ETV Bharat / bharat

ହେମନ୍ତ ବିଶ୍ବ ଶର୍ମାଙ୍କୁ ଆଶ୍ବସ୍ତି, କୋହଳ ହେଲା ପ୍ରଚାର କଟକଣା

author img

By

Published : Apr 3, 2021, 10:17 PM IST

ଭାଜପା ନେତା ହେମନ୍ତ ବିଶ୍ବ ଶର୍ମାଙ୍କୁ ନିର୍ବାଚନ କମିଶନଙ୍କ ପକ୍ଷରୁ ଆଶ୍ବସ୍ତି । କୋହଳ ହେଲା ପ୍ରଚାର କଟକଣା । ଅଧିକ ପଢନ୍ତୁ...

ହେମନ୍ତ ବିଶ୍ବ ଶର୍ମାଙ୍କୁ ଆଶ୍ବସ୍ତି, କୋହଳ ହେଲା ପ୍ରଚାର କଟକଣା
ହେମନ୍ତ ବିଶ୍ବ ଶର୍ମାଙ୍କୁ ଆଶ୍ବସ୍ତି, କୋହଳ ହେଲା ପ୍ରଚାର କଟକଣା

ନୂଆଦିଲ୍ଲୀ: ଭାଜପା ନେତା ହେମନ୍ତ ବିଶ୍ବ ଶର୍ମାଙ୍କୁ ନିର୍ବାଚନ କମିଶନଙ୍କ ପକ୍ଷରୁ ଆଶ୍ବସ୍ତି । ପୂର୍ବରୁ ତାଙ୍କ ଉପରେ ପ୍ରଚାର ବ୍ୟାନ ନେଇ ଲାଗିଥିବା କଟକଣାକୁ କୋହଳ କରିଛନ୍ତି ନିର୍ବାଚନ କମିଶନ । ପୂର୍ବରୁ କଟକଣା ଅବଧି 48 ଘଣ୍ଟା ଥିବାବେଳେ ଏହାକୁ 24 ଘଣ୍ଟାକୁ ହ୍ରାସ କରିଛନ୍ତି ନିର୍ବାଚନ କମିଶନ ।

ମିଳିଥିବା ସୂଚନା ଅନୁସାରେ ଭାଜପା ନେତା ତଥା ଆସାମ ସରକାରରେ ମନ୍ତ୍ରୀ ଥିବା ହେମନ୍ତ ବିଶ୍ବ ଶର୍ମାଙ୍କୁ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗରେ ପ୍ରଚାର କରିବା ନେଇ ପ୍ରତିବନ୍ଧକ ଲଗାଇଥିଲେ ନିର୍ବାଚନ ଆୟୋଗ । ବିରୋଧୀ ବୋଡଲ୍ୟାଣ୍ଡ ପିପୁଲ୍ସ ଫ୍ରଣ୍ଟର ଅଧ୍ୟକ୍ଷ ହାଗ୍ରାମା ମୋହିଲାରିଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ଦେଇଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗକୁ ନେଇ କଂଗ୍ରେସ ଗୁରୁବାର ନିର୍ବାଚନ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲା ।

ପରେ ନିର୍ବାଚନ କମିଶନ ଏହି ଘଟଣାକୁ ଗୁରୁତ୍ବର ସହ ନେଇଥିଲେ । ହେମନ୍ତଙ୍କ ଉପରେ 48 ଘଣ୍ଟା ନିର୍ବାଚନ ପ୍ରଚାର କରିବା ଉପରେ ପ୍ରତିବନ୍ଧକ ଲଗାଇଥିଲେ ନିର୍ବାଚନ । ତେବେ ଆଜି ଏହି ପ୍ରଚାର କଟକଣା ଅବଧିକୁ 48 ଘଣ୍ଟାରୁ 24 ଘଣ୍ଟାକୁ ହ୍ରାସ କରାଯାଇଛି । ନିର୍ବାଚନ କମିଶନଙ୍କ ଏପରି ନିଷ୍ପତ୍ତି ପରେ ହେମନ୍ତଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଥିବା ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.