ETV Bharat / bharat

ଚାଲିଥିଲା ସେକ୍ସ ରାକେଟ, ଚଢାଉ କରି ୮ ବିଦେଶୀଙ୍କୁ ଗିରଫ କଲା ପୋଲିସ - ବିଦେଶୀ ଦେହଜିବି

କର୍ଣ୍ଣାଟକର କେଙ୍ଗ୍ରି ଓ ସୋଲାଦେବନାହାଲୀ ଅଞ୍ଚଳରେ ଚାଲିଥିଲା ସେକ୍ସ ରାକେଟ । ୮ ବିଦେଶୀଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Dec 18, 2022, 2:04 PM IST

ବେଙ୍ଗାଲୁରୁ: ଭଡା ଘରେ ଚାଲିଥିଲା ସେକ୍ସ ରାକେଟ । ରାତି ହେଲେ ଜମୁଥିଲା ଲୋକଙ୍କ ଆସର । ବିଦେଶୀଙ୍କୁ ନେଇ ଚାଲିଥିବା ସେକ୍ସ ରାକେଟ ଉପରେ ଚଢାଉ କଲା ପୋଲିସ । ୮ ବିଦେଶୀଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ୨ଜଣ ମହିଳା ରହିଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ, କର୍ଣ୍ଣାଟକର କେଙ୍ଗ୍ରି ଓ ସୋଲାଦେବନାହାଲୀ ଅଞ୍ଚଳରେ ସେକ୍ସ ରାକେଟ ଚାଲିଥିବା ନେଇ ଏକ ବିଶେଷ ସୁତ୍ରରୁ ଖବର ପାଇଥିଲା ସିସିବି ପୋଲିସ । ଏହାପରେ ଏହି ଦୁଇଟି ସ୍ଥାନରେ ଚଢାଉ କରି ୮ ବିଦେଶୀଙ୍କୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତଙ୍କ ପଚାରାଉଚରା ବେଳେ ସେମାନେ ଭାରତର ବାସିନ୍ଦା ବୋଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-Bihar Hooch Tragedy: ଗଲାଣି ୭୫ ଜୀବନ, ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ

ଅଭିଯୁକ୍ତଙ୍କ ନିକଟରୁ ପଶ୍ଚିମବଙ୍ଗ ଏବଂ ତ୍ରିପୁରାର ଆଧାର କାର୍ଡ, ବାଂଲାଦେଶର କୋଭିଡ ଟୀକାକରଣ ପ୍ରମାଣପତ୍ର ଏବଂ କିଛି ଦସ୍ତାବିଜକୁ ପୋଲିସ ଜବତ କରିଛି । ଏଥିରୁ ସନ୍ଦେହ କରାଯାଉଛି ଯେ ଅଭିଯୁକ୍ତ ମାନେ ବିଦେଶୀ ଅଟନ୍ତି । ଏନେଇ ପୋଲିସ ତଦନ୍ତ ଜାରି ରଖିଛି । ଏହି ସେକ୍ସ ରାକେଟ ଏଠାରେ କିପରି ଚାଲିଥିଲା, ଆହୁରି କିଏ କିଏ ଏଥିରେ ସାମିଲ ଅଛନ୍ତି ସେନେଇ ଖୋଳତାଡ କରୁଛି ପୋଲିସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.