ETV Bharat / bharat

Assembly Elections: ଆଜି ୫ ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଘୋଷଣା

ଆଜି(ଶନିବାର) ଅପରାହ୍ନରେ ୫ଟି ରାଜ୍ୟର ନିର୍ବାଚନ ତାରିଖ ଘୋଷଣା କରାଯିବ । ଅଧିକ ପଢନ୍ତୁ

Assembly elections: ଆଜି ଅପରାହ୍ନରେ ୫ ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଘୋଷଣା

author img

By

Published : Jan 8, 2022, 11:57 AM IST

Updated : Jan 8, 2022, 12:11 PM IST

ନୂଆଦିଲ୍ଲୀ: ଆଜି(ଶନିବାର) ଅପରାହ୍ନ ୩ଟା ୩୦ ମିନିଟରେ ୫ଟି ରାଜ୍ୟର ନିର୍ବାଚନ ତାରିଖ ଘୋଷଣା କରାଯିବ । ଏନେଇ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ଏହି ୫ଟି ରାଜ୍ୟ ହେଉଛି ଗୋଆ, ପଞ୍ଜାବ, ମଣିପୁର, ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶ ।

ନିର୍ବାଚନ କମିଶନ ଅପରାହ୍ନ ୩ଟା ୩୦ ମିନିଟରେ ବିଜ୍ଞାନ ଭବନ ଠାରେ ପ୍ରେସମିଟ ଜରିଆରେ ନିର୍ବାଚନର ତାରିଖ ଘୋଷଣା କରିବେ । ଏହି ୫ଟି ରାଜ୍ୟ ମଧ୍ୟରୁ ବିଜେପିର ପ୍ରଭାବ ଗୋଆ, ମଣିପୁର, ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶ ରାଜ୍ୟରେ ଅଧିକ ରହିଛି । ସେପଟେ ଦେଶରେ କୋରୋନା ସଂକ୍ରମଣ ବଢୁଥିବାରୁ ବଡ଼ ବଡ଼ ରାଲିକୁ ନିର୍ବାଚନ କମିଶନ ଅନୁମତି ଦେଇନପାରନ୍ତି ବୋଲି ଆଶଙ୍କା କରାଯାଉଛି ।

ଏହି ନିର୍ବାଚନ ପ୍ରତିଦ୍ବନ୍ଦ୍ବୀ ଦଳ ପାଇଁ ଗୁରୁତ୍ବ ବହନ କରୁଥିବା ବେଳେ ଉତ୍ତରପ୍ରଦେଶରେ ବିଜେପି ସରକାରକୁ ଟକ୍କର ଦେବାକୁ ଯାଉଛି ସମାଜବାଦୀ ପାର୍ଟି(SP) । ସେହିପରି ଗୋଆରେ ମଧ୍ୟ ବିଜେପିକୁ TMC ଓ AAP ଟକ୍କର ଦେବାକୁ ଯାଉଛି । ଏହି ନିର୍ବାଚନ ବିଶେଷ କରି ବିଜେପି ପାଇଁ ଆହ୍ବାନପୂର୍ବକ ହେବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 8, 2022, 12:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.