ETV Bharat / bharat

ଅର୍ଣ୍ଣବଙ୍କ ଗିରଫଦାରୀ ଘଟଣାକୁ ଏଡିଟରଗିଲ୍ଡ ଅଫ ଇଣ୍ଡିଆର କଡା ନିନ୍ଦା

author img

By

Published : Nov 4, 2020, 7:24 PM IST

ବରିଷ୍ଠ ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀଙ୍କ ଗିରଫ ପରେ ସାରା ଦେଶରେ ଆକ୍ରୋଶର ମାହୋଲ । ଅର୍ଣ୍ଣବଙ୍କ ଗିରଫଦାରୀ ଉପରେ ଆଶ୍ଚର୍ଯ୍ୟ ପ୍ରକାଶ କରିଛି ଏଡିଟର ଗିଲ୍ଡ ଅଫ ଇଣ୍ଡିଆ । ଅଧିକ ପଢନ୍ତୁ...

ଅର୍ଣ୍ଣବଙ୍କ ଗିରଫଦାରୀ ଘଟଣାକୁ ଏଡିଟରଗିଲ୍ଡ ଅଫ ଇଣ୍ଡିଆର କଡା ନିନ୍ଦା
ଅର୍ଣ୍ଣବଙ୍କ ଗିରଫଦାରୀ ଘଟଣାକୁ ଏଡିଟରଗିଲ୍ଡ ଅଫ ଇଣ୍ଡିଆର କଡା ନିନ୍ଦା

ନୂଆଦିଲ୍ଲୀ: ବରିଷ୍ଠ ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀଙ୍କ ଗିରଫ ପରେ ସାରା ଦେଶରେ ଆକ୍ରୋଶର ମାହୋଲ । ଗଣତନ୍ତ୍ରର ସ୍ବାଧିନତାକୁ ନେଇ ଉଠୁଛି ଅନେକ ପ୍ରଶ୍ନ । ଏହାରି ମଧ୍ୟରେ ଅର୍ଣ୍ଣବଙ୍କ ଗିରଫଦାରୀରେ ଆଶ୍ଚର୍ଯ୍ୟ ପ୍ରକାଶ କରିଛି ଏଡିଟର ଗିଲ୍ଡ ଅଫ ଇଣ୍ଡିଆ ।

ଅର୍ଣ୍ଣବ ଗୋସ୍ବାମୀଙ୍କ ଅଚାନକ ଗିରଫଦାରୀକୁ ଗିଲ୍ଡ୍‌ ନିନ୍ଦା କରିବା ସହ ସାମ୍ବାଦିକଙ୍କ ବିରୋଧରେ କ୍ଷମତାର ଅପବ୍ୟବହାର ନକରିବାକୁ ମହାରାଷ୍ଟ୍ର ସରକାରଙ୍କୁ ଅପିଲ କରିଛି । ଏଡିଟର ଗିଲ୍ଡର ଅଧ୍ୟକ୍ଷ ପଦରେ ଥିବା ସୀମା ମୁସ୍ତାଫା ଏବଂ ସାଧାରଣ ସମ୍ପାଦକ ସଞ୍ଜୟ କପୁରଙ୍କୁ ମଧ୍ୟ ସାମ୍ବାଦିକଙ୍କୁ ନ୍ୟାୟ ଦେବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।

ସେପଟେ ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀଙ୍କ ଗିରଫଦାରୀ ପରେ ତାଙ୍କ ସପକ୍ଷରେ ବାହାରିଛି ଭାରତୀୟ ଜନତା ପାର୍ଟି । ଦଳର ନେତାମନ୍ତ୍ରୀ ଘନଘନ ଟ୍ବିଟ କରି ମହାରାଷ୍ଟ୍ରରେ କ୍ଷମତାସୀନ ଉଦ୍ଧବ ସରକାରଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି ।

କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଟ୍ବିଟ କରି ଲେଖିଛନ୍ତି, ବରିଷ୍ଠ ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀଙ୍କ ବିରୋଧରେ କରାଯାଇଥିବା ଏପରି ବ୍ୟବହାର ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ ଦୁର୍ବଳ କରିବା ଏବଂ ବିରୋଧର ସ୍ବରକୁ ଦମନ କରିବା ପାଇଁ ଏକଛତ୍ରବାଦ ପ୍ରବୃତ୍ତିର ପ୍ରତୀକ । କଂଗ୍ରେସକୁ ଜରୁରୀକାଳୀନ ସମେତ ଅନେକ ଉଦାହରଣର ଧ୍ୟାନ ଦେବାକୁ ପଡିବ ବୋଲି କହିଛନ୍ତି ରାଜନାଥ ।

ରାଜନାଥ ସିଂହଙ୍କ ଟ୍ବିଟ
ରାଜନାଥ ସିଂହଙ୍କ ଟ୍ବିଟ

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଘଟଣାର କଡାନିନ୍ଦା କରି ଟ୍ବିଟ କରିଛନ୍ତି । ଧର୍ମେନ୍ଦ୍ର କହିଛନ୍ତି, ସମାଜରେ ଏପରି ବ୍ୟବହାର ଗ୍ରହଣୀୟ ନୁହେଁ । ସମସ୍ତ ମର୍ଯ୍ୟାଦାର ଉଲ୍ଲଂଘନ କରି ମହାରାଷ୍ଟ୍ର ସରକାର ଗୁଣ୍ଡାଗିରି କରୁଛି । ପ୍ରତ୍ୟେକ କଥାରେ ହସ୍ତକ୍ଷେପ କରୁଥିବା ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ଓ ସରଦ ପାୱାର ଏପରି ଅଣଗଣତାନ୍ତ୍ରୀକ ଘଟଣା ଉପରେ ନୀରବ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ସମ୍ବିତ ।

ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ବିଟ
ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ବିଟ

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଟ୍ବିଟ କରି ଲେଖିଛନ୍ତି, ମହାରାଷ୍ଟ୍ର ସରକାର ଅର୍ଣ୍ଣବ ଗୋସ୍ବାମୀଙ୍କୁ ଗିରଫ କରିବା ସହିତ ଆଇନ ତଥା ସାମ୍ବିଧାନିକ ସ୍ବାଧୀନତାର ନିୟମକୁ ଯେଭଳି ଭାବରେ ଅପମାନିତ କରିଛି ଏହା ଜରୁରୀକାଳୀନ ସ୍ଥିତିର ଅନ୍ଧକାର ଦିନକୁ ମନେ ପକାଇଇଛି ।

ପ୍ରତାପ ଷଡଙ୍ଗୀଙ୍କ ଟ୍ବିଟ
ପ୍ରତାପ ଷଡଙ୍ଗୀଙ୍କ ଟ୍ବିଟ

ଅନ୍ୟପକ୍ଷେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କେନ୍ଦ୍ରସରକରାଙ୍କ ଅନେକ ନେତାମନ୍ତ୍ରୀ ଘଟଣାର କଡାନିନ୍ଦା କରୁଛନ୍ତି । ବୁଧବାର ସକାଳେ ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଗରିଫ କରିଥିଲା ମହାରାଷ୍ଟ୍ର ପୋଲିସ । ଅର୍ଣ୍ଣବଙ୍କୁ ଜୋର ଜବରଦସ୍ତି ପୋଲିସ ଉଠାଇନେଇଥିବା ଅଭିଯୋଗ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.