ଶ୍ରୀନଗର: ବହୁ ଚର୍ଚ୍ଚିତ ଜମ୍ମୁ କାଶ୍ମୀର କ୍ରିକେଟ ଆସୋସିଏସନ ଅର୍ଥ ହେରଫେର ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏନସି ମୁଖ୍ୟ ଫାରୁକ ଅବଦୁଲ୍ଲାଙ୍କ ନାମରେ ଚାର୍ଜସିଟ ଦାଖଲ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆଜି ଏହି ମାମଲାରେ ତଦନ୍ତ କରୁଥିବା ଇଡି ଅନ୍ତରୀଣ ଚାର୍ଜସିଟ ଦାଖଲ କରିଛି । ଫାରୁକ କ୍ରିକେଟ ଆସୋସିଏସନର ଅଧ୍ୟକ୍ଷ ଥିବା ବେଳେ ଏହି ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା ।
-
ED has filed Supplementary Chargesheet against Farooq Abdullah in Jammu and Kashmir Cricket Association Fund scam.
— ANI (@ANI) July 26, 2022 " class="align-text-top noRightClick twitterSection" data="
">ED has filed Supplementary Chargesheet against Farooq Abdullah in Jammu and Kashmir Cricket Association Fund scam.
— ANI (@ANI) July 26, 2022ED has filed Supplementary Chargesheet against Farooq Abdullah in Jammu and Kashmir Cricket Association Fund scam.
— ANI (@ANI) July 26, 2022
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ମାମଲାର ତଦନ୍ତ ଜାରି ରଖିଛି । ଫାରୁକ ମଧ୍ୟ ଏହି ମାମଲାରେ ତଦନ୍ତକାରୀ ସଂସ୍ଥା ଠାରୁ ସମନ ପାଇ ଏକାଧିକ ଥର ଜେରାର ସାମ୍ନା କରି ସାରିଛନ୍ତି । ତେବେ ଆଜି ତଦନ୍ତକାରୀ ସଂସ୍ଥା ଫାରୁକଙ୍କ ବିରୋଧରେ ମଧ୍ୟବର୍ତ୍ତୀକାଳୀନ ଚାର୍ଜସିଟ ଦାଖଲ କରିଛି ।
ବ୍ୟୁରୋ ରିପୋର୍ଟ, ଇଟଭି ଭାରତ