କୋଲକାତା: ଗିରଫ ପଶ୍ଚିମବଙ୍ଗ ମନ୍ତ୍ରୀ ପ୍ରାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ଚାଟାର୍ଜୀଙ୍କୁ ଗିରଫ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପ୍ରଥମେ ଚଢାଉରେ ଅର୍ପିତାଙ୍କ ଘରୁ ନଗଦ 20 କୋଟି ଟଙ୍କା ଜବତ ହେବା ପରେ ଏକାଧିକ ଘଣ୍ଟା ଜେରା ପରେ ତାଙ୍କୁ ଗିରଫ କରିଛି ତଦନ୍ତକାରୀ ସଂସ୍ଥା ।
-
Enforcement Directorate (ED) arrests Arpita Mukherjee, a close aide of West Bengal cabinet minister and former Education Minister Partha Chatterjee.
— ANI (@ANI) July 23, 2022 " class="align-text-top noRightClick twitterSection" data="
ED recovered huge cash amounting to approximately Rs 20 crores from her residence yesterday. pic.twitter.com/Ohu2izognH
">Enforcement Directorate (ED) arrests Arpita Mukherjee, a close aide of West Bengal cabinet minister and former Education Minister Partha Chatterjee.
— ANI (@ANI) July 23, 2022
ED recovered huge cash amounting to approximately Rs 20 crores from her residence yesterday. pic.twitter.com/Ohu2izognHEnforcement Directorate (ED) arrests Arpita Mukherjee, a close aide of West Bengal cabinet minister and former Education Minister Partha Chatterjee.
— ANI (@ANI) July 23, 2022
ED recovered huge cash amounting to approximately Rs 20 crores from her residence yesterday. pic.twitter.com/Ohu2izognH
ଏହା ମଧ୍ୟ ପଢନ୍ତୁ :- WB SSC scam: ପଶ୍ଚିମବଙ୍ଗ ଶିଳ୍ପମନ୍ତ୍ରୀ ପାର୍ଥ ଚାଟାର୍ଜୀ ଗିରଫ
ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ର ଏକ ଟିମ୍ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ତାଙ୍କ କୋଲକାତା ସ୍ଥିତ ବାସଭବନରୁ ଗିରଫ କରିଥିଲା । ପଶ୍ଚିମବଙ୍ଗ ସ୍କୁଲ ସର୍ଭିସ କମିଶନ (SSC) ନିଯୁକ୍ତି ଦୁର୍ନୀତି ମାମଲାରେ ସେ ଗିରଫ ହୋଇଛନ୍ତି । ଏହି ଦୁର୍ନୀତି ସମୟରେ ପାର୍ଥ ରାଜ୍ୟର ଶିକ୍ଷାମନ୍ତ୍ରୀ ଥିଲେ । ଗିରଫଦାରୀ ପୂର୍ବରୁ ଶୁକ୍ରବାର ସକାଳେ ଇଡି ତାଙ୍କ ଘରେ ଚଢାଉ କରିଥିଲା ।
ଅନ୍ୟପଟେ ପାର୍ଥଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରେ ମଧ୍ୟ ସଂସ୍ଥା ଚଢାଉ କରିଥିଲା । ଏହି ଚଢାଉରେ ଅର୍ପିତାଙ୍କ ଘରେ ନଗଦ 20 କୋଟି ଜବତ କରାଯାଇଥିଲା । ତେବେ ଏକାଧିକ ଘଣ୍ଟା ଜେରା ପରେ ତାଙ୍କୁ ମଧ୍ୟ ଗିରଫ କରି କାର୍ଯ୍ୟାଳୟ ନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ