ETV Bharat / bharat

ମନିଲଣ୍ଡରିଂ ମାମଲାରେ ମେହବୁବାଙ୍କୁ ସମନ ଜାରି କଲା ED - ମନି ଲଣ୍ଡରିଂ ମାମଲା

ମନି ଲଣ୍ଡରିଂ ମାମଲାରେ ମେହବୁବାଙ୍କୁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) । ମନି ଲଣ୍ଡରିଂ ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ 11.86 କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା । ଅଧିକ ପଢନ୍ତୁ...

ମନି ଲଣ୍ଡରିଂ ମାମଲାରେ ମେହବୁବାଙ୍କୁ ସମନ ଜାରି କଲା ED

author img

By

Published : Mar 5, 2021, 8:03 PM IST

ଶ୍ରୀନଗର: ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତିଙ୍କ ବଢିଲା ଅଡୁଆ । ମନି ଲଣ୍ଡରିଂ ମାମଲାରେ ମେହବୁବାଙ୍କୁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) । ପଚରାଉଚୁରା ପାଇଁ ମେହବୁବାଙ୍କୁ ନୋଟିସ କରିଛି ଇଡି ।

ଏହାପୂର୍ବରୁ ଇଡି ଜମ୍ମୁ କାଶ୍ମୀର କ୍ରିକେଟ ଆସୋସିଏସନ ମନି ଲଣ୍ଡରିଂ ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ 11.86 କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା । ଫାରୁକ ଅବଦୁଲ୍ଲା ଇଡିର ସେହି ଆଦେଶକୁ ଚ୍ୟାଲେଞ୍ଜ କରିଛନ୍ତି, ଯେଉଁଥିରେ ଏଜେନ୍ସି ମନି ଲଣ୍ଡରିଂର ଏକ ମାମଲାରେ ପାଖାପାଖି 12 କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ କରିଛି ।

ଇଡି ଅଭିଯୋଗ କରିଛି ଯେ ଅବଦୁଲ୍ଲା 2001ରୁ 2011 ପର୍ଯ୍ୟନ୍ତ ଜମ୍ମୁ କାଶ୍ମୀର କ୍ରିକେଟ ଆସୋସିଏସନର ଅଧ୍ୟକ୍ଷ ରହିଥିଲେ । ଏହି ସମୟରେ ସେ ନିଜ ପଦର ଦୁରୂପଯୋଗ କରି କ୍ରିକେଟ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ପ୍ରୋୟୋଜିତ ଅର୍ଥ କୋଷରେ ହେରଫେର କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.