ETV Bharat / bharat

Money Laundering Case: ସତ୍ୟେନ୍ଦ୍ରଙ୍କ ବିଭିନ୍ନ ଠିକଣା ଉପରେ EDର ଚଢାଉ

author img

By

Published : Jun 17, 2022, 4:18 PM IST

ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ମନି ଲଣ୍ଡରିଂ ମାମଲା । ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦିଲ୍ଲୀର ଏକାଧିକ ସ୍ଥାନରେ କରିଛି ଚଢାଉ । ଅଧିକ ପଢନ୍ତୁ

Money Laundering Case: ସତ୍ୟେନ୍ଦ୍ରଙ୍କ ସହ ଜଡ଼ିତ ଏକାଧିକ ସ୍ଥାନ ଉପରେ EDର ଚଢାଉ

ନୂଆଦିଲ୍ଲୀ: ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ମନି ଲଣ୍ଡରିଂ ମାମଲା । ଆଜି (ଶୁକ୍ରବାର) ସକାଳେ ସତ୍ୟେନ୍ଦ୍ରଙ୍କ କିଛି ସହଯୋଗୀ ଓ କାର୍ଯ୍ୟାଳୟ ସମତେ ରାଜଧାନୀର ଏକାଧିକ ସ୍ଥାନରେ ଚଢାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) । ଅତିକମରେ ୧୦ଟି ବାସଭବନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଇଡ଼ି ଚଢାଉ କରି ନିଜର ସର୍ଚ୍ଚ ଅପରେସନ ଜାରି ରଖିଥିବା ଜଣାପଡ଼ିଛି ।

ଏହି ସ୍ଥାନଗୁଡ଼ିକ ଏକ ପ୍ରତିଷ୍ଠିତ ବିଦ୍ୟାଳୟ ଚଳାଉଥିବା ବ୍ୟବସାୟ ଗୋଷ୍ଠୀର ପ୍ରୋତ୍ସାହକ ମାନଙ୍କ ସହିତ ଜଡ଼ିତ ବୋଲି ଜଣାପଡ଼ିଛି । ଅର୍ଥ ହେରଫେର ମାମଲାରେ ବାରମ୍ବାର ଜେରା ପରେ ସେ ସନ୍ତୋଷଜନକ ଉତ୍ତର ନ ଦେଇପାରିବା ପରେ ତାଙ୍କୁ ଗତ ମେ ୩୦ ତାରିଖରେ ଗିରଫ କରାଯାଇଥିଲା । ଦିଲ୍ଲୀ କୋର୍ଟ ତାଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରି ଏହାକୁ ସଂରକ୍ଷିତ ରଖିଛନ୍ତି ।

ନିକଟରେ ମନି ଲଣ୍ଡରିଂ ଆକ୍ଟ ଜରିଆରେ ସତ୍ୟେନ୍ଦ୍ର ଜୈନଙ୍କ ବାସଭବନରେ ଚଢାଉ ହୋଇଥିଲା । ଚଢ଼ାଉରେ ୨.୮୫ କୋଟି ଟଙ୍କା ଏବଂ ମୋଟ ୧.୮୦ କିଲୋଗ୍ରାମର ୧୩୩ଟି ସ୍ବର୍ଣ୍ଣ ମୁଦ୍ରା ମଧ୍ୟ ଜବତ କରାଯାଇଥିଲା । ଏହା ପରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅଡୁଆ ଆହୁରି ବଢିଥିଲା । ପୂର୍ବରୁ ଜୁନ ୯ ତାରିଖ ଯାଏଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ହେପାଜତକୁ ପଠାଇଲେ କୋର୍ଟ । ମାମଲାର ଅଧିକ ତଦନ୍ତ ଆବଶ୍ୟକତା ନେଇ ତାଙ୍କୁ ଇଡି ହେପାଜତକୁ ଆହୁରି ୪ ଦିନ ପାଇଁ ପଠାଇଥିଲେ ଏହା ପରେ ପୁଣି ଆଜି ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି ।

ଦିଲ୍ଲୀରେ କ୍ଷମତାରେ ଥିବା ଆମ ଆଦମୀ ପାର୍ଟି ସରକାର ଏହାକୁ ଏକ ରାଜନୈତିକ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ବୋଲି କହିବା ସହ ସତ୍ୟେନ୍ଦ୍ର ଜୈନଙ୍କୁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ବୋଲି କହିଛନ୍ତି ଦଳ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଦଳ ପକ୍ଷରୁ ଏପରି ସମର୍ଥନ ପରେ ବିଜେପି ଓ ଆପ ମଧ୍ୟରେ ଆରୋପ ପ୍ରତ୍ୟାରୋପ ମଧ୍ୟ ଜାରି ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.