ETV Bharat / bharat

ଭାରତ ଯୋଡ଼ୋ ଯାତ୍ରାକୁ ପ୍ରଭାବିତ ପାଇଁ ଶିବକୁମାରଙ୍କୁ EDର ସମନ: କଂଗ୍ରେସ

author img

By

Published : Oct 7, 2022, 10:08 PM IST

ଭାରତ ଯୋଡ଼ୋ ଯାତ୍ରାକୁ ପ୍ରଭାବିତ ପାଇଁ କର୍ଣ୍ଣାଟକର କଂଗ୍ରେସ ନେତା ଡିକେ ଶିବ କୁମାରଙ୍କୁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏଭଳି ଅଭିଯୋଗ କରିଛି ଦଳ । ଅଧିକ ପଢନ୍ତୁ

ଭାରତ ଯୋଡ଼ୋ ଯାତ୍ରାକୁ ପ୍ରଭାବିତ ପାଇଁ ଶିବକୁମାରଙ୍କୁ EDର ସମନ: କଂଗ୍ରେସ
ଭାରତ ଯୋଡ଼ୋ ଯାତ୍ରାକୁ ପ୍ରଭାବିତ ପାଇଁ ଶିବକୁମାରଙ୍କୁ EDର ସମନ: କଂଗ୍ରେସ

ନୂଆଦିଲ୍ଲୀ: କର୍ଣ୍ଣାଟକର କଂଗ୍ରେସ ନେତା ଡିକେ ଶିବ କୁମାରଙ୍କୁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) । ତେବେ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରାକୁ ପ୍ରଭାବିତ କରିବା ଲାଗି ଏହା ଏକ ପ୍ରୟାସ ବୋଲି ଅଭିଯୋଗ ଆଣିଛି କଂଗ୍ରେସ । କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେଟ କହିଛନ୍ତି ଯେ ଏହା କେବଳ ପ୍ରତିଶୋଧର ରାଜନୀତି । ଶିବ କୁମାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଦ୍ବାରା ସେ ଭାରତ ଯୋଡ଼ୋ ଯାତ୍ରାରୁ ବଞ୍ଚିତ ହୋଇଥାନ୍ତେ । ଏଥିଲାଗି ସେ ସମନର ତାରିଖକୁ ଘୁଞ୍ଚାଇବା ଲାଗି ଅନୁରୋଧ କରିଥିଲେ ମଧ୍ୟ ସରକାର ଏଥିଲାଗି ଅନୁମତି ଦେଇନଥିବା ସେ କହିଛନ୍ତି ।

କଂଗ୍ରେସ ନେତା ଡିକେ ଶିବ କୁମାର
କଂଗ୍ରେସ ନେତା ଡିକେ ଶିବ କୁମାର

ଅର୍ଥ ହେରଫେର ମାମଲାରେ ଶିବ କୁମାରଙ୍କୁ ଅକ୍ଟୋବର ୫ ତାରିଖ ରାତି ୯ଟାରେ ଏକ ନୂତନ ସମନ ଜାରି କରାଯାଇଥିଲା । ଯାହା ପରେ ଏଆଇସିସି (AICC) ପ୍ରଭାରୀ କର୍ଣ୍ଣାଟକ ରଣଦୀପ ସୁର୍‌ଜେୱାଲା କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ। ସୁର୍‌ଜେୱାଲା କହିଥିଲେ, "ଭାରତ ଯୋଡ଼ୋ ଯାତ୍ରାକୁ ଏତେ ମାତ୍ରାରେ ସମର୍ଥନ ଦେଖି ସେ ଭୟଭୀତ ହୋଇପଡିଥିଲେ । ଏହି ଯାତ୍ରା ମୋଦି-ବମ୍ମାଇ ସରକାରଙ୍କୁ ବିଚଳିତ କରିଦେଇଛି । ଯାତ୍ରା ବନ୍ଦ କରିବା ପାଇଁ ଶିବ କୁମାରଙ୍କୁ ବାରମ୍ବାର ସମନ ଜାରି କରାଯାଇଛି ।"

ଏହା ବି ପଢନ୍ତୁ- Congress Bharat Jodo Yatra: ପଦଯାତ୍ରାରେ ସାମିଲ ହେବେ ସୋନିଆ ଗାନ୍ଧୀ

ନିକଟରେ ଯେତେବେଳେ କଂଗ୍ରେସର ଏହି ଯାତ୍ରା ଦକ୍ଷିଣାଞ୍ଚଳ ରାଜ୍ୟରେ ପ୍ରବେଶ କରିଥିଲା ଦଳ ବମ୍ମାଇ ସରକାରଙ୍କୁ ୪୦ ପ୍ରତିଶତ କମିଶନ ନେଉଥିବା ସରକାର ବୋଲି କହିଥିଲା । ଏଥିପାଇଁ ନିରନ୍ତର ଟାର୍ଗେଟ କରୁଛି। ଶ୍ରୀନେଟ୍ ୨୦୧୬ ରେଳ ଅଧିକାରୀଙ୍କୁ ଲାଞ୍ଚ ନେଇଥିବା ଅଭିଯୋଗରେ ଆମେରିକାର କାର୍ଯ୍ୟାନୁଷ୍ଠାନକୁ ବ୍ୟାଖ୍ୟା କରିବାକୁ କେନ୍ଦ୍ରକୁ କହିଥିଲେ। ସେହି ସମୟରେ ପୀୟୁଷ ଗୋୟଲ ମନ୍ତ୍ରୀ ଥିଲେ । ସେ କହିଛନ୍ତି, "ଆମେରିକୀୟ କମ୍ପାନୀ ରେଳ ଅଧିକାରୀଙ୍କୁ ଲାଞ୍ଚ ଦେଉଥିବା ଅଭିଯୋଗର କେନ୍ଦ୍ର ସରକାର ଉତ୍ତର ଦେବା ଉଚିତ।"

ସେ ଆହୁରି କହିଛନ୍ତି, "ଆଜି ଅଦାନୀ ଗ୍ରୁପ୍ ଧନୀ ବ୍ୟବସାୟୀଙ୍କ ମଧ୍ୟରେ ରହିଛି ଏବଂ ଗତ ୮ବର୍ଷ ମଧ୍ୟରେ ୬୦୦ତମ ସ୍ଥାନରେ ରହିବା ପରେ ମଧ୍ୟ ସେ ଏବେ ଦୁନିଆର ଦ୍ୱିତୀୟ ଧନୀ ବ୍ୟକ୍ତି ହୋଇପାରିଛନ୍ତି । କେନ୍ଦ୍ରର ନୀତିଗୁଡିକ ସେମାନଙ୍କର ଉନ୍ନତିରେ ସାହାଯ୍ୟ କରିଛି । ମୁଁ ଇଚ୍ଛା କରେ ଗତ କିଛି ବର୍ଷ ମଧ୍ୟରେ ଦାରିଦ୍ର୍ୟକୁ ଠେଲି ହୋଇଥିବା ୫.୬ କୋଟି ଲୋକଙ୍କ ପାଇଁ ସରକାର ମଧ୍ୟ ସମାନ ଚିନ୍ତା ପ୍ରକଟ କରିବା ଉଚିତ । ଦେଶ ବେସରକାରୀ ବ୍ୟବସାୟରୁ ପୁଞ୍ଜି ବିନିଯୋଗ ଆବଶ୍ୟକ କରେ କାରଣ ଏହିପରି ଉଦ୍ୟୋଗଗୁଡିକ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି କରିଥାଏ । କିନ୍ତୁ ବିଗତ ବର୍ଷଗୁଡିକରେ ବଡ ବ୍ୟବସାୟୀଙ୍କ ଦ୍ବାରା କେତେ ନିଯୁକ୍ତି ସୃଷ୍ଟି ହୋଇଛି ସରକାର ଉତ୍ତର ଦେବେ କି ?" ବୋଲି ସେ ପ୍ରଶ୍ନ କରିଛନ୍ତି ।

କର୍ଣ୍ଣାଟକରେ କଂଗ୍ରେସର ପଦଯାତ୍ରା ଦୁଇ ସପ୍ତାହ ଧରି ଚାଲିବ । ପଦଯାତ୍ରାରେ କଂଗ୍ରେସ ଅଧ୍ୟକ୍ଷ ପ୍ରାର୍ଥୀ ମଲ୍ଲିକାର୍ଜୁନ ଖଡ଼ଗେ ସାମିଲ ରହିବେ । ସୋନିଆ ଗାନ୍ଧୀ ସାମିଲ ହେବାପରେ ଏହି ଯାତ୍ରାକୁ ଆହୁରି ମାଇଲେଜ୍‌ ମିଳିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । କେନ୍ଦ୍ର ସରକାର ଓ ବିଜେପିକୁ ଟାର୍ଗେଟ କରିବା କଂଗ୍ରେସ ପଦଯାତ୍ରାର ମୂଳ ଉଦ୍ଦେଶ୍ୟ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.