଣ ଆକ୍ରାନ୍ତ ଦିଲ୍ଲୀ ଓ ପଞ୍ଜାବରୁ ଚିହ୍ନଟ କରାଯାଇଥିଲା । ଗତକାଲି ଦେଶରେ ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ସୁସ୍ଥ ମଧ୍ୟ ହୋଇଛନ୍ତି ।