ରାଞ୍ଚି: ମନି ଲଣ୍ଡ୍ରିଂ ଓ ଆର୍ୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମାରାଥନ ଜେରା ପରେ ଗିରଫ ହେଲେ ଝାଡଖଣ୍ଡ ଖଣି ସଚିବ। ଖଣି ସଚିବ ପୂଜା ସିଙ୍ଗଲଙ୍କୁ ଆଜି (ବୁଧବାର) ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳ । ଗତାକାଲି ଓ ଆଜି ପୂଜା ଇଡି ଦ୍ବାରା ଜେରାର ସମ୍ମୁଖୀନ ହୋଇଥିଲେ । ଦୀର୍ଘ ସମୟର ଜେରା ପରେ ତାଙ୍କୁ ଆଜି ଅପରାହ୍ନରେ ଗିରଫ କରାଯାଇଛି ।
-
Ranchi | Enforcement Directorate arrests Jharkhand mining secretary Pooja Singhal in money laundering probe linked to alleged embezzlement of MGNREGA funds & other charges https://t.co/zyddFXJV7J
— ANI (@ANI) May 11, 2022 " class="align-text-top noRightClick twitterSection" data="
">Ranchi | Enforcement Directorate arrests Jharkhand mining secretary Pooja Singhal in money laundering probe linked to alleged embezzlement of MGNREGA funds & other charges https://t.co/zyddFXJV7J
— ANI (@ANI) May 11, 2022Ranchi | Enforcement Directorate arrests Jharkhand mining secretary Pooja Singhal in money laundering probe linked to alleged embezzlement of MGNREGA funds & other charges https://t.co/zyddFXJV7J
— ANI (@ANI) May 11, 2022
ପୂଜାଙ୍କ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ଘରୁ ପ୍ରାୟ 20 କୋଟି ଟଙ୍କା ଜବତ ହେବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସ୍କାନରକୁ ଆସିଥିଲେ ପୂଜା ଓ ତାଙ୍କ ସ୍ବାମୀ । ତେବେ ଉଭୟଙ୍କୁ ଇଡି କାର୍ଯ୍ୟାଳୟରେ ହାଜର ହୋଇ ତଦନ୍ତରେ ସହଯୋଗ କରିବା ପାଇଁ ନୋଟିସ ମଧ୍ୟ ଜାରି ହୋଇଥିଲା । ଗତକାଲି ପୂଜା ସ୍ବାମୀଙ୍କ ସହ ଇଡି କାର୍ଯ୍ୟାଳୟରେ ହାଜର ହୋଇ ଜେରା ମଧ୍ୟ ହୋଇଥିଲେ । ଆଜି ତାଙ୍କୁ ପୁଣି ଜେରା ପରେ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପୂଜାଙ୍କ ବିରୋଧରେ ମନି ଲଣ୍ଡ୍ରିଂ ମାମଲା ବ୍ୟତୀତ କ୍ଷମତାର ଅପବ୍ୟବହାର କରି ମନରେଗା ଯୋଜନାରେ ଅର୍ଥ ହଡପ ଅଭିଯୋଗ ମଧ୍ୟ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ