ETV Bharat / bharat

ସରିଲା ଅଷ୍ଟମ ପର୍ଯ୍ୟାୟ ବୈଠକ, ବାହାରିଲାନି ନିଷ୍କର୍ସ; ଆସନ୍ତା 15ରେ ପୁଣି ହେବ ଆଲୋଚନା - farmers issue

eight round meeting started in vigyan bhawan on farmers issue
ଚାଷୀ ଆନ୍ଦୋଳନକୁ ନେଇ ଆରମ୍ଭ ହେଲା ଅଷ୍ଟମ ରାଉଣ୍ଡ ବୈଠକ
author img

By

Published : Jan 8, 2021, 3:09 PM IST

Updated : Jan 8, 2021, 7:30 PM IST

19:21 January 08

ଚାଷୀ ସରକାର ଆଲୋଚନା ବାହାରିଲାନି ନିଷ୍କର୍ସ, 15ରେ ପୁଣି ହେବ ଆଲୋଚନା

ନୂଆଦିଲ୍ଲୀ: କୃଷକ ଓ କେନ୍ଦ୍ର ସରକାର ମଧ୍ୟରେ ଆଲୋଚନା ବିଫଳ ହୋଇଛି । ଅଷ୍ଟମ ଥର ପାଇଁ କେନ୍ଦ୍ର ସରକାରଙ୍କ ପ୍ରତିନିଧି ଓ କୃଷିକ ସଂଗଠନର ପ୍ରତିନିଧି ମାନେ ଆଲୋଚନା କରିଥିଲେ । ଏଥିରେ କୌଣସି ନିଷ୍କର୍ସ  ବାହାରି ନଥିବା କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ।  ଆସନ୍ତା 15 ତାରିଖରେ କୃଷକ ଓ କେନ୍ଦ୍ରସରକାର ଆଲୋଚନା କରିବେ ।

ଦୀର୍ଘ 44 ଦିନ ହେଲା ଦିଲ୍ଲୀରେ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ନୂତନ କୃଷକ ଆଇନକୁ ବିରୋଧ କରି ଆନ୍ଦୋଳନ ଜାରୀ ରଖିଛନ୍ତି । କେନ୍ଦ୍ର ସରକାର ଓ କୃଷକ ସଂଗଠନ ମଧ୍ୟରେ ପୂର୍ବରୁ 7 ଟି ବୈଠକ ହୋଇଛି  ଆଜି ଅଷ୍ଟମ ବୈଠକରେ କେନ୍ଦ୍ର ସରକାରଙ୍କ ପ୍ରତିନିଧି ଓ କୃଷକ ସଂଗଠନ ବସି ବିଲକୁ ନେଇ ଚର୍ଚ୍ଚା ଆଲୋଚନା କରିଥିଲେ  କିନ୍ତୁ କୌଣସି ନିଷ୍କର୍ସ ବାହାରିନାହିଁ । ଏହାକୁ ନେଇ କେନ୍ଦ୍ର କୃଷି ମନ୍ତ୍ରୀ କହିଛନ୍ତି ଯେ ନୂତନ କୃଷି ଆଇନକୁ ବିରୋଧ କରୁଥିବା ବିଭିନ୍ନ ସଂଗଠନମାନଙ୍କ ସହିତ ମଧ୍ୟ ଆଲୋଚନା କରୁଛନ୍ତି । ଦେଶରେ ବିଭିନ୍ନ ସଂଗଠନ ମଧ୍ୟ ଏହାକୁ ସମର୍ଥନ କରୁଛନ୍ତି ।  ଯଦି ଆଇନରେ କୌଣସି ସମସ୍ୟା ରହିଛି ତାହା ହେଲେ କୃଷକ ସଂଗଠନ ଗୁଡିକ ସଂଶୋଧନକ ପ୍ରସ୍ତାବ ଦିଅନ୍ତୁ ବୋଲି କହିଛନ୍ତି ।

ଆଜିର ବୈଠକକୁ ନେଇ କୃଷକ ନେତା ରାକେଶ ଟିକାୟତ କହିଛନ୍ତି । ସରକାର ସହିତ ଆଲୋଚନା ହେଲା କିନ୍ତୁ ଆଜି ମଧ୍ୟ କୌଣସି ପ୍ରକାର ସଫଳତା ବାହାରିପାରିନାହିଁ ବୋଲି କହିଛନ୍ତି । ଆମେ ନୂତନ କୃଷି ଆଇନକୁ ବିରୋଧ କରୁଛି ଏବଂ ଏହି ନୂତନ ଆଇନକୁ ସରକାର ରଦ୍ଦ କରନ୍ତୁ ବୋଲି ଦାବି କରିଛନ୍ତି । ଆସନ୍ତା ଜାନୁଆରୀ 26 ତାରିଖରେ ଆମେ ମଧ୍ୟ ପରେଡ କରିବୁ ବୋଲି କହିଛନ୍ତି ।

17:13 January 08

ଚାଷୀ ସରକାର ଆଲୋଚନା ବିଫଳ 15ରେ ପୁଣି ହେବ ଆଲୋଚନା

ନୂଆଦିଲ୍ଲୀ: ନୂତନ କୃଷି ଆଇନକୁ ନେଇ କୃଷକ ଓ କେନ୍ଦ୍ର ସରକାର ମଧ୍ୟରେ ଆଲୋଚନାର ପୁଣି ବାହାରିଲାନି ନିଷ୍କର୍ସ । ଚାଷୀ ଓ କେନ୍ଦ୍ର ସରକାର ଛକାପଞ୍ଝା ମଧ୍ୟରେ ଆଜି ବୈଠକ ବିଫଳ ହୋଇଛି ।  ଆସନ୍ତା 15 ତାରିଖରେ ପୁଣି ହେବ ଚାଷୀ ଓ କେନ୍ଦ୍ର ସରକାରଙ୍କ ଆଲୋଚନା । ଏହି ଆଇନ ଗୁଡିକ ରଦ୍ଦ କରିବା ପାଇଁ କୃଷକ ମାନେ ଆନ୍ଦୋଳନ କରୁଛନ୍ତି ।

15:31 January 08

କୃଷକ ବୈଠକକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ: କୃଷକ ବୈଠକକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ । ଆଜି ଯଦି କୃଷକ ମାନଙ୍କ ସମସ୍ୟା ସମାଧାନ ନ ହୁଏ  ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛି।

14:49 January 08

ସରିଲା ଅଷ୍ଟମ ପର୍ଯ୍ୟାୟ ବୈଠକ, ବାହାରିଲାନି ନିଷ୍କର୍ସ; ଆସନ୍ତା 15ରେ ପୁଣି ହେବ ଆଲୋଚନା

eight round meeting started in vigyan bhawan on farmers issue
କୃଷକ ବୈଠକକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନକୁ ନେଇ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅଷ୍ଟମ ପର୍ଯ୍ୟାୟ ବୈଠକ ଆରମ୍ଭ ହୋଇଯାଇଛି । ଏଥିରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ଯୋଗଦେଇଥିବାବେଳେ ବିଭିନ୍ନ କୃଷକ ସଂଗଠନର ନେତା ମାନଙ୍କ କୃଷକ ପ୍ରତିନିଧି ମଣ୍ଡଳି ମଧ୍ୟ ଏହି ବୈଠକରେ ସାମିଲ ହୋଇଛନ୍ତି । ପୂର୍ବରୁ ଚାଷୀମାନେ ଏହି ଆଇନକୁ ବିରୋଧ କରି ସପ୍ତମ ଥର ବୈଠକ ହୋଇଛି କିନ୍ତୁ କୌଣସି ନିଷ୍କର୍ସ ବାହାରି ପାରିନାହିଁ । ଚାଷୀ ମାନେ ଏହି ନୂତନ କୃଷି ଆଇନକୁ ରଦ୍ଦ କରିବା ପାଇଁ ଅଡି ବସିଛନ୍ତି ।

କେନ୍ଦ୍ର ସରକାର ପ୍ରଣୟନ କରିଥିବା ତିନୋଟି କୃଷି ବିଲ ଯଥା କୃଷକ ସଶକ୍ତିକରଣ ଏବଂ ସୁରକ୍ଷା ଚୁକ୍ତିନାମା, କୃଷି ସେବା ଆଇନ, 2020 । କୃଷକ ଉତ୍ପାଦନ ବାଣିଜ୍ୟ ଏବଂ ବାଣିଜ୍ୟ ପଦୋନ୍ନତି ଏବଂ ସୁବିଧା ଅଧିନିୟମ, 2020 ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଅଧିନିୟମ, 2020 । ଏହି ଆଇନ ଗୁଡିକ ରଦ୍ଦ କରିବା ପାଇଁ କୃଷକ ମାନେ ଆନ୍ଦୋଳନ କରୁଛନ୍ତି।

Last Updated : Jan 8, 2021, 7:30 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.