ETV Bharat / bharat

ଭବାନୀପୁର ହିଂସା: ସରକାରଙ୍କୁ ରିପୋର୍ଟ ମାଗିଲା EC, ନିର୍ବାଚନ ବାତିଲ ପାଇଁ ବିଜେପିର ଦାବି - bhabanipur ruckus

ଭବାନୀପୁର ହିଂସା ଘଟଣାରେ ସଂଧ୍ୟା ସୁଦ୍ଧା ରାଜ୍ୟ ସରକାରଙ୍କ ଠାରୁ ରିପୋର୍ଟ ମାଗିଛନ୍ତି ନିର୍ବାଚନ ଆୟୋଗ । ଏପଟେ ଭବାନୀପୁର ଆସନରେ ନିର୍ବାତନ ବାତିଲ କରାଇବାକୁ ଦାବି କରିଛି ବିଜେପି । ଅଧିକ ପଢନ୍ତୁ...

ଭବାନୀପୁର ହିଂସା: ସରକାରଙ୍କୁ ରିପୋର୍ଟ ମାଗିଲା EC, ନିର୍ବାଚନ ବାତିଲ ପାଇଁ ବିଜେପିର ଦାବି

author img

By

Published : Sep 27, 2021, 5:35 PM IST

କୋଲାକାତା: ପଶ୍ଚିମବଙ୍ଗରେ ଥମୁନି ହିଂସା । ଭବାନୀପୁର ବିଧାନସଭା ଉପନିର୍ବାଚନ ପୂର୍ବରୁ ରାଜନୈତିକ ହିଂସାକୁ ନେଇ ବଢିବାକୁ ଲାଗିଛି ତାତି । ହିଂସା ଘଟଣାରେ ସଂଧ୍ୟା ସୁଦ୍ଧା ରାଜ୍ୟ ସରକାରଙ୍କଠାରୁ ରିପୋର୍ଟ ମାଗିଛନ୍ତି ନିର୍ବାଚନ ଆୟୋଗ । ଏପଟେ ଭବାନୀପୁର ଆସନରେ ନିର୍ବାତନ ବାତିଲ କରାଇବାକୁ ଦାବି କରିଛି ବିଜେପି ।

  • 1.1 How safe is the life of the common man in this state when public representative is being attacked in Bhabanipur, the home turf of Madam Chief Minister ? pic.twitter.com/bgU2DLqEiu

    — Dilip Ghosh (@DilipGhoshBJP) September 27, 2021 " class="align-text-top noRightClick twitterSection" data=" ">

ଭବାନୀପୁର ବିଧାନସଭା ଉପନିର୍ବାଚନ ପାଇଁ ସୋମବାର ଅର୍ଥାତ ଆଜି ପ୍ରଚାରର ଶେଷ ଦିନ ଥିଲା । ତେବେ ପ୍ରଚାର ସମୟରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦିଲୀପ ଘୋଷଙ୍କ ଉପରେ ହୋଇଛି ଆକ୍ରମଣ । ତୃଣମୂଳ କଂଗ୍ରେସ କର୍ମୀ ଘେରିଯିବା ସହିତ ମାରପିଟ କରିଥିବା ଅଭିଯୋଗ କରିଛନ୍ତି ଦିଲୀପ ଘୋଷ ।

ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟ ସଭାପତି ଦିଲୀପ ଘୋଷ ଟ୍ବିଟ କରି କହିଛନ୍ତି ଯେ ଭବାନୀପୁରରେ ଯୋଜନାବଦ୍ଧ ଭାବେ ତାଙ୍କୁ 'ଟିଏମସି ଗୁଣ୍ଡା' ଆକ୍ରମଣ କରିଛନ୍ତି । ତାଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରାଯାଇଥିବା ବିଜେପି ନେତା ଅଭିଯୋଗ କରିଛନ୍ତି। ଦିଲୀପ ଘୋଷ କହିଛନ୍ତି ଯେ ଏହା ଶାସକ ଦଳର ଘୃଣ୍ୟ ପ୍ରକୃତିର ଖୁଲାସା କରୁଛି। ଏହି ଘଟଣା ପରେ ସୁସ୍ଥ ନିର୍ବାଚନ ହୋଇପାରିବ କି ବୋଲି ପ୍ରଶ୍ନ କରିଛନ୍ତି ଘୋଷ ।

ପୋଲିସକୁ ଏନେଇ ସହାୟତା ଅପିଲ କରାଯାଇ ଥିବାବେଳେ କୌଣସି ସହଯୋଗ ମିଳିନଥିବା କହିଛନ୍ତି ଦିଲୀପ । ଏଠାରେ ସ୍ବତନ୍ତ୍ର ଓ ନିରପେକ୍ଷ ମତଦାନ ସମ୍ଭବ ନୁହେଁ । ଏନେଇ ନିର୍ବାଚନ ବାତିଲ କରିବାକୁ ଦାବି କରିଛନ୍ତି ବିଜେପି ନେତା ।

ଆକ୍ରମଣ ସମୟରେ ଏକ ଭିଡିଓ ଫୁଟେଜ ସାମ୍ନାକୁ ଆସିଛି । ଏଥିରେ ଦିଲୀପ ଘୋଷଙ୍କ ସୁରକ୍ଷାକର୍ମୀ କଥିତ ଆକ୍ରମଣକାରଙ୍କୁ ଘଉଡାଇବାକୁ ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.