ETV Bharat / bharat

Economy Survey 2023: ବିମାନ ଚଳାଚଳ କ୍ଷେତ୍ରରେ ରହିଛି ଅପାର ସମ୍ଭାବନା - ଆର୍ଥିକ ସର୍ବେକ୍ଷଣ ରିପୋର୍ଟ

ବିମାନ ଚଳାଚଳ କ୍ଷେତ୍ରରେ ରହିଛି ଅପାର ସମ୍ଭାବନା । ଆଜି ସଂସଦରେ ଉପସ୍ଥାପିତ ସର୍ବେକ୍ଷଣ ରିପୋର୍ଟରେ ଦର୍ଶାଯାଇଛି । କୋଭିଡ କଟକଣା ହଟିବା ପରେ ଅଧିକ କ୍ରିୟାଶୀଳ ହେଉଛି ବିମାନ ଉଡାଣ କ୍ଷେତ୍ର । ଅଧିକ ପଢନ୍ତୁ

ବିମାନ ଚଳାଚଳ କ୍ଷେତ୍ରରେ ରହିଛି ଅପାର ସମ୍ଭାବନା

author img

By

Published : Jan 31, 2023, 11:03 PM IST

ହାଇଦ୍ରାବାଦ: ଆସନ୍ତାକାଲି ସଂସଦରେ ସାଧାରଣ ବଜେଟ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହା ପୂର୍ବରୁ ଆଜି ଅଧିବେଶନର ପ୍ରଥମ ଦିନରେ ଆର୍ଥିକ ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ସୀତାରମଣ । ତେବେ ଏହି ସର୍ବେକ୍ଷଣ ରିପୋର୍ଟରେ ଏକାଧିକ କ୍ଷେତ୍ରରେ ଆସନ୍ତା ଆର୍ଥିକ ବର୍ଷ (2023-24)ରେ ହେବାକୁ ଥିବା ଆର୍ଥିକ ପ୍ରଭାବ ଉପରେ ତର୍ଜମା ସମ୍ପର୍କିତ ପୂର୍ବାକଳନ ରହିଛି । ଦେଶର ବିମାନ ଚଳାଚଳ କ୍ଷେତ୍ରରେ ଏହି ଆର୍ଥିକ ବର୍ଷରେ ଉଲ୍ଲେଖନୀୟ ପ୍ରଦର୍ଶନ ରହିବା ନେଇ ସର୍ବେକ୍ଷଣର ରିପୋର୍ଟରେ ଦର୍ଶାଯାଇଛି ।

ସୀତାରମଣ ଉପସ୍ଥାପିତ କରିଥିବା ପ୍ରାକ ବଜେଟ ସର୍ବେକ୍ଷଣରେ ବିମାନ ଉଡାଣ କ୍ଷେତ୍ରରେ ବ୍ୟାପକ ସମ୍ଭାବନା ଥିବା କଥା ଉଲ୍ଲେଖ କରାଯାଇଛି । ମଧ୍ୟବିତ୍ତ ବର୍ଗର ଯାତ୍ରୀଙ୍କ ମଧ୍ୟରେ ବିମାନ ଯାତ୍ରା ଚାହିଦା, ଅଧିକ ବ୍ୟବହାର ଯୋଗ୍ୟ ଆୟ ଏବଂ ଅନୁକୂଳ ଜନସଂଖ୍ୟା କାରଣରୁ ଦେଶର ବିମାନ ଚଳାଚଳ କ୍ଷେତ୍ରରେ ଭଲ ଆର୍ଥିକ ପ୍ରଦର୍ଶନ ପାଇଁ ବ୍ୟାପକ ସମ୍ଭାବନା ରହିଛି ବୋଲି ଆଜି (ମଙ୍ଗଳବାର) ସଂସଦରେ ପ୍ରକାଶିତ ଅର୍ଥନାତିକ ସର୍ଭେରେ ଉଲ୍ଲେଖ କରାଯାଇଛି ।

ସର୍ବେକ୍ଷଣରେ କୁହାଯାଇଛି ଯେ କୋରୋନା ମହାମାରୀ ସମ୍ପର୍କିତ ପ୍ରତିବନ୍ଧକ ଶେଷ ହେବା ପରେ ବିମାନ ଯାତ୍ରା ପୁଣି ଥରେ ପୂର୍ବ ପରି ସ୍ବାଭାବିକ ହୋଇଛି । 'ଉଡାନ' ଯୋଜନା ଅଧୀନରେ ଦେଶର ଦୁର୍ଗମ ଅଞ୍ଚଳରେ ବିମାନ ବନ୍ଦର ପ୍ରତିଷ୍ଠା ସହ ସମସ୍ତ ଛୋଟ ସହରକୁ ମଧ୍ୟ ବିମାନ ସେବା ସହ ଯୋଡିବାକୁ ସରକାର ପ୍ରୟାସ କରୁଛନ୍ତି । ନିକଟରେ କିଛି ବର୍ଷ ମଧ୍ୟରେ ଆଞ୍ଚଳିକ ବିମାନ ସେବା କ୍ଷେତ୍ରରେ ଯଥେଷ୍ଟ ଉନ୍ନତି ଆସିଛି । ମଝିରେ କୋଭିଡ କଟକଣା ପାଇଁ ବିମାନ ସେବା ସର୍ବାଧିକ ପ୍ରଭାବିତ ହୋଇଥିଲା । ଏବେ ସ୍ଥିତିରେ ଉନ୍ନତି ଆସିବା ସହ ବିମାନ ଉଡାଣ ସ୍ବାଭାବିକ ହୋଇଛି । ତେଣୁ ବେସାମରିକ ବିମାନ ଚଳାଚଳ କ୍ଷେତ୍ର ଆର୍ଥିକ ଦୃଷ୍ଟିକୋଣରୁ ଭଲ ପ୍ରଦର୍ଶନ କରିବାର ସମସ୍ତ ସମ୍ଭାବନା ରହିଥିବା ସର୍ବେକ୍ଷଣ ରିପୋର୍ଟ କହୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.