ETV Bharat / bharat

Gujarat Assembly Election: ପରିବେଶ ଅନୁକୂଳ ବୁଥ, ପ୍ରକୃତି କୋଳରେ ନେତା ଚୟନ କଲେ ଭୋଟର - ଗୁଜୁରାଟ ବିଧାନସଭା ନିର୍ବାଚନ

ଆଜି ଗୁଜୁରାଟ ବିଧାନସଭା ନିର୍ବାଚନ ଲାଗି ଦ୍ବିତୀୟ ପର୍ଯ୍ୟାୟ ଭୋଟିଂରେ ଦୃଷ୍ଟି ଆକର୍ଷଣ କରିଥିଲା ଅରାଭଲ୍ଲୀର ପରିବେଶ ଅନୁକୂଳ ବୁଥ । ବୁଥର ଅନେକ ଜିନିଷ କାଗଜରେ ତିଆରି ହୋଇଥିଲା । ଅଧିକ ପଢନ୍ତୁ

Gujarat Assembly Election: ପରିବେଶ ଅନୁକୂଳ ବୁଥ, ପ୍ରକୃତି କୋଳରେ ନେତା ଚୟନ କଲେ ଭୋଟର

author img

By

Published : Dec 5, 2022, 11:04 PM IST

ଗାନ୍ଧୀନଗର: ଆଜି ଗୁଜୁରାଟ ବିଧାନସଭା ନିର୍ବାଚନ ଲାଗି ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ (Second phase polling 2022) ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଅରାଭଲ୍ଲୀରେ ପରିବେଶ ଅନୁକୂଳ ବୁଥ (Eco friendly booth in Aravalli)ଦେଖିବାକୁ ମିଳିଛି । ଭୋଟର ମାନେ ପ୍ରକୃତି କୋଳରେ ଭୋଟ ଦେଇ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ଏହି ବୁଥଟି ସାଧାରଣ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।

ପରିବେଶ ଅନୁକୂଳ ବୁଥ, ପ୍ରକୃତି କୋଳରେ ନେତା ଚୟନ କଲେ ଭୋଟର

ଭୋଟରମାନେ ଥଣ୍ଡା ପରିବେଶରେ ଭୋଟ ଦେଇଥିଲେ । ଏହି ବୁଥର ଥିମ ରହିଥିଲା କିପରି ପ୍ଲାଷ୍ଟିକକୁ ଦୈନନ୍ଦିନ ବ୍ୟବହାରରେ ରୋକିବା । ଏହି ବୁଥରେ ଅନେକ ଜିନିଷ ପଦାର୍ଥ କାଗଜରେ ତିଆରି ହୋଇଥିଲା । ଏହି ପୋଲିଂ ଷ୍ଟେସନରେ ଅଧିକାଂଶ ଜିନିଷ ପରିବେଶ ଅନୁକୂଳ ରହିଥିଲା । ଯାହାକି ପରିବେଶକୁ କୌଣସି ପ୍ରକାରେ କ୍ଷତି ପହଞ୍ଚାଉନଥିଲା ଅର୍ଥାତ ଏଗୁଡ଼ିକ ପୁନଃ ବ୍ୟବହାର ଉପଯୋଗୀ ରହିଥିଲା । ଯାହାକି ପ୍ଲାଷ୍ଟିକ ବ୍ୟବାହର ନିଷେଧର ବାର୍ତ୍ତା ଦେଉଥିଲା । ଏହି ବୁଥରେ ଭୋଟ ଦେଇଥିବା ଭୋଟର ମଧ୍ୟ ଖୁସିବ୍ୟକ୍ତ କରିଥିଲେ ।

ଏହା ବି ପଢନ୍ତୁ- Gujarat second phase poll: 62% ଭୋଟିଂ ସହ 833 ପ୍ରାର୍ଥୀଙ୍କ ଭାଗ୍ୟ ସିଲ, 8ରେ ଜନାଦେଶ

ସୂଚନା ଥାଉ କି ଆଜି ଦ୍ବିତୀୟ ପର୍ଯ୍ୟାୟରେ ପ୍ରାୟ ୬୨ ପ୍ରତିଶତ ଭୋଟିଂ ରେକର୍ଡ ହୋଇଛି (Gujarat second phase poll)। ସନ୍ଧ୍ୟା 5.30 ରେ ଭୋଟିଂ ଶେଷ ହୋଇଥିଲା । ରାଜ୍ୟରେ ସେପରି କିଛି ବଡ ଧରଣର ହିଂସା କିମ୍ବା ଉତ୍ତେଜନା ମଧ୍ୟ ନଜରକୁ ଆସିନାହିଁ । ସନ୍ଧ୍ୟାରେ ଶେଷ ପର୍ଯ୍ୟାୟ ଭୋଟିଂ ସୁଦ୍ଧା ପ୍ରାୟ ୬୨ ପ୍ରତିଶତ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି । ଡିସେମ୍ବର 1 ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଥିଲା । ସେଥିରେ ୮୯ ଆସନରେ ୭୮୮ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଥିଲେ ଜନତା । ୬୩.୩୧ ପ୍ରତିଶତ ମତଦାନ ହୋଇଥିଲା ।

ଆଜି ଦ୍ବିତୀୟ ପର୍ଯ୍ୟାୟରେ ୧୪ଟି ଜିଲ୍ଲାର ୯୩ଟି ଆସନ ପାଇଁ ଭୋଟ ହୋଇଥିଲା । ଏହି ପର୍ଯ୍ୟାୟରେ ୮୩୩ ଅଧିକ ପ୍ରାର୍ଥୀଙ୍କ ଭାଗ୍ୟ ୨.୫ କୋଟି ଭୋଟର ନିର୍ଦ୍ଧାରଣ କରିଛନ୍ତି । ୮ ତାରିଖର ଜନାଦେଶ ପ୍ରକାଶ ପାଇବ । ଗଣମାଧ୍ୟମର ବୁଥ ବାହୁଡା ସର୍ଭେରେ ପୂର୍ବ ଠାରୁ ଅଧିକ ଆସନରେ ଭାରତୀୟ ଜନତା ପାର୍ଟି କ୍ଷମତା ବଜାୟ ରଖିବା ନେଇ ପୂର୍ବାନୁମାନ ପ୍ରକାଶ ପାଇବା ପରେ ବିଜେପି ଶିବିରରେ ଉତ୍ସାହ ଦେଖାଯିବା ଆରମ୍ଭ ହୋଇଗଲାଣି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.