କୋଲକାତା: ଆକ୍ସନ ମୋଡ୍ରେ ଇଡି । ବିଭିନ୍ନ ଦୁ୍ର୍ନୀତି ମାମଲାରେ ନେତାମନ୍ତ୍ରୀଙ୍କ ଘରେ ଚଢାଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ରାସନ ବଣ୍ଟନରେ ଘୋଟାଲା ମାମଲାରେ ପଶ୍ଚିମବଙ୍ଗ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲ୍ଲିକଙ୍କୁ ଗିରଫ କରିଛି ଇଡି । ଗୁରୁବାର ଦୀର୍ଘ ଘଣ୍ଟା ଧରି ଜଙ୍ଗଲ ମନ୍ତ୍ରୀ ଜ୍ୟୋତିପ୍ରିୟଙ୍କ ବାସଭବନରେ ଚଢାଉ ପରେ ଆଜି(ଶୁକ୍ରବାର) ମାରାଥନ ପଚରାଉଚରା ପରେ ତାଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହାପରେ ତାଙ୍କୁ ମେଡିକାଲ ପରୀକ୍ଷା ପାଇଁ ଇଏସ୍ଆଇ ହସ୍ପିଟାଲକୁ ନିଆଯାଇଛି ।
-
#WATCH | Arrested West Bengal minister Jyotipriya Mallick brought to ESI hospital, Joka for medical examination
— ANI (@ANI) October 27, 2023 " class="align-text-top noRightClick twitterSection" data="
He has been arrested in a case of alleged corruption in PDS ration distribution in the state. pic.twitter.com/fTCv4y2LeH
">#WATCH | Arrested West Bengal minister Jyotipriya Mallick brought to ESI hospital, Joka for medical examination
— ANI (@ANI) October 27, 2023
He has been arrested in a case of alleged corruption in PDS ration distribution in the state. pic.twitter.com/fTCv4y2LeH#WATCH | Arrested West Bengal minister Jyotipriya Mallick brought to ESI hospital, Joka for medical examination
— ANI (@ANI) October 27, 2023
He has been arrested in a case of alleged corruption in PDS ration distribution in the state. pic.twitter.com/fTCv4y2LeH
ପିଡିଏସ ରାସନ ବଣ୍ଟନ ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମନ୍ତ୍ରୀଙ୍କୁ ଟାର୍ଗେଟ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ରାଜ୍ୟ ଜଙ୍ଗଲ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲ୍ଲିକଙ୍କ ବାସଭବନରେ ଗତକାଲି(ଗୁରୁବାର) ଇଡି ଚଢାଉ କରିଥିଲା । ରାସନ ବଣ୍ଟନ ଦୁର୍ନୀତି ମାମଲାରେ ଏହି ଚଢାଉ ହୋଇଥିଲା । ଗତ ସପ୍ତାହରେ ଇଡି ଏହି ସମାନ ମାମଲାରେ ବ୍ୟବସାୟୀ ବକିବୁର ରେହମାନକୁ ଗିରଫ କରିଥିଲା । ସେ ମନ୍ତ୍ରୀ ଜ୍ୟୋତିପ୍ରିୟଙ୍କ ଘନିଷ୍ଠ ହୋଇଥିବା ଜଣାପଡିଛି । ଏହା ପରେ ଇଡିର ଏକ ଟିମ୍ କୋଲକାତାର ସଲ୍ଟ ଲେକ୍ ସ୍ଥିତ ଶାସକ ଟିଏମସିର ଜଙ୍ଗଲ ମନ୍ତ୍ରୀ ଜ୍ୟୋତିପ୍ରିୟଙ୍କ ଦୁଇଟି ଫ୍ଲାଟରେ ଚଢଉ କରିଥିଲା । ଦୀର୍ଘ ଘଣ୍ଟା ଧରି ଚଢାଉ ଓ ପଚରାଉଚରା ପରେ ଆଜି(ଶୁକ୍ରବାର) ଇଡି ତାଙ୍କୁ ଗିରଫ କରିଛି ।
ଏହା ବି ପଢନ୍ତୁ...Paper Leak Case: ଆକ୍ସନ ମୁଡରେ ଇଡି, ପୂର୍ବତନ ଶିକ୍ଷାମନ୍ତ୍ରୀଙ୍କ ଘରେ ଚଢାଉ
ଇଡି ଅଧିକାରୀ ସିଆରପିଏଫ ପୋଲିସ ସହୟତାରେ ମନ୍ତ୍ରୀ ଜ୍ୟୋତିପ୍ରିୟଙ୍କୁ ଗିରଫ କରି ନେବା ସମୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନ୍ତ୍ରୀ କହିଥିଲେ, '' ମୁଁ ଷଡଯନ୍ତ୍ରର ଶିକାର ହୋଇଛି । ଏହା ହିଁ କେବଳ ମୁଁ କହିପାରିବି ।'' ଜଣେ ଇଡି ଅଧିକାରୀ କହିଛନ୍ତି, କୋଟି କୋଟି ଟଙ୍କାର ରାସନ ବଣ୍ଟନ ଦୁର୍ନୀତି ହୋଇଥିବା ନେଇ ଚଢାଉ ହୋଇଛି । ରାଜ୍ୟ ଜଙ୍ଗଲ ମନ୍ତ୍ରୀଙ୍କ ଦୁଇଟି ଫ୍ଲାଟରେ ଛାପା ହୋଇଥିଲା । କୋଭିଡ 19 ସମୟରେ ରାସନ ବଣ୍ଟନରେ ଦୁର୍ନୀତି ହୋଇଥିବା ନେଇ ଏହି ରେଡ୍ ହୋଇଛି ।''
ମନ୍ତ୍ରୀ ଜ୍ୟୋତିପ୍ରିୟଙ୍କ ଘରେ ଚଢାଉକୁ ନେଇ ମୁଖ୍ୟମନ୍ତ୍ରୀ ମମତା କହିଥିଲେ,''ମନ୍ତ୍ରୀ ଜ୍ୟୋତିପ୍ରିୟ ଏକାଧିକ ସ୍ବାସ୍ଥ୍ୟଗତ ସମସ୍ୟାରେ ପୀଡିତ ଅଛନ୍ତି । ତାଙ୍କୁ ତଦନ୍ତ ଆଳରେ ନିର୍ଯାତନା ଦିଆଯାଉଛି । ଯଦି ତାଙ୍କର କିଛି ହେବ, ତାହାଲେ ସେ ସିଧା ଭାରତୀୟ ଜନତା ପାର୍ଟି ଓ କେନ୍ଦ୍ରୀୟ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବିରୋଧରେ ମାମଲା କରିବି ।''