ETV Bharat / bharat

State Of War 2022: 7 ପର୍ଯ୍ୟାୟରେ ପଡିବ ଭୋଟ, ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚୀ - ବିଧାନସଭା ନିର୍ବାଚନ ତାରିଖ

୫ ରାଜ୍ୟରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କଲେ ମୁଖ୍ୟ ନିର୍ବାଚନ ଆୟୁକ୍ତ । ୭ ପର୍ଯ୍ୟାୟରେ ମତଦାନ ଶେଷ ହେବା ସହ ୧୦ ମାର୍ଚ୍ଚରେ ମତ ଗଣନା ଓ ଫଳ ପ୍ରକାଶନ । ନଜର ପକାନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ସୂଚୀ ।

7 ପର୍ଯ୍ୟାୟରେ ନିର୍ବାଚନ, ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚୀ

author img

By

Published : Jan 8, 2022, 6:16 PM IST

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ସମେତ ୫ ରାଜ୍ୟ ପାଇଁ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ । ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା ସାମ୍ବାଦିକ ସମ୍ମିଳନୀ ଜରିଆରେ ନିର୍ବାଚନର ତାରିଖ ଘୋଷଣା କରିଛନ୍ତି । ୫ ରାଜ୍ୟରେ ନିର୍ବାଚନ ୭ଟି ପର୍ଯ୍ୟାୟରେ ଶେଷ ହେବା ସହ ମାର୍ଚ୍ଚ ୧୦ ରେ ମତ ଗଣନା ଓ ଫଳ ପ୍ରକାଶ ପାଇବା ନେଇ ତାରିଖ ଧାର୍ଯ୍ୟ ହୋଇଛି । ସମ୍ପୂର୍ଣ୍ଣ ନିର୍ବାଚନୀ ପ୍ରକ୍ରିୟାରେ କୋଭିଡ ଗାଇଡଲାଇନର କଡାକଡି ଅନୁପାଳନକୁ ମଧ୍ୟ ଗୁରୁତ୍ବ ଦେଇଛନ୍ତି ଆୟୋଗ । ତେବେ ନଜର ପକାନ୍ତୁ କିପରି ହେବ ନିର୍ବାଚନ ପରିଚାଳନା, କଣ ରହିଛି ନୂତନ ବ୍ୟବସ୍ଥା ।

7 ପର୍ଯ୍ୟାୟରେ ନିର୍ବାଚନ, ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚୀ
7 ପର୍ଯ୍ୟାୟରେ ନିର୍ବାଚନ, ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚୀ

୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ନିର୍ବାଚନ:-

  • 1ମ ପର୍ଯ୍ୟାୟ - 10 ଫେବୃଆରୀ
  • 2ୟ ପର୍ଯ୍ୟାୟ - ଫେବୃଆରୀ 14
  • 3ୟ ପର୍ଯ୍ୟାୟ - ଫେବୃଆରୀ 20
  • 4ର୍ଥ ପର୍ଯ୍ୟାୟ- 23 ଫେବୃଆରୀ
  • 5ମ ପର୍ଯ୍ୟାୟ- 27 ଫେବୃଆରୀ
  • 6ଷ୍ଠ ପର୍ଯ୍ୟାୟ- 3 ମାର୍ଚ୍ଚ
  • 7ମ ପର୍ଯ୍ୟାୟ- 7 ମାର୍ଚ୍ଚ ତଥା ମତଦାନ ଅନ୍ତିମ ପର୍ଯ୍ୟାୟ

ସେହିପରି ମାର୍ଚ୍ଚ 10 ତାରିଖରେ ସମସ୍ତ ପାଞ୍ଚଟି ରାଜ୍ୟରେ ମତ ଗଣନା ସହ ଫଳାଫଳ ଏକକାଳୀନ ଘୋଷଣା କରାଯିବ।

7 ପର୍ଯ୍ୟାୟରେ ପଡିବ ଭୋଟ, ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚୀ

ନିର୍ବାଚନ ଆୟୁକ୍ତଙ୍କ ସାମ୍ବାଦିକ ସମ୍ମିଳନୀର ମୁଖ୍ୟ ଆକର୍ଷଣ-

  • ପ୍ରାର୍ଥୀମାନେ ସର୍ବାଧିକ 40 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବେ
  • 15 ଜାନୁଆରୀ ପର୍ଯ୍ୟନ୍ତ ନିର୍ବାଚନୀ ରୋଡ୍ ଶୋ, ରାଲି ଉପରେ ପ୍ରତିବନ୍ଧକ
  • ଭର୍ଚୁଆଲ୍ ପ୍ରୋଗ୍ରାମ୍ କରିବା ଉପରେ ଗୁରୁତ୍ୱ
  • ବିଜୟ ଶୋଭାଯାତ୍ରା କିମ୍ବା ଉତ୍ସବ ନିଷେଧ
  • ରାତି 8 ଟା ପରେ ପ୍ରଚାର ମନା
  • ପ୍ରାର୍ଥୀଙ୍କ ସମେତ କେବଳ ପାଞ୍ଚ ଜଣଙ୍କୁ ନେଇ ଡୋର ଟୁ ଡୋର ପ୍ରଚାର

ଚଳିତ ନିର୍ବାଚନରେ ପରିସଂଖ୍ୟାନ ସୂଚନା:-

  • ଚଳିତ ଥର ମୋଟ 18.3 କୋଟି ଭୋଟର ​​ମତାଧିକାର ସାବ୍ୟସ୍ତ୍ୟ କରିବେ
  • ଜାନୁଆରୀ ୫ ତାରିଖରେ ପ୍ରକାଶିତ ହେବ ଭୋଟର ତାଲିକା
  • ଉତ୍ତର ପ୍ରଦେଶରେ 29 ପ୍ରତିଶତ ନୂତନ ଭୋଟର ପ୍ରଥମ ଥର ପାଇଁ ଭୋଟ୍ ଦେବେ
  • ବୃଦ୍ଧି ପାଇଛି ମହିଳା ଭୋଟରଙ୍କ ଅଂଶଗ୍ରହଣ
  • ପ୍ରତ୍ୟେକ ବୁଥରେ ଭୋଟ ଦେବେ 1250 ଭୋଟର

ନିର୍ବାଚନ ପରିଚାଳନାରେ ନୂଆ ବ୍ୟବସ୍ଥା:-

  • ପ୍ରାର୍ଥୀଙ୍କ ଅପରାଧିକ ରେକର୍ଡ ସାର୍ବଜନୀନ କରିବାକୁ ନିର୍ଦ୍ଦେଶ
  • ସମସ୍ତ ପ୍ରକ୍ରିୟାର ଭିଡିଓ ରେକର୍ଡିଂ ହେବ
  • ପ୍ରାର୍ଥୀମାନେ ଅନଲାଇନରେ ସୁବିଧା ଆପ ଜରିଆରେ ନାମାଙ୍କନ ଭରିବେ
  • କୋରୋନା ନିର୍ଦ୍ଦେଶାବଳୀ ଅନୁଯାୟୀ ନିର୍ବାଚନ ପରିଚାଳନା କରାଯିବ
  • ନିର୍ବାଚନ ପରିଚାଳନାରେ ଅଂଶଗ୍ରହଣ କରୁଥିବା ସମସ୍ତ କର୍ମଚାରୀ କୋଭିଡ ଟିକା ଗ୍ରହଣ କରିଥିବା ବାଧ୍ୟତାମୂଳକ
  • ପ୍ରତ୍ୟେକ ବୁଥରେ ମାସ୍କ ଏବଂ ସାନିଟାଇଜର ବାଧ୍ୟତାମୂଳକ
  • ମତଦାନ ବୁଥଗୁଡ଼ିକ ସଂମ୍ପୂର୍ଣ୍ଣ ପରିମଳ ହେବ
  • ପୂର୍ବାପେକ୍ଷା ମତଦାନ ବୁଥ ସଂଖ୍ୟାରେ 16% ବୃଦ୍ଧି
  • ସମ୍ବେଦନଶୀଳ ବୁଥଗୁଡ଼ିକର ୱେବ୍ କାଷ୍ଟିଂ ହେବ
  • ନିର୍ବାଚନ ଉପରେ ନଜର ରଖିବେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ
  • ପୂର୍ବାପେକ୍ଷା ମତଦାନ ସମୟ ଏକ ଘଣ୍ଟା ଅଧିକ ହେବ
  • ନିର୍ବାଚନ ନିୟମ ଉଲ୍ଲଂଘନ ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ (Uttar Pradesh Assembly Election 2022)

ଦେଶର ସବୁଠୁ ବଡ ରାଜ୍ୟରେ ଉତ୍ତର ପ୍ରଦେଶରେ ମୋଟ ୪୦୩ ଆସନ ପାଇଁ ଭୋଟ ଗ୍ରହଣ ହେବ । ଗତ ନିର୍ବାଚନରେ ୩୧୨ ଆସନ ଜିତି କ୍ଷମତା ହାତେଇଥିଲେ ଭାରତୀୟ ଜନତା ପାର୍ଟି । ସେହିପରି ୨୦୧୨ ରେ ସରକାର କରିଥିବା ସମାଜବାଦୀ ପାର୍ଟି ୪୭ ଆସନ ଓ ବହୁଜନ ସମାଜବାଦୀ ପାର୍ଟି ୧୯ ଆସନ ଜିତିବାରେ ସଫଳ ହୋଇଥିଲା ।

ପଞ୍ଜାବ ବିଧାନସଭା ନିର୍ବାଚନ 2022 (Punjab Assembly Election 2022)

ପଞ୍ଜାବରେ 117 ବିଧାନସଭା ଆସନରେ ମତଦାନ ହେବ । ଗତ ବିଧାନସଭା ନିର୍ବାଚନରେ କଂଗ୍ରେସ 77ରେ ବିଜୟୀ ହେବା ସହ କ୍ୟାପଟେନ ଅମରିନ୍ଦର ସିଂ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲେ । ସେହିପରି ଆମ ଆଦମି ପାର୍ଟି ୨୦ ଆସନ ଜିତି ମୁଖ୍ୟ ବିରୋଧୀ ଦଳ ଭାବେ ସ୍ଥାନ ପାଇଥିଲା । ସେହିପରି ଶିରୋମଣୀ ଅକାଳି ଦଳ ମାତ୍ର ୧୮ ଟି ଆସନ ହାତେଇବାରେ ସଫଳ ହୋଇଥିଲା । ଚଳିତବର୍ଷ କଂଗ୍ରେସ , ବିଜେପି ଓ ଆପ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ ।

ଉତ୍ତରଖଣ୍ଡ ବିଧାନସଭା ନିର୍ବାଚନ (Uttarakhand Assembly Election 2022)

୭୦ ଆସନ ବିଶିଷ୍ଟ ଉତ୍ତରାଖଣ୍ଡରେ ଗୋଟିଏ ପର୍ଯ୍ୟାୟରେ ମତଦାନ ଶେଷ ହେବାକୁ ଯାଉଛି । ଗତ ନିର୍ବାଚନରେ 57 ଆସନ ହାତେଇବାରେ ସଫଳ ହୋଇଥିବା ବିଜେପି ରାଜ୍ୟରେ ସରକାର ଗଠନ କରିଥିଲା । କଂଗ୍ରେସ ୧୭ ଆସନ ସହ ବିରୋଧୀ ଦଳ ଭାବେ ମୋର୍ଚ୍ଚା ସମ୍ଭାଳିଥିଲା । ସେହିପରି ଏକାଧିକ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରିଥିବା ଦଳ ପୁଣି ଥରେ କ୍ଷମତାକୁ ଫେରିବାକୁ ଆଶାବାଦୀ ଥିବା ବେଳେ କଂଗ୍ରେସ ମଧ୍ୟ କଡା ଟକ୍କର ଦେବା ପାଇଁ ପ୍ରସ୍ତୁତି କରିଛି ।

ଗୋଆ ବିଧାନସଭା 2022 (Goa Assembly Election 2022)

୪୦ ଆସନ ବିଶିଷ୍ଟ ଗୋାଆରେ ଗତ ତଥା ୨୦୧୭ ନିର୍ବାଚନରେ କ୍ଂଗ୍ରେସ ୧୭ ଆସନ ଜିତି ସର୍ବବୃହତ ଦଳ ଭାବେ ଉଦ୍ଭା ହୋଇଥିବା ବେଳେ ସରକାର ଗଢିବାରେ ବିଫଳ ହୋଇଥିଲା । ସେହିପରି ମାତ୍ର ୧୩ ସିଟ ଜିତିଥିବା ବିଜେପି ସଂଖ୍ୟା ଯୋଗାଡ କରିବାରେ ସକ୍ଷମ ହୋଇଥିବା ବେଳେ ସରକାର ମଧ୍ୟ ଗଢିଥିଲା । ଚଳିତ ଥର ଗୋଆରେ ବିଜେପି , କଂଗ୍ରେସ ଓ ତୃଣମୂଳ କଂଗ୍ରେସ ମଧ୍ୟରେ କଡା ଟକ୍କର ଦେଖିବାକୁ ଆଶା କରାଯାଉଛି ।

ମଣିପୁର ବିଧାନସଭା 2022 (Manipur Assembly Election 2022)

ମଣିପୁର ବିଧାନସଭାରେ ମୋଟ ୬୦ ଆସନ ଥିବାବେଳେ ୨୦୧୭ ନିର୍ବାଚନରେ କଂଗ୍ରେସ ୨୮ ଆସନ, ବିଜେପି ୨୧ ଆସନ ହାତେଇବାରେ ସଫଳ ହୋଇଥିଲା । ତେବେ କୌଣସି ଦଳ ପାଖେ ସରକାର ଗଢିବା ପାଇଁ ଏକକ ଗରିଷ୍ଠତା ନଥିବା ସତ୍ତ୍ବେ ବିଜେପି ଆବଶ୍ୟକୀୟ ସଂଖ୍ୟା ଯୋଗାଡ କରିବାରେ ସଫଳ ହେବା ସହ କ୍ଷମତା ହାତେଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.