ETV Bharat / bharat

ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ଉପସଚିବଙ୍କ ସମ୍ପତ୍ତି ଜବତ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ଉପସଚିବଙ୍କ ସମେତ ଏକାଧିକ ଗିରଫ ଅଧିକାରୀଙ୍କ ସମ୍ପତ୍ତି ଜବତ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପ୍ରାୟ 152 କୋଟିର ସମ୍ପତ୍ତି ଜବତ । ଖଣି ପରିବହନ ନିୟମ ଦୁର୍ନୀତିର ତଦନ୍ତ କରୁଛି କେନ୍ଦ୍ରୀୟ ସଂସ୍ଥା (ED attaches properties of Chhattisgarh officers)। ଅଧିକ ପଢନ୍ତୁ

ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ଉପସଚିବଙ୍କ ସମ୍ପତ୍ତି ଜବତ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ
ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ଉପସଚିବଙ୍କ ସମ୍ପତ୍ତି ଜବତ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ
author img

By

Published : Dec 10, 2022, 9:26 PM IST

ହାଇଦ୍ରାବାଦ: ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ଉପସଚିବଙ୍କ ସମେତ ଏକାଧିକ ଗିରଫ ଅଧିକାରୀଙ୍କ ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଉପସଚିବ ସୌମ୍ୟା ଚୌରସିଆଙ୍କ ସମେତ ଖଣି ପରିବହନ ଦୁର୍ନୀତିରେ ଅନ୍ୟ କିଛି ଗିରଫ ହୋଇଥିବା ଅଧିକାରୀଙ୍କର ପ୍ରାୟ 152 କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି କେନ୍ଦ୍ରୀୟ ସଂସ୍ଥା (ED attaches properties of Chhattisgarh officers)। ଏହି ଅଧିକାରୀଙ୍କ ତାଲିକାରେ ସୌମ୍ୟାଙ୍କ ବ୍ୟତୀତ ଗିରଫ ଆଇଏଏସ ସମୀର ବିଷ୍ଣୋଇ, ସୂର୍ଯ୍ୟକାନ୍ତ ତିଓ୍ବାରୀ ମଧ୍ୟ ରହିଛନ୍ତି ।

ଏହି କାର୍ଯ୍ୟାନୁଷ୍ଠାନରେ ସର୍ବାଧିକ 65 ସମ୍ପତ୍ତି ଅଧିକାରୀ ସୂର୍ଯ୍ୟକାନ୍ତଙ୍କ ଠାରୁ ଜବତ କରିଛି କେନ୍ଦ୍ରୀୟ ସଂସ୍ଥା । ସେହିପରି ଅଧିକାରୀ ସୌମ୍ୟା ଚୌରସିଆଙ୍କ ନିକଟରୁ 21 ସମ୍ପତ୍ତି ଓ ସମୀର ବିଷ୍ଣୋଇଙ୍କର 5ଟି ସମ୍ପତ୍ତି ଜବତ ହୋଇଛି । ଏହି ଜବତ ସମ୍ପତ୍ତି ମଧ୍ୟରେ ନଗଦ ଟଙ୍କା, ଗହଣା, ଫ୍ଲାଟ,ପ୍ଲଟ ଆଦି ରହିଛି । ଏହାର ମୋଟ ଆନୁମାନିକ ମୂଲ୍ୟ ପ୍ରାୟ 152.31 କୋଟି ହେବା ନେଇ ଆକଳନ କରାଯାଇଛି ।

ଛତିଶଗଡରେ ଖଣି ପରିବହନ ନିୟମ ଦୁର୍ନୀତିର ତଦନ୍ତ ଜାରି ରଖିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । 2020 ଜୁଲାଇ 15 ତାରିଖରେ ରାଜ୍ୟ ସରକାର ଆଣିଥିବା ଖଣିଜ ଦ୍ରବ୍ୟ ପରିବହନ ନିୟମରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ପରିବହନକାରୀ ସଂସ୍ଥାଗୁଡିକ ଠାରୁ ଅଧିକାରୀମାନେ ବ୍ୟାପକ ଅର୍ଥ ଆତ୍ମସାତ କରିଥିବାର ଅଭିଯୋଗ ହୋଇଥିଲା । ଏହି ମାମଲାରେ ସୌମ୍ୟାଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ଏହାପୂର୍ବରୁ, ଏହି ମାମଲାରେ 13 ଅକ୍ଟୋବରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଇଏଏସ ସମୀର ବିଷ୍ଣୋଇ, ସୁନୀଲ ଅଗ୍ରୱାଲ ଏବଂ ଲକ୍ଷ୍ମୀକାନ୍ତ ତିୱାରୀଙ୍କୁ ଗିରଫ କରିଥିଲା । ପରେ ପୁଣି ଅକ୍ଟୋବର 30 ତାରିଖରେ ସୂର୍ଯ୍ୟକାନ୍ତ ତିୱାରୀଙ୍କୁ ଗିରଫ କରିଥିଲା ସଂସ୍ଥା । ଚଳିତମାସ (ଡିସେମ୍ବର) 2 ତାରିଖରେ ଇଡି ସୌମ୍ୟା ଚୌରସିଆଙ୍କୁ ମଧ୍ୟ ଜେରା ପରେ ଗିରଫ କରିଥିଲା । ଡିସେମ୍ବର 9 ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସୂର୍ଯ୍ୟକାନ୍ତ ତିୱାରୀ, ସମୀର ବିଷ୍ଣୋଇ, ଲକ୍ଷ୍ମୀକାନ୍ତ ତିୱାରୀ, ସୁନୀଲ ଅଗ୍ରୱାଲ ଏବଂ ଅନ୍ୟମାନଙ୍କ ବିରୋଧରେ ରାୟପୁର PMLA ସ୍ପେଶାଲ କୋର୍ଟ ନିକଟରେ ଏକ ଅଭିଯୋଗଫର୍ଦ୍ଦ ଦାଖଲ କରିଥିଲା । ଆଜି ଏହି ମାମଲାରେ ଆଉ ପାଦେ ଆଗେଇଛି ତଦନ୍ତକାରୀ ସଂସ୍ଥା । ଗିରଫ ଅଧିକାରୀଙ୍କ ସମ୍ପତ୍ତି ଜବତ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.