ETV Bharat / bharat

Donation From Parents: ଅଭିଭାବକଙ୍କୁ 100 ଟଙ୍କା ଲେଖାଏଁ ମାଗିଥିଲେ, ବିବାଦ ପରେ ହଟିଲା ସର୍କୁଲାର - କର୍ଣ୍ଣାଟକ ଶିକ୍ଷା ବିଭାଗ ବିବାଦ

ବିବାଦ ପରେ ଡୋନେସନ ସର୍କୁଲାର ପ୍ରତ୍ୟାହାର କଲା କର୍ଣ୍ଣାଟକ ଶିକ୍ଷା ବିଭାଗ (Education dept Withdraws Donation Circular after the controversy)। ଅଭିଭାବକଙ୍କୁ 100 ଟଙ୍କା ଲେଖାଏଁ ପ୍ରଦାନ କରିବାକୁ ସର୍କୁଲାର ଜାରି କରିଥିଲା ଶିକ୍ଷା ବିଭାଗ । ହଙ୍ଗମା କରିଥିଲେ ବିରୋଧୀ । ସ୍ପଷ୍ଟୀକରଣ ରଖିଲେ ରାଜ୍ୟ ଶିକ୍ଷାମନ୍ତ୍ରୀ । ଅଧିକ ପଢନ୍ତୁ

Donation Circular controversy: ବିବାDonation Circular controversy: ବିବାଦ ପରେ ସର୍କୁଲାର ପ୍ରତ୍ୟାହାର କଲା କର୍ଣ୍ଣାଟକ ଶିକ୍ଷା ବିଭାଗଦ ପରେ ସର୍କୁଲାର ପ୍ରତ୍ୟାହାର କଲା କର୍ଣ୍ଣାଟକ ଶିକ୍ଷା ବିଭାଗ
Donation Circular controversy: ବିବାଦ ପରେ ସର୍କୁଲାର ପ୍ରତ୍ୟାହାର କଲା କର୍ଣ୍ଣାଟକ ଶିକ୍ଷା ବିଭାଗ
author img

By

Published : Oct 22, 2022, 10:46 PM IST

ବେଙ୍ଗାଲୁରୁ: ବିଦ୍ୟାଳୟ ସଶକ୍ତିକରଣ ଏବଂ ମନିଟରିଂ କମିଟି (SDMCs)କୁ ଆର୍ଥିକ ଭାବେ ସାହାଯ୍ୟ କରିବା ପାଇଁ ଅଭିଭାବକଙ୍କୁ ଶହେ ଟଙ୍କା ଲେଖାଏଁ ପ୍ରଦାନ କରିବା ନେଇ ସର୍କୁଲାର ଜାରି କରିଥିଲା କର୍ଣ୍ଣାଟକ ଶିକ୍ଷା ବିଭାଗ । ତେବେ ସରକାରଙ୍କ ଏପରି ନିଷ୍ପତ୍ତିକୁ ନେଇ ବିବାଦ ଓ ବିରୋଧ ଦେଖିବାକୁ ମିଳିବା ପରେ ସମ୍ପୃକ୍ତ ସର୍କୁଲାରକୁ ବିଭାଗ ପକ୍ଷରୁ ପ୍ରତ୍ୟାହାର କରାଯାଇଛି (Education dept Withdraws Donation Circular after the controversy) । ରାଜ୍ୟ ଶିକ୍ଷାମନ୍ତ୍ରୀ ବି.ସି ନାଗେଶଙ୍କ ନିର୍ଦ୍ଦେଶ ପରେ ଏହା ପ୍ରତ୍ୟାହାର ହୋଇଥିବା ବେଳେ ଏହା କେଉଁ ପରିସ୍ଥିତିରେ ଜାରି ହେଲା ତାହା ମନ୍ତ୍ରୀ ଜାଣିନଥିବା କହିଛନ୍ତି ।

ଶିକ୍ଷା ବିଭାଗର ଏପରି ନିୟମ ପରେ ରାଜ୍ୟରେ ବିରୋଧୀ ହଙ୍ଗାମା କରିଥିଲେ । ବିରୋଧୀ ଦଳ ନେତା ସିଦ୍ଧରମୈୟା ଏହାକୁ ନେଇ ବୋମ୍ମାଇ ସରକାରଙ୍କୁ ଘେରିବା ସହ ତୁରନ୍ତ ଏହି ନିୟମକୁ ପ୍ରତ୍ୟାହାର କରିବା ପାଇଁ ଦାବି କରିଥିଲେ । ଅକ୍ଟୋବର 19 ରେ ବିଭାଗ ଦ୍ବାରା ଜାରି ହୋଇଥିବା ଏହି ସର୍କୁଲାରକୁ ମାତ୍ର 48 ଘଣ୍ଟା ମଧ୍ୟରେ ରାଜ୍ୟ ସରକାର ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଛନ୍ତି ।

ତେବେ ଏହି ସମ୍ପର୍କରେ ବିଭାଗୀୟ ମନ୍ତ୍ରୀ ନାଗେଶ କହିଥିଲେ, ସେ ବିଭାଗ ଦ୍ବାରା ଜାରି କରାଯାଇଥିବା ଏହି ସର୍କୁଲାର ସମ୍ପର୍କରେ ସମ୍ପୂର୍ଣ୍ଣ ଅବଗତ ନୁହନ୍ତି । ସ୍କୁଲର ଭିତ୍ତିଭୂମି ବିକାଶ ପାଇଁ ଅଭିଭାବକଙ୍କ ଠାରୁ 100 ଟଙ୍କା ଲେଖାଏ ସଂଗ୍ରହ କରିବା ପାଇଁ ଶିକ୍ଷା ବିଭାଗ କମିଶନରଙ୍କ ନିର୍ଦ୍ଦେଶରେ ଏପରି କରାଯାଇଛି । ଏହା ତାଙ୍କର କିମ୍ବା ମୁଖ୍ୟମନ୍ତ୍ରୀଙ୍କ ଗୋଚରରେ ହୋଇନାହିଁ । ତେବେ ଲୋକେ ଏହାକୁ ନବୁଝି ଭିନ୍ନ ପ୍ରତିକ୍ରିୟା ରଖୁଥିବା ସେ ପ୍ରତିକ୍ରିୟାରେ କହିଥିଲେ ।

ଆହୁରି ମଧ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ବିଦ୍ୟାଳୟ ସଶକ୍ତିକରଣ ଏବଂ ମନିଟରିଂ କମିଟି ପରାମର୍ଶ କ୍ରମେ ଶିକ୍ଷା ବିଭାଗ କମିଶନର ଏହି ସର୍କୁଲାର ଜାରି କରିଥାଇ ପାରନ୍ତି । ସର୍କୁଲାର ଜାରି କରିବା ବେଳେ ଏହାକୁ ସରକାରଙ୍କ ନଜରକୁ ଆଣିବା ଆବଶ୍ୟକ ନଥାଏ । ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ବିଦ୍ୟାଳୟର ବିକାଶ ପାଇଁ ସ୍ଥାନୀୟ ସ୍ତରରେ ପାଣ୍ଠି ସଂଗ୍ରହର ବ୍ୟବସ୍ଥା ଶିକ୍ଷା ଅଧିକାର ଅଧିନିୟମ (RTE Act) ରେ କରାଯାଇଛି । ତେବେ ସେ ବର୍ତ୍ତମାନ ଜାରି ହୋଇଥିବା ସର୍କୁିଲାର ଏକ ନିୟମ ବା ନିର୍ଦ୍ଦେଶ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.