ETV Bharat / bharat

ED ଜାଲରେ ଆଉ ଜଣେ AAP ମନ୍ତ୍ରୀ, ରାଜକୁମାର ଆନନ୍ଦ ଘରେ ଚଢାଉ - ମନ୍ତ୍ରୀ ରାଜକୁମାର ଆନନ୍ଦ ଘରେ ଚଢାଉ

ଦିଲ୍ଲୀ ଅବକାରୀ ପିଲିସି ଘୋଟାଲା ମାମଲାରେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ଆଜି ଇଡିରେ ହାଜର ହେବେ । ଏହା ପୂର୍ବରୁ ଇଡି ରାଡାରେ ଆଉ ଜଣେ ଆପ୍ ମନ୍ତ୍ରୀ । ରାଜକୁମାର ଆନନ୍ଦ ଘରେ ଚଢାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅଧିକ ପଢ଼ନ୍ତୁ

ED ଜାଲରେ ଆଉ ଜଣେ AAP ମନ୍ତ୍ରୀ
ରାଜକୁମାର ଆନନ୍ଦ ଘରେ ଚଢାଉ
author img

By ETV Bharat Odisha Team

Published : Nov 2, 2023, 9:21 AM IST

ନୂଆଦିଲ୍ଲୀ: ଇଡି ନିଶାନାରେ ଆପ୍ ନେତା । ଜଣେ ପରେ ଜଣେ ଆପ ନେତା, ବିଧାୟକ ଘରେ ଚଢାଉ ପରେ ଏବେ ମନ୍ତ୍ରୀଙ୍କ ବାସଭବନରେ ଚଢାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଦିଲ୍ଲୀ ଅବକାରୀ ପିଲିସି ଘୋଟାଲା ମାମଲାରେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ଇଡିରେ ହାଜର ହେବା ପୂର୍ବରୁ ଇଡି ରାଡାରେ ଆଉ ଜଣେ ଆପ୍ ମନ୍ତ୍ରୀ ରାଜ କୁମାର ଆନନ୍ଦ । ସାଂସଦ ସଞ୍ଜୟ ସିଂହ, ବିଧାୟକ ଅମାନୁତଲ୍ଲା ଖାନଙ୍କ ପରେ ଦିଲ୍ଲୀ ମନ୍ତ୍ରୀ ରାଜ କୁମାର ଆନନ୍ଦଙ୍କ ବାସ ଭବନରେ ଚଢ଼ାଉ କରିଛି ଇଡି । ରାଜକୁମାର ଆନନ୍ଦଙ୍କ 9ଟି ଠିକଣାରେ ଛାପା ମାରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

  • #WATCH | ED raid underway at the residence of Delhi Minister Raaj Kumar Anand in Civil Lines area. Searches started early morning today. Raids are underway at 9 premises linked to him. Details awaited pic.twitter.com/2Q0ZuFIjGo

    — ANI (@ANI) November 2, 2023 " class="align-text-top noRightClick twitterSection" data=" ">

ଇଡି ଟିମ୍ ରାଜକୁମାର ଆନନ୍ଦଙ୍କ ସିବିଲ ଲାଇନ୍ସିଂ ସ୍ଥିତ ବାସଭବନରେ ରେଡ କରିଛି । ଏହାଛଡ଼ା ଅନ୍ୟ 9ଟି ଠିକଣାରେ ବି ଛାପା ମାରିଛି । ମନି ଲଣ୍ଡ୍ରିଂ ମାମଲାରେ ଏହି ରେଡ୍‌ ହୋଇଥିବା ଜଣାପଡ଼ିଛି । ରାଜକୁମାର ଆନନ୍ଦ 2020 ବର୍ଷ ପ୍ରଥମ ଥର ବିଧାୟକ ହୋଇଥିଲେ । ଏହା ପୂର୍ବରୁ ତାଙ୍କ ପତ୍ନୀ ମଧ୍ୟ ସମାନ ବିଧାନସଭା ଆସନରୁ ବିଧାୟକ ଥିଲେ । ଦିଲ୍ଲୀ ସରକାର ପୂର୍ବ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମଙ୍କ ସ୍ଥାନରେ ରାଜକୁମାର ଆନନ୍ଦଙ୍କୁ କ୍ୟାବିନେଟ୍‌ ମନ୍ତ୍ରୀ କରିଥିଲେ । ଏବେ ମନିଂ ଲଣ୍ଡ୍ରିଂ ମାମଲାରେ ତାଙ୍କ ଠିକଣାରେ ଚଢାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ଏହା ବି ପଢନ୍ତୁ..ED ରାଡାରରେ AAP ନେତା, ବିଧାୟକ ଅମାନୁତଲ୍ଲା ଖାନଙ୍କ ଠିକଣାରେ ଚଢାଉ

ଆଜି EDରେ ହାଜର ହେବେ ଅରବିନ୍ଦ କେଜ୍ରିୱାଲ: ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ପଲିସି ଘୋଟାଲା ମାମଲାରେ ଏକାଧିକ ଦଳୀୟ ନେତାଙ୍କୁ ଗିରଫ କରିବା ପରେ କେନ୍ଦ୍ରୀୟ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅକ୍ଟୋବର 30 ତାରିଖରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ସମନ ଜାରି କରଥିଲା । ନଭେମ୍ବର 2 ତାରିଖରେ ଇଡି ମୁଖ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ହୋଇଥିଲା । ସେହି କ୍ରମରେ ଆଜି ଇଡିରେ ହାଜର ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଅବକାରୀ ଦୁର୍ନୀତି ମାମଲାରେ ତାଙ୍କୁ ପଚରାଉଚରା କରାଯିବା ନେଇ ସୂଚନା ମିଳିଛି ।

ଏହା ବି ପଢନ୍ତୁ..ଆପ ସାଂସଦ ସଞ୍ଜୟ ସିଂହଙ୍କ ଘରେ ଇଡି ରେଡ

ଏହା ବି ପଢନ୍ତୁ...Delhi excise policy case: କେଜ୍ରିଓ୍ବାଲଙ୍କୁ ସମନ, 2ରେ ଜେରା

ଆପ୍ ନେତାଙ୍କୁ ଇଡି ଟାର୍ଗେଟ କରୁଥିବା ଚର୍ଚ୍ଚା ହେଉଛି । ପ୍ରଥମେ ମନି ଲଣ୍ଡ୍ରିଂ ମାମଲାରେ ସତୈନ୍ଦ୍ର ଜୈନଙ୍କୁ ଗିରଫ କରାଯାଇଥିଲା । ଏହାପରେ ମଦ ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଗିରଫ କରାଯାଇଥିଲା । ଏହା ପରେ ଇଡି ରାଡାରରେ ସାଂସଦ ସଞ୍ଜୟ ସିଂହ ରହିଥିଲେ । ଏହା ପରେ ଆମ ଆଦମୀ ପାର୍ଟି ବିଧାୟକ ଅମାନୁତଲ୍ଲା ଖାନ୍‌ଙ୍କ ଠିକଣାରେ ଚଢ଼ାଉ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଦିଲ୍ଲୀ ଅବକାରୀ ପଲିସି ଘୋଟାଲା ମାମଲାରେ ଏକାଧିକ ଦଳୀୟ ନେତାଙ୍କୁ ଗିରଫ କରିବା ପରେ କେନ୍ଦ୍ରୀୟ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅକ୍ଟୋବର 30 ତାରିଖରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ସମନ ଜାରି କରିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.