ETV Bharat / bharat

Delhi excise policy case: ଆନ୍ଧ୍ର YSR କଂଗ୍ରେସ ସାଂସଦଙ୍କ ପୁଅ ଗିରଫ

author img

By

Published : Feb 11, 2023, 11:54 AM IST

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଆନ୍ଧ୍ର ସାଂସଦ ମାଗୁନ୍ତ ଶ୍ରୀନିବାସୁଲୁ ରେଡ୍ଡୀଙ୍କ ପୁଅ ଗିରଫ । ଅଧିକ ପଢନ୍ତୁ

ଆନ୍ଧ୍ର ୱାଇଏସଆର କଂଗ୍ରେସ ସାଂସଦଙ୍କ ପୁଅ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଆନ୍ଧ୍ର ସାଂସଦଙ୍କ ପୁଅ ଗିରଫ । ଗତକାଲି(ଶୁକ୍ରବାର) ସନ୍ଧ୍ୟାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ଆନ୍ଧ୍ରପ୍ରଦେଶ ୱାଇଏସଆର କଂଗ୍ରେସ ଦଳ ସାଂସଦ ମାଗୁନ୍ତ ଶ୍ରୀନିବାସୁଲୁ ରେଡ୍ଡୀଙ୍କ ପୁଅ ମାଗୁନ୍ତ ରାଘବଙ୍କୁ ଗିରଫ କରିଛି । ଅର୍ଥ ଜାଲିଆତି ନିବାରଣ ଆକ୍ଟ(PMLA)ରେ ରାଘବଙ୍କୁ ହେପାଜତକୁ ନିଆଯାଇଛି । ବର୍ତ୍ତମାନ ଇଡି ତାଙ୍କୁ ଏକ ସ୍ଥାନୀୟ ଅଦାଲତରେ ହଜାର କରି ହେପାଜତକୁ ନେବା ପାଇଁ ଅନୁମତି ମାଗିବ ବୋଲି କୁହାଯାଉଛି ।

ଏହାକୁ ମିଶାଇ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫଦାରୀ ସଂଖ୍ୟା ୯କୁ ବୃଦ୍ଧି ପାଇଛି । ତିନି ଦିନ ତଳେ ଇଡି ପଞ୍ଜାବର ପୂର୍ବତନ ଏସଏଡି ବିଧାୟକଙ୍କ ପୁଅ ତଥା ବ୍ୟବସାୟୀ ଗୌତମ ମହ୍ଲୋତ୍ରା ଏବଂ ଏକ ବିଜ୍ଞାପନ କମ୍ପାନୀର ନିର୍ଦ୍ଦେଶକ ରାଜେଶ ଯୋଶୀଙ୍କୁ ଗିରଫ କରିଥିଲା । ଅବକାରୀ ନୀତି ଦୁର୍ନୀତିରେ ସାଉଥ୍ ଗ୍ରୁପ ଲିଙ୍କ ରହିଛି । ଆପ୍‌ର କମ୍ୟୁନିକେସନ ଇନଚାର୍ଜ ସାଉଥ ଗ୍ରୁପ ଠାରୁ ୧୦୦ କୋଟି ଟଙ୍କା ନେଇଥିଲେ । ଏହି ଗ୍ରୁପ ସହ ସାଂସଦ ଓ ତାଙ୍କ ପୁଅ ଜଡିତ ଥିବା ତଦନ୍ତକାରୀ ସଂସ୍ଥା ଦାବି ଅଭିଯୋଗ କରିଛି । ଏହି ଅଭିଯୋଗରେ ଇଡି ମାଗୁନ୍ତ ରାଘବଙ୍କୁ ଗିରଫ କରିଛି ।

ପ୍ରକାଶଥାଉ କି, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କବିତାଙ୍କ ପୂର୍ବତନ ଚାଟାର୍ଡ ଆକାଉଣ୍ଟ ବୁଚିବାବୁ ଗୋରାଣ୍ଟଲା ସିବିଆଇ ଦ୍ବାରା ଗିରଫ ହୋଇଥିଲେ । ଦିଲ୍ଲୀ ଅବକାରୀ ନୀତି ପ୍ରଣୟନ ଓ କାର୍ଯ୍ୟକାରିତାରେ ତାଙ୍କର ଭୂମିକା ଥିବା ଅଭିଯୋଗ ହୋଇଥିଲା । ଏହାଦ୍ବାରା ହାଇଦ୍ରାବାଦ ଭିତ୍ତିକ ହୋଲସେଲ ଓ ରିଟେଲ ଲାଇସେନ୍ସଧାରୀ ଏବଂ ସେମାନଙ୍କ ମାଲିକମାନେ ଅନୁଚିତ ଲାଭ ପାଇଥିଲେ । ଏହି ଘଟଣା ସମ୍ପର୍କରେ ପଚରାଉଚରା ପାଇଁ ସିବିଆଇ ବୁଚିବାବୁଙ୍କୁ ଡକାଇଥିଲା । ହେଲେ ସେ ତଦନ୍ତରେ ସହଯୋଗ କରୁନଥିବା ଏବଂ ପ୍ରଶ୍ନ ଏଡାଇବା ପରେ ତାଙ୍କ ଗିରଫ କରାଯାଇଥିଲା । ଏହି ମଦ ଦୁର୍ନୀତି ଧରପଗଡରେ ଏବେ ଆନ୍ଧ୍ର ସାଂସଦଙ୍କ ପୁଅ ଛନ୍ଦି ହୋଇଛନ୍ତି ।

ଦିଲ୍ଲୀରେ ନୂଆ ଅବକାରୀ ନୀତି ଲାଗୁ ସମୟରେ ଆପ୍ ସରକାର କୋଟି କୋଟି ଟଙ୍କା ଦୁର୍ନୀତି କରିଥିବା ପ୍ରଥମେ ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସେନା ଅଭିଯୋଗ ଆଣିଥିଲେ । ଏହି ମାମଲାର ସିବିଆଇ ସିବିଆଇ ତଦନ୍ତ ପାଇଁ ସେ ଆବେଦନ କରିଥିଲେ । ଏହାପରେ ଏହି ଦୁର୍ନୀତି ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ ଦିଲ୍ଲୀ ଓ ହାଇଦ୍ରାବାଦ ଭିତ୍ତିକ ବଡ ବଡ ବ୍ୟବସାୟୀଙ୍କ ନାଁ ଉଠିଥିଲା । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦ୍ବାରା କୋର୍ଟରେ ଦାଖଲ ହୋଇଥିବା ଚାର୍ଜସିଟ୍‌ରେ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କବିତା ଏବଂ ଆନ୍ଧ୍ରପ୍ରଦେଶ ସାଂସଦ ମଗୁନ୍ତ ଶ୍ରୀନିବାସଲୁ ରେଡ୍ଡୀଙ୍କ ନାଁ ରହିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.