ETV Bharat / bharat

ଇଷ୍ଟର ଉପଲକ୍ଷେ ଦେଶବାସୀଙ୍କୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା - Easter festival

ଆଜି ପବିତ୍ର ଇଷ୍ଟର। ଏହି ଅବସରରେ ଦେଶବାସୀଙ୍କୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଛା। ଯୀଶୁଖ୍ରୀଷ୍ଟଙ୍କ ପୁନରୁତ୍ଥାନ ପାଇଁ ସମଗ୍ର ବିଶ୍ୱରେ ଏହାକୁ ପାଳନ କରାଯାଏ । ଯାହା ଆମକୁ ସୁଖ ପ୍ରଦାନ କରେ ବୋଲି କୋବିନ୍ଦ କହିଛନ୍ତି । ଅଧିକ ପଢନ୍ତୁ...

ଇଷ୍ଟର ଉପଲକ୍ଷେ ଦେଶବାସୀଙ୍କୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

author img

By

Published : Apr 4, 2021, 9:28 AM IST

ନୂଆଦିଲ୍ଲୀ: ଆଜି ପବିତ୍ର ଇଷ୍ଟର ପର୍ବ । ଏହି ଅବସରରେ ଦେଶବାସୀଙ୍କୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଶୁଭେଛା ଜଣାଇଛନ୍ତି । ''ସମସ୍ତଙ୍କୁ ଇଷ୍ଟର ଶୁଭେଚ୍ଛା। ଯୀଶୁଙ୍କ ପୁନରୁତ୍ଥାନ ପାଇଁ ସମଗ୍ର ବିଶ୍ୱରେ ଏହାକୁ ପାଳନ କରାଯାଏ । ଯାହା ଆମକୁ ସୁଖ ପ୍ରଦାନ କରେ। ଏହାସହ ଯୀଶୁଙ୍କ ଶିକ୍ଷା ସମାଜରେ ପରସ୍ପର ମଧ୍ୟରେ ଥିବା ବନ୍ଧନକୁ ଦୃଢ କରିବା ସହିତ ପ୍ରେମ, ସ୍ନେହ, ସୌହାର୍ଦ୍ଦ୍ୟର ବନ୍ଧନକୁ ଦୃଢ କରୁ'' ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ବିଟ କରି ଲେଖିଛନ୍ତି।

  • Easter greetings to all! The resurrection of Jesus Christ, celebrated across the world, gives us hope and happiness; reaffirms our faith in innate goodness of humanity. May the teachings of Jesus Christ strengthen the bonds of love, affection and harmony in our society!

    — President of India (@rashtrapatibhvn) April 4, 2021 " class="align-text-top noRightClick twitterSection" data=" ">

ସେହିପରି ଏହି ଦିନ ଆମେ ଯୀଶୁଙ୍କ ଧାର୍ମିକ ଶିକ୍ଷାକୁ ସ୍ମରଣ କରୁ। ସାମାଜିକ ସଶକ୍ତିକରଣ ଉପରେ ତାଙ୍କର ଗୁରୁତ୍ୱ ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଯୋଗାଉଛି ବୋଲି ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ କରି ଲେଖିଛନ୍ତି। ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ଏବଂ ସମସ୍ତ ମାନବ ପ୍ରତି ଦୟା ଭାବ ଦେଖାଇ ଏହି ଉତ୍ସବ ପାଳନ କରାଯିବା ଉଚିତ ବୋଲି କହିଛନ୍ତି।

  • Greetings on Easter!

    On this day, we remember the pious teachings of Jesus Christ. His emphasis on social empowerment inspires millions across the world.

    — Narendra Modi (@narendramodi) April 4, 2021 " class="align-text-top noRightClick twitterSection" data=" ">

ଏହି ଅବସରରେ ନିଜର ଶୁଭେଚ୍ଛା ଜଣାଇ ନାଇଡୁ ପ୍ରକାଶ କରିଛନ୍ତି ଯେ ଯୀଶୁ ଖ୍ରୀଷ୍ଟ ପ୍ରେମ, ଶାନ୍ତି, କରୁଣା ଏବଂ କ୍ଷମା ମାଧ୍ୟମରେ ମାନବିକତା ପାଇଁ ପରିତ୍ରାଣର ରାସ୍ତାକୁ ଆଲୋକିତ କରିଛନ୍ତି।

ସେ ଏକ ବାର୍ତ୍ତାରେ କହିଛନ୍ତି, "ଆସନ୍ତୁ ସମସ୍ତ ମାନବଙ୍କ ପ୍ରତି ଦୟାଳୁ ହୋଇ ଇଷ୍ଟର ପାଳନ କରିବା । ଏହି ପର୍ବ ଆମ ଜୀବନରେ ଉତ୍ତମ ସ୍ୱାସ୍ଥ୍ୟ, ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ଆଣିବ। ତେବେ ଇଷ୍ଟର୍ ହେଉଛି ଏକ ଖ୍ରୀଷ୍ଟିଆନ ପର୍ବ, ଏହା ଯୀଶୁଙ୍କ ମୃତ୍ୟୁରୁ ପୁନରୁତ୍ଥାନକୁ ସ୍ମରଣ କରାଏ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.