ETV Bharat / bharat

ଆସାମ, ମଣିପୁର ଓ ମେଘାଳୟରେ ଭୂକମ୍ପ ଝଟକା - ମ୍ୟାଗ୍ନିଚ୍ୟୁଡ

ଭାରତର ଉତ୍ତର-ପୂର୍ବ ରାଜ୍ୟ ଗୁଡିକର 3ଟିସ୍ଥାନରେ ଭୂକମ୍ପ ଝଟକା । ଅଧିକ ପଢନ୍ତୁ...

ଆସାମ- ମଣିପୁର- ମେଘାଳୟରେ ଭୂକମ୍ପ ଝଟକା
ଆସାମ- ମଣିପୁର- ମେଘାଳୟରେ ଭୂକମ୍ପ ଝଟକା
author img

By

Published : Jun 18, 2021, 6:50 AM IST

ଡିସପୁର: ଭାରତର ଉତ୍ତର-ପୂର୍ବ ରାଜ୍ୟ ଗୁଡିକର 3ଟିସ୍ଥାନରେ ଆଜି ସକାଳେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ତଥ୍ୟ ଅନୁଯାୟୀ ରିକ୍ଟର ସ୍କେଲରେ 4.1 ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଆସାମର ତେଜପୁରରେ ହୋଇଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ତେଜପୁରର 36 କିଲୋମିଟର ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଅବସ୍ଥିତ।

ଏହା ପୂର୍ବରୁ ମଣିପୁରର ମୋଇରଙ୍ଗର୍ 3.0 ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଝଟକା ଅନୂଭୁତ ହୋଇଥିଲା । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ମୋୟରାଙ୍ଗର 39 କିଲୋମିଟର ପୂର୍ବ-ଦକ୍ଷିଣ ପୂର୍ବରେ ଅବସ୍ଥିତ।

ସେହିପରି ମେଘାଳୟର ପଶ୍ଚିମ ଖାସି ପାହାଡରେ ରିକ୍ଟର ସ୍କେଲରେ 2.6 ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ମଧ୍ୟ ଘଟିଛି।ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି କହିଛି ଯେ ସକାଳ 4ଟା 20 ମିନିଟ ସମୟରେ 10 କିଲୋମିଟର ଗଭୀରରେ ଏହି ଭୂକମ୍ପ ଘଟିଛି। ଭୂକମ୍ପର କେନ୍ଦ୍ରସ୍ଥଳ ନୋଙ୍ଗପୋହର 58 କିଲୋମିଟର ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗରେ ଅବସ୍ଥିତ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.