ETV Bharat / bharat

ଦିଲ୍ଲୀରେ ଅକ୍ସିଜେନ ସଙ୍କଟ, ବାତ୍ରା ହସ୍ପିଟାଲରେ ଜଣେ ଡାକ୍ତରଙ୍କ ସମେତ 12 ମୃତ

author img

By

Published : May 1, 2021, 3:01 PM IST

Updated : May 1, 2021, 6:09 PM IST

ଦିଲ୍ଲୀରେ ଅକ୍ସିଜେନ ଅଭାବରୁ ଜଣେ ଡାକ୍ତରଙ୍କ ସମେତ 8 ମୃତ

14:51 May 01

ଦିଲ୍ଲୀରେ ଅକ୍ସିଜେନ ସଙ୍କଟ, ବାତ୍ରା ହସ୍ପିଟାଲରେ ଜଣେ ଡାକ୍ତରଙ୍କ ସମେତ 12 ମୃତ

ନୂଆଦିଲ୍ଲୀ : ଅକ୍ସିଜେନ ଅଭାବରୁ ପୁଣି ଚାଲିଗଲା ଜଣେ ଡାକ୍ତରଙ୍କ ସମେତ 12 କୋରୋନା ରୋଗୀଙ୍କ ଜୀବନ । ଦିଲ୍ଲୀର ବାତ୍ରା ହସ୍ପିଟାଲରେ ଏପରି ଅଘଟଣ ଘଟିଥିବା ସୂଚନା ରହିଛି । ହସ୍ପିଟାଲରେ କୋରୋନା ସଂକ୍ରମିତ ଚିକିତ୍ସାଧିନ ଥିବାବେଳେ ହସ୍ପିଟାଲରେ ଅକ୍ସଜେନ ଶେଷ ହୋଇଯାଇଥିଲା । ଫଳରେ ଜଣେ ଡାକ୍ତରଙ୍କ ସମେତ 12 ଜଣ ରୋଗୀ ପ୍ରାଣ ହରାଇଛନ୍ତି । ପ୍ରାଣ ହରାଇଥିବା ଡାକ୍ତରଙ୍କ ନାଁ ଆରକେ ହିମାଥାନୀ ଓ ସେ  ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜୀ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି।  

ପୂର୍ବାହ୍ନ11 .45ରେ ହସ୍ପିଟାଲରେ ଅକ୍ସିଜେନର ଅଭାବ ବିଷୟର ଅବଗତ କରିଥିଲେ ହସ୍ପଟାଲ କର୍ତ୍ତୃପକ୍ଷ । ତେବେ ଅପରାହ୍ନ 1.30ର ଅକ୍ସିଜେନ ପହଞ୍ଚିଥିଲା । ଫଳରେ ପ୍ରାୟ 1 ଘଣ୍ଟା ଧରି ବିନା ଅକ୍ସିଜେନରେ ରୋଗୀମାନଙ୍କ ଚିକିତ୍ସା ଚାଲିଥିବା ହସ୍ପିଟାଲ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି । ପ୍ରାୟ 230 ଚିକିତ୍ସାଧୀନ ଗୁରୁତର ରୋଗୀ ପ୍ରାୟ 80 ମିନିଟ ପର୍ଯ୍ୟନ୍ତ ବିନା ଅକ୍ସିଜେନରେ ଆସିୟୁରେ ସଙ୍କଟାପନ୍ନ ଅବସ୍ଥାରେ ରହିଥିଲେ ।

ଗତ କିଛିଦିନ ଧରି ଦିଲ୍ଲୀରେ ଅକ୍ସିଜେନ ସଙ୍କଟ କୋରୋନା ମହାମାରୀର ଭୟାବହତାକୁ ଆହୁରି ଜଟିଳ କରିବାରେ ଲାଗିଛି । ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ଯୋଗାଇବା ପାଇଁ ଉଦ୍ୟମ ଜାରି ରହିଥିବାବେଳେ ଅକ୍ସିଜେନ ଅଭାବରୁ ରୋଗୀଙ୍କ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

Last Updated : May 1, 2021, 6:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.