ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ହେବାକୁ ଥିବା ରାଜ୍ୟମାନଙ୍କରେ ଜାରି ପ୍ରଚାର କଟକଣାକୁ କୋହଳ କରିଛନ୍ତି ନିର୍ବାଚନ କମିଶନ । ଇନଡୋର ଓ ଆଉଟ-ଡୋର ବର୍ଗରେ ବଡ ଜନସଭାକୁ ଅନୁମତି ପ୍ରଦାନ କରିଛନ୍ତି ନିର୍ବାଚନ ଆୟୋଗ । ସେହିପରି ରୋଡ ଶୋ, ରାଲି ଓ ପଦଯାତ୍ରା ଉପରେ ଲାଗିଥିବା କଟକଣାର ଅବଧି ବୃଦ୍ଧି କରିଛନ୍ତି ଆୟୋଗ । ନିର୍ବାଚନ ହେବାକୁ ଥିବା ରାଜ୍ୟମାନଙ୍କରେ ସଂକ୍ରମଣ ସାମାନ୍ୟ ହ୍ରାସ ଘଟିଥିବା ବେଳେ ଆୟୋଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି ।
ଆଜି ନିର୍ବାଚନ ଆୟୋଗ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ, ନିର୍ବାଚନ ହେବାକୁ ଥିବା ରାଜ୍ୟମାନଙ୍କର ମୁଖ୍ୟ ଶାସନ ସଚିବ, ନିର୍ବାଚନ ପର୍ଯ୍ୟବକ୍ଷେକଙ୍କ ଠାରୁ ରାଜ୍ୟରେ ବର୍ତ୍ତମାନ ସଂକ୍ରମଣ ସ୍ଥିତି ସମ୍ପର୍କରେ ସୂଚନା ମାଗିଥିଲେ । ତେବେ ବର୍ତ୍ତମାନ ରାଜ୍ୟର ସଂକ୍ରମଣ ହାର ଓ ଅନ୍ୟ ସ୍ଥିତି ସମ୍ପର୍କରେ ସକରାତ୍ମକ ସୂଚନା ମିଳିବା ପରେ ଏହି ନୂଆ ନିୟମ ଜାରି କରାଯାଇଛି ।
ଏପରି କୋହଳ ନିର୍ଦ୍ଦେଶାବଳୀ ମଳିବା ପରେ ସାମାନ୍ୟ ଆଶ୍ବସ୍ତି ପାଇଛନ୍ତି ନିର୍ବାଚନୀ ମୈଦାନରେ ଥିବା ରାଜନୈତିକ ଦଳ । ନିର୍ବାଚନ ପାଇଁ ମତଦାନ ପାଖଉ ଥିବାବେଳେ ସେମାନେ ଏବେ ବଡ ନିର୍ବାଚନୀ କାର୍ଯ୍ୟକ୍ରମ ଆୟୋଜନ କରିପାରିବେ । ଉତ୍ତର ପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ ଫେବୃଆରୀ ୧୦ ତାରିଖରେ ହେବାକୁ ଥିବା ବେଳେ ୮ ତାରିଖରେ ନିର୍ବାଚନୀ ପ୍ରଚାର ଅବଧି ଶେଷ ହେଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ