ETV Bharat / bharat

ଲୋକସଭା ପରେ ରାଜ୍ୟସଭାରେ ଉପସ୍ଥାପିତ ହେଲା ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ - ରାଜ୍ୟସଭାରେ ଅର୍ଥନୀତି ସର୍ବେକ୍ଷଣ ରିପୋର୍ଟ ଆଗତ

ଲୋକସଭା ପରେ ରାଜ୍ୟସଭାରେ ଉପସ୍ଥାପିତ ହେଲା ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ । ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଜି ପାଇଁ ମୁଲତବୀ ହେଲା ଗୃହ । ଅଧିକ ପଢନ୍ତୁ

ଲୋକସଭା ପରେ ରାଜ୍ୟସଭାରେ ଉପସ୍ଥାପିତ ହେଲା ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ, ଆଜି ପାଇଁ ଗୃହ ମୁଲତବୀ

author img

By

Published : Jan 31, 2022, 7:04 PM IST

ନୂଆଦିଲ୍ଲୀ: ଆଜି ଠାରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ରାଜ୍ୟସଭାରେ ଉପସ୍ଥାପିତ ହୋଇଛି ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ । ଆଜି ଅପରାହ୍ନ ୨.୩୦ ପରେ ସଦନ କାର୍ଯ୍ୟ ଆରମ୍ଭ ହେବା ପରେ ଏହାକୁୁ ଉପସ୍ଥାପିତ କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ଏହା ପୂର୍ବରୁ ଆଜି ସକାଳେ ଲୋକସଭାରେ ମଧ୍ୟ ଏହାକୁ ଉପସ୍ଥାପନ କରାଯାଇଥିଲା । ପରେ ରାଜ୍ୟସଭା ଅଧ୍ୟକ୍ଷ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଆଜି ପାଇଁ ଗୃହକୁ ମୁତଲବୀ ଘୋଷଣା କରିଛନ୍ତି ।

ଆସନ୍ତାକାଲି (ମଙ୍ଗଳବାର) ପାଇଁ ରାଜ୍ୟସଭାର କାର୍ଯ୍ୟ ପାଇଁ ସମୟ ଧାର୍ଯ୍ୟ ନହେବା ଯାଏଁ ଗୃହକୁ ମୁଲତବୀ ରଖାଯିବ । ଆଜି (ସୋମବାର) ସପ୍ତଦଶ ଲୋକସଭାର ଅଷ୍ଟମ ଅଧିବେଶନ ଆରମ୍ଭ ହୋଇଛି, ଅଧିବେଶନ ଏପ୍ରିଲ 8 ତାରିଖରେ ଶେଷ ହେବା ନେଇ ତାରିଖ ଧାର୍ଯ୍ୟ ହୋଇଛି । ସାମ୍ବିଧାନିକ ପରମ୍ପରା ଅନୁସାରେ, ଆଜି ରାଷ୍ଟ୍ରପତି ପୂର୍ବାହ୍ନ ୧୧ ଟାରେ ଉଭୟ ଗୃହକୁ ସମ୍ବୋଧନ କରିବା ସହ ବିଧିବଦ୍ଧ ଭାବେ ଅଧିବେଶନକୁ ଆହ୍ବାନ କରିଥିଲେ ।

କୋଭିଡ ସଂକ୍ରମଣ କାରଣରୁ ଚଳିତ ବର୍ଷ ଅଧିବେଶନରେ ଅନେକ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ସାମାଜିକ ଦୂରତା ବଜାୟ ରଖି ସମ୍ପୂର୍ଣ୍ଣ ଅଧିବେଶନ ସାରିବା ପାଇଁ ଉଭୟ ଗୃହରେ ସଦସ୍ୟଙ୍କ ବସିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.