ETV Bharat / bharat

ନୀରବ ମୋଦିଙ୍କ ୨୫୩ କୋଟିର ସମ୍ପତ୍ତି ଜବତ

ହୀରା ବ୍ୟବସାୟୀ ତଥା ପିଏନବି ବ୍ୟାଙ୍କ ଠକେଇର ମାଷ୍ଟରମାଇଣ୍ଡ ନୀରବ ମୋଦିଙ୍କୁ ବଡ ଝଟ୍‌କା । ଇଡି ଜବତ କରିଛି ତାଙ୍କର ବହୁମୂଲ୍ୟ ସମ୍ପତ୍ତି । ଅଧିକ ପଢନ୍ତୁ

ନୀରବ ମୋଦିଙ୍କ ୨୫୩ କୋଟିର ସମ୍ପତ୍ତି ଜବତ
ନୀରବ ମୋଦିଙ୍କ ୨୫୩ କୋଟିର ସମ୍ପତ୍ତି ଜବତ
author img

By

Published : Jul 23, 2022, 7:38 AM IST

ନୂଆଦିଲ୍ଲୀ: ପିଏନବି ଘୋଟାଲାର ମୁଖ୍ୟ ଅଭିଯୁକ୍ତ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ଶକ୍ତ ଝଟକା । ନୀରବ ମୋଦିଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) । କେନ୍ଦ୍ରୀୟ ସଂସ୍ଥା ଗତକାଲି(ଶୁକ୍ରବାର) ହଂକଂରେ ନୀରବ ମୋଦିର ୨୫୩.୬୨ କୋଟି ଟଙ୍କାର ସମ୍ପତ୍ତି ସିଜ୍ କରିଛି । ଏହି ସମ୍ପତ୍ତିରେ ହୀରା, ଅଳଙ୍କାର ଏବଂ ବ୍ୟାଙ୍କ ସଞ୍ଚିତ ଅର୍ଥରାଶି ରହିଛି । ଏନେଇ ଇଡି ପକ୍ଷରୁ ସୂଚନା ଦିଆଯାଇଛି ।

କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ, ନୀରବ ମୋଦି ଏବେ ବ୍ରିଟେନ ଜେଲରେ ବନ୍ଦୀ ଅଛନ୍ତି । ଭାରତ ସରକାର ନୀରବ ମୋଦିଙ୍କୁ ଭାରତ ଆଣିବାକୁ ଚେଷ୍ଟା କରୁଛନ୍ତି । ପିଏନବି ଘୋଟାଲାରେ ଆର୍ଥିକ ଅପରାଧ ଏବଂ ଠକେଇକୁ ନେଇ ସିବିଆଇ ଯାଞ୍ଚ କରୁଛି । ନୀରବ ମୋଦିଙ୍କ ବ୍ୟତୀତ ମଦ ବ୍ୟବସାୟୀ ବିଜୟ ମାଲ୍ୟା ଆଇପିଏଲର ଫାଉଣ୍ଡର ଲଳିତ ମୋଦି ବର୍ତ୍ତମାନ ବ୍ରିଟେନରେ ରହୁଛନ୍ତି । ସିବିଆଇ ଏହି ମାମଲାର ତଦନ୍ତ କରୁଛି।

ସୂଚନାଯୋଗ୍ୟ ଯେ, ନୀରବ ମୋଦି ଓ ତାଙ୍କ ମାମୁଁ ମେହୁଲ ଚୋକସୀଙ୍କ ସମେତ ଅନ୍ୟ ଲୋକଙ୍କ ବିରୋଧରେ ମୁମ୍ବାଇରେ ପିଏନବି ବ୍ୟାଙ୍କରୁ 2 ଅରବ ଡଲାରର ଠକେଇ ଅଭିଯୋଗୁଁ ମନିଲଣ୍ଡରିଂ ମାମଲା ଚାଲିଛି । ତେବେ ଏହା ପୂର୍ବରୁ ଗତ ମାର୍ଚ୍ଚ ୨୩ ତାରିଖରେ ବିଜୟ ମାଲ୍ୟା, ନୀରବ ମୋଦି ଓ ମେହଲୁ ଚୋକସିଙ୍କ ୧୯,୧୧୧.୨୦ କୋଟି ସମ୍ପତ୍ତି ବ୍ୟାଜାପ୍ତ କରାଯାଇଥିଲା । ପିଏମଏଲଏ(Prevention of Money Laundering Act) ଅଧିନରେ ୨୦୨୨ ମାର୍ଚ୍ଚ ୧୫ ତାରିଖ ମଧ୍ୟରେ ତିନି ପଳାତକ ବ୍ୟବସାୟୀଙ୍କ ୧୯,୧୧୧.୨୦ କୋଟି ସମ୍ପତ୍ତି ବ୍ୟାଜାପ୍ତ ହୋଇଛି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.