କାବୁଲ: ଆଫଗାନିସ୍ତାନରେ ଭୂକମ୍ପ ଝଟକା । ଆଫଗାନର ଫାୟାଜାବାଦରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୦ ହୋଇଥିବା ରେକର୍ଡ କରାଯାଇଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ତରଫରୁ ଏନେଇ ସୂଚନା ମିଳିଛି । ଆଜି ସକାଳ ୫ଟା ୩୦ ମିନଟ ସମୟରେ ଏହି ଭୂକମ୍ପ ଝଟକା ଅନୂଭୁତ ହୋଇଥିଲା ।
ଅକ୍ଷାଂଶ ୩୬. ୩୬ ଓ ଦ୍ରାଘିମା ୭୧.୩୧ ରହିଥିଲା । ଏହି ଭୂକମ୍ପ ଫାୟାଜାବାଦର ୧୦୬ କିଲୋମିଟର ଦୂରରେ ଏହା ଅନୁଭୂତ ହୋଇଥିବା ବେଳେ ଗଭୀରତା ୧୫୦ କିଲୋମିଟର ରହିଥିଲା । ତେବେ ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ । ତେବେ ଏହା ପୂର୍ବରୁ ସେପ୍ଟେମ୍ବର ୩ ତାରିଖରେ ଆଫଗାନିସ୍ତାନର ଫାୟାଜାବାଦର ୪.୦ ତିବ୍ରତାର ଭୂକମ୍ପ ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ