ETV Bharat / bharat

ଆଜି 'ନିପୁଣ ଭାରତ'ର ଶୁଭାରମ୍ଭ କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

author img

By

Published : Jul 5, 2021, 7:23 AM IST

ଆଜି(ସୋମବାର) NIPUN ଭାରତର ଶୁଭାରମ୍ଭ କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ । ସମୟ 12ଟାରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ । ଅଧିକ ପଢନ୍ତୁ...

କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ

ନୂଆଦିଲ୍ଲୀ: ଆଜି(ସୋମବାର) NIPUN ଭାରତର ଶୁଭାରମ୍ଭ କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟ ଓ ଶିକ୍ଷା ତଥା ସାକ୍ଷରତା ବିଭାଗ ଦ୍ବାରା ନିପୁଣ (ନ୍ୟାସନାଲ ଇନିସିଏଟିଭ ଫର ପ୍ରୋଫିସିଏନ୍ସି ଇନ ରିଡିଂ ୱିଥ ଅଣ୍ଡରଷ୍ଟାଣ୍ଡିଂ ଆଣ୍ଡ ନ୍ୟୁମେରାସି) ଭାରତର ଉଦଘାଟନ ହେବ । ଦିନ 12ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମ ହେବ ବୋଲି ଟ୍ବିଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ।

Launching National Initiative for Proficiency in Reading with Understanding and Numeracy (NIPUN Bharat) on 5th July, 2021.
Time: 12.00 PM#NEP2020. #NIPUNBharat pic.twitter.com/ICRDjM2bRg

— Dr. Ramesh Pokhriyal Nishank (@DrRPNishank) July 4, 2021

ଏହି କାର୍ଯ୍ୟକ୍ରମରେ 'ନିପୁଣ ଭାରତ' ସମ୍ପର୍କିତ ଏକ କ୍ଷୁଦ୍ର ଭିଡିଓ, ସଙ୍ଗୀତ ଏବଂ ନିର୍ଦ୍ଦେଶାବଳୀ ମଧ୍ୟ ଜାରି ହେବ । 2020 ଜୁଲାଇ 29ରେ ଆରମ୍ଭ ହୋଇଥିବା ନୂଆ ଜାତୀୟ ଶିକ୍ଷାନୀତି ଅନ୍ତର୍ଗତ ଏହା ଆଉ ଏକ ନୂଆ ଯୋଜନା । NIPUN Bharatର ଉଦ୍ଦେଶ୍ୟ ହେଉଛି ମୂଳ ସାକ୍ଷରତା ଏବଂ ସାଂଖ୍ୟିକତାର ସର୍ବଭାରତୀୟ ଅଧିଗ୍ରହଣକୁ ସୁନିଶ୍ଚିତ କରିବା ପାଇଁ ଏକ ପରିବେଶ ସୃଷ୍ଟି କରିବା । ପ୍ରତ୍ୟେକ ପିଲା 2026-27 ସୁଦ୍ଧା ତୃତୀୟ ଶ୍ରେଣୀରୁ ଲେଖିବା ପଢିବାରେ ଦକ୍ଷ କରାଇବା ଏହାର ମୁଖ୍ୟ ଲକ୍ଷ୍ୟ ।

ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ଦ୍ବାରା ନିପୁଣ ଭାରତ କାର୍ଯ୍ୟକାରୀ ହେବ । ଏବଂ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଜାତୀୟ-ରାଜ୍ୟ-ଜିଲ୍ଲା-ବ୍ଲକ-ବିଦ୍ୟାଳୟ ସ୍ତରରେ ଏକ ପାଞ୍ଚ ସ୍ତରୀୟ କାର୍ଯ୍ୟକାରିତା ପ୍ରଣାଳୀ ପ୍ରତିଷ୍ଠା କରାଯିବ । ସମଗ୍ର ଶିକ୍ଷା ଯୋଜନା ଅଧିନରେ ଏହା କାର୍ଯ୍ୟକାରୀ ହେବ ।

@ANI

ନୂଆଦିଲ୍ଲୀ: ଆଜି(ସୋମବାର) NIPUN ଭାରତର ଶୁଭାରମ୍ଭ କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟ ଓ ଶିକ୍ଷା ତଥା ସାକ୍ଷରତା ବିଭାଗ ଦ୍ବାରା ନିପୁଣ (ନ୍ୟାସନାଲ ଇନିସିଏଟିଭ ଫର ପ୍ରୋଫିସିଏନ୍ସି ଇନ ରିଡିଂ ୱିଥ ଅଣ୍ଡରଷ୍ଟାଣ୍ଡିଂ ଆଣ୍ଡ ନ୍ୟୁମେରାସି) ଭାରତର ଉଦଘାଟନ ହେବ । ଦିନ 12ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମ ହେବ ବୋଲି ଟ୍ବିଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ।

ଏହି କାର୍ଯ୍ୟକ୍ରମରେ 'ନିପୁଣ ଭାରତ' ସମ୍ପର୍କିତ ଏକ କ୍ଷୁଦ୍ର ଭିଡିଓ, ସଙ୍ଗୀତ ଏବଂ ନିର୍ଦ୍ଦେଶାବଳୀ ମଧ୍ୟ ଜାରି ହେବ । 2020 ଜୁଲାଇ 29ରେ ଆରମ୍ଭ ହୋଇଥିବା ନୂଆ ଜାତୀୟ ଶିକ୍ଷାନୀତି ଅନ୍ତର୍ଗତ ଏହା ଆଉ ଏକ ନୂଆ ଯୋଜନା । NIPUN Bharatର ଉଦ୍ଦେଶ୍ୟ ହେଉଛି ମୂଳ ସାକ୍ଷରତା ଏବଂ ସାଂଖ୍ୟିକତାର ସର୍ବଭାରତୀୟ ଅଧିଗ୍ରହଣକୁ ସୁନିଶ୍ଚିତ କରିବା ପାଇଁ ଏକ ପରିବେଶ ସୃଷ୍ଟି କରିବା । ପ୍ରତ୍ୟେକ ପିଲା 2026-27 ସୁଦ୍ଧା ତୃତୀୟ ଶ୍ରେଣୀରୁ ଲେଖିବା ପଢିବାରେ ଦକ୍ଷ କରାଇବା ଏହାର ମୁଖ୍ୟ ଲକ୍ଷ୍ୟ ।

ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ଦ୍ବାରା ନିପୁଣ ଭାରତ କାର୍ଯ୍ୟକାରୀ ହେବ । ଏବଂ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଜାତୀୟ-ରାଜ୍ୟ-ଜିଲ୍ଲା-ବ୍ଲକ-ବିଦ୍ୟାଳୟ ସ୍ତରରେ ଏକ ପାଞ୍ଚ ସ୍ତରୀୟ କାର୍ଯ୍ୟକାରିତା ପ୍ରଣାଳୀ ପ୍ରତିଷ୍ଠା କରାଯିବ । ସମଗ୍ର ଶିକ୍ଷା ଯୋଜନା ଅଧିନରେ ଏହା କାର୍ଯ୍ୟକାରୀ ହେବ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.