ETV Bharat / bharat

ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଘରେ ED ରେଡ୍

author img

By

Published : Jun 6, 2022, 8:48 AM IST

Updated : Jun 6, 2022, 9:08 AM IST

ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ଙ୍କ ପିଛା ଛାଡୁନି ଅଡୁଆ । ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ଙ୍କ ଘରେ ଇଡି ରେଡ୍ ମାରିଛି । ଅଧିକ ପଢନ୍ତୁ

ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଘରେ ED ରେଡ୍
ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଘରେ ED ରେଡ୍

ନୂଆଦିଲ୍ଲୀ: ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ଙ୍କ ପିଛା ଛାଡୁନାହିଁ ଅଡୁଆ । ଇଡି ସ୍କାନରେ ସ୍ବାସ୍ଥ୍ୟମନ୍ତ୍ରୀ । ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ଙ୍କ ଘରେ ଇଡି ରେଡ୍ ମାରିଛି । ହାୱାଲା କୋଲକାତାର ଏକ କମ୍ପାନି ସହ ଜଡିତ ମନି ଲଣ୍ଡ୍ରିଂ ମାମଲାରେ ଚଢ଼ାଉ ହୋଇଥିବା ସୂଚନା । ଅର୍ଥ ହେରଫେର ଅଭିଯୋଗରେ ରେଡ୍‌ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ବେଆଇନ ଅର୍ଥ କାରବାର ମାମଲାରେ ଗିରଫ ହୋଇଥିବା ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଘରେ ଆଜି (ସୋମବାର) ପୁଣି ରେଡ୍‌ ହୋଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଗୋଟିଏ ଟିମ୍‌ ତାଙ୍କ ଘରେ ସକାଳୁ ପହଞ୍ଚି ଛାନଭିନ କରିଛି । ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବାସଭବନ ବ୍ୟତୀତ ଆଉ କିଛି ସ୍ଥାନରେ ମଧ୍ୟ ଚଢ଼ଉ ହୋଇଛି । ହାୱାଲା ଅପରେଟରଙ୍କ ଜରିଆରେ ସତ୍ୟେନ୍ଦ୍ର ଜୈନଙ୍କ କମ୍ପାନୀ କୋଟି କୋଟି ଟଙ୍କା ଆତ୍ମସାତ କରିଥିବା ଇଡି ଜାଣିବାକୁ ପାଇଛି । ଏଥିପାଇଁ ଇଡି ତାଙ୍କୁ ମଇ ୩୦ରେ ଗିରଫ କରିଥିଲା । ଜୁନ 9 ଯାଏ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହେପାଜତକୁ ନେଇଛି ।

ମାମଲାର ଅଧିକ ତଦନ୍ତ ଆବଶ୍ୟକତା ଦର୍ଶାଇ ଜୈନଙ୍କୁ ଜେରା ପାଇଁ 14 ଦିନିଆ ରିମାଣ୍ଡ ଆବେଦନ କରିଥିଲା ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଖଣ୍ଡପୀଠ ଜୈନଙ୍କ ଜାମିନ ଖାରଜ କରିବା ସହ ଅଧିକ ପଚରାଉଚରା ପାଇଁ ଇଡି ହେପାଜତକୁ ପଠାଇଥିଲେ । ପୂର୍ବରୁ ମଧ୍ୟ ଏକାଧିକ ଥର ଇଡି ଜେରାର ସମ୍ମୁଖୀନ ହୋଇ ସାରିଥିଲେ ଜୈନ । ଆର୍ଥିକ ବିନିଯୋଗ ମାମଲାରେ ସନ୍ତୋଷଜନକ ଉତ୍ତର ନଦେଇ ପାରିବାରୁ ତାଙ୍କୁ ଗିରଫ କରାଯାଇଥିଲା ।

Last Updated : Jun 6, 2022, 9:08 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.