ETV Bharat / bharat

କେଟି ରାମାରାଓଙ୍କୁ ଇସିଆଇ ନୋଟିସ, ଆଚାର ସଂହିତା ଉଲ୍ଲଂଘନ କରିଥିବା ଅଭିଯୋଗ

author img

By ETV Bharat Odisha Team

Published : Nov 26, 2023, 11:47 AM IST

ECI Notice To KTR: ଭାରତ ରାଷ୍ଟ୍ର ସମିତି(ବିଆରଏସ) ପାର୍ଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ଆଇଟି ମନ୍ତ୍ରୀ କେଟି ରାମାରାଓଙ୍କୁ ନିର୍ବାଚନ କମିଶନଙ୍କ ପକ୍ଷରୁ ନୋଟିସ । ଜବାବ ରଖିବାକୁ ନିର୍ଦ୍ଦେଶ

କେଟି ରାମାରାଓଙ୍କୁ ଇସିଆଇ ନୋଟିସ
କେଟି ରାମାରାଓଙ୍କୁ ଇସିଆଇ ନୋଟିସ

ହାଇଦ୍ରାବାଦ: ତେଲେଙ୍ଗାନା ନିର୍ବାଚନକୁ ଆଉ କିଛି ଦିନ ବାକି ରହିଥିବା ବେଳେ ବିଆରଏସ ମୁଖ୍ୟଙ୍କ ବଢିଲା ଅଡୁଆ । ଭାରତ ରାଷ୍ଟ୍ର ସମିତି (ବିଆରଏସ) ପାର୍ଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ଆଇଟି ମନ୍ତ୍ରୀ କେଟି ରାମାରାଓଙ୍କୁ ନିର୍ବାଚନ କମିଶନଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଛି । ନିର୍ବାଚନ ଆଚାର ସହିଂତା ଉଲ୍ଲଂଘନ ମାମଲାରେ ଏହି ନୋଟିସ ଜାରି କରାଯାଇଛି । ଏନେଇ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଥିଲା । ତେବେ ରବିବାର 3 ଟା ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ନିର୍ବାଚନ ସମ୍ବନ୍ଧିୟ ଆଚାର ସହିଂତା ନିର୍ଦ୍ଦେଶକୁ ପାଳନ କରିବା ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ର ଶେଖର ରାଓଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି ନିର୍ବାଚନ କମିଶନ ।

ସରକାରୀ ଅନୁଷ୍ଠାନଗୁଡ଼ିକରେ ରାଜନୈତିକ କାର୍ଯ୍ୟକ୍ରମ କରି ନିର୍ବାଚନ ଆଚାର ସଂହିତା ନିୟମର ଉଲ୍ଲଂଘନ କରାଯାଇଥିବା ଦର୍ଶାଇଛନ୍ତି । ତେବେ ନଭେମ୍ବର 20ରେ ରାମାରାଓ ସରକାରୀ ଅନୁଷ୍ଠାନ ଟି-ଓ୍ବାର୍କ୍ସରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇ ସେଠାରେ ରାଜନୈତିକ ପ୍ରଚାର କରିଥିଲେ । ଯାହା ଆଚାର ସଂହିତା ନିୟମ ଉଲ୍ଲଂଘନ କରୁଥିବା ଅଭିଯୋଗ କରିଥିଲେ କଂଗ୍ରେସ ସାଂସଦ ଗଣଦୀପ ଗୁଲେରିଆ । ବିଆରଏସର ଷ୍ଟାର ପ୍ରଚାରକ ରାମା ରାଓ ସରକାରୀ ଗସ୍ତରେ ଯାଇ ପ୍ରଚାର କରିବା ସହ ଅନେକ ଯୁବ କର୍ମଚାରୀଙ୍କ ସହ ଆଲୋଚନା କରିଥିବା ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ ରାମା ରାଓଙ୍କୁ ନୋଟିସ ଜାରି କରିଛନ୍ତି ନିର୍ବାଚନ କମିଶନ ।

ଏହାମଧ୍ୟ ପଢନ୍ତୁ..କେସିଆର ସରକାର ଲୁଟିଥିବା ଟଙ୍କାକୁ ଜନତାଙ୍କୁ ଫେରାଇବ କଂଗ୍ରେସ: ରାହୁଲ ଗାନ୍ଧୀ

ଶନିବାର ଦିନ ଏହି ନୋଟିସ ଜାରି କରାଯାଇଛି । ନିର୍ବାଚନ ଆୟୋଗ କହିଛନ୍ତି ଯେ, ଅଭିଯୋଗ ଆଧାରରେ ତେଲେଙ୍ଗାନା ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ ଠାରୁ ଏହି ମାମଲାର ତଥ୍ୟାତ୍ମକ ରିପୋର୍ଟ ନିଆଯାଇଛି । ଆୟୋଗ ପକ୍ଷରୁ ଆଉ ମଧ୍ୟ କୁହାଯାଇଛି ଯେ, ମନ୍ତ୍ରୀ ନିଜର ଅଧିକାରିକ ଯାତ୍ରା ସମୟରେ ନିର୍ବାଚନ ପ୍ରଚାର କରିପାରିବେ ନାହିଁ ଏବଂ ଅଧିକାରୀକ କର୍ମଚାରୀ କିମ୍ବା କୌଣସି ଉପକରଣର ବ୍ୟବହାର ମଧ୍ୟ କରିପାରିବେ ନାହିଁ । ଆୟୋଗ ନିଜର ନୋଟିସରେ ଆଉ ମଧ୍ୟ କହିଛନ୍ତି, ରାମା ରାଓ କେବଳ ଆଗାମୀ ନିର୍ବାଚନରେ ବିଆରଏସର ଆଶାୟୀ ପ୍ରାର୍ଥି ନୁହନ୍ତି ବରଂ ଷ୍ଟାର ପ୍ରଚାରକ ବି ଅଟନ୍ତି ।

ଆୟୋଗ ନିଜ ନୋଟିସରେ ଆଉ ମଧ୍ୟ ଦର୍ଶାଇଛନ୍ତି ଯେ, ସରକାରୀ ଅନୁଷ୍ଠାନ ଟି- ଓ୍ବାର୍କ୍ସ ମଞ୍ଚକୁ ରାଜନୈତିକ ପ୍ରଚାର କରିବା ପାଇଁ ବ୍ୟବହାର କରିବାକୁ ନିର୍ବାଚନ ଆଚରଣ ସଂହିତା ଉଲ୍ଲଂଘନ ଭାବେ ବିବେଚନା କରାଯାଉଛି। ଅଧିକାରୀକ ଯାତ୍ରାକୁ ରାଜନୈତିକ କିମ୍ବା ନିଜସ୍ବ ପ୍ରଚାର ପାଇଁ ଉପଯୋଗ କରିବା ନିର୍ବାଚନ ଆଦର୍ଶ ଆଚାର ସଂହିତା ନିର୍ଦ୍ଦେଶର ଉଲ୍ଲଂଘନ ଅଟେ । ଓ ଏଥିପାଇଁ ତାଙ୍କୁ ଜବାବ ରଖିବାକୁ ଆୟୋଗ ପକ୍ଷରୁ ନୋଟିସ ଜାରି କରାଯାଇଛି । ଆଜି(ରବିବାର) ଅପରାହ୍ନ 3 ଟା ସମୟରେ ଏନେଇ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.