ETV Bharat / bharat

ହରିୟାଣାରେ ମୃଦୁ ଭୂକମ୍ପ ଝଟକା, ରିକ୍ଟର ସ୍କେଲ୍‌ରେ ତୀବ୍ରତା 3.0 - ମୃଦୁ ଭୂମିକମ୍ପରେ ଥରିଲା ହରିୟାଣା

ହରିୟାଣାରେ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ୩.୦୦ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂମିକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ । ଅଧିକ ପଢ଼ନ୍ତୁ

ହରିୟାଣାରେ ମୃଦୁ ଭୂକମ୍ପ ଝଟକା
ହରିୟାଣାରେ ମୃଦୁ ଭୂକମ୍ପ ଝଟକା
author img

By ETV Bharat Odisha Team

Published : Nov 26, 2023, 9:31 AM IST

ଚଣ୍ଡିଗଡ଼: ମୃଦୁ ଭୂମିକମ୍ପରେ ଥରିଲା ହରିୟାଣା । ସକାଲୁ ସକାଳୁ ହରିୟାଣାରେ ଭୂକମ୍ପ ଝଟକା । ହରିୟାଣାର ସୋନିପଟ ଠାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ତେବେ ଭୂକମ୍ପର ତୀବ୍ରତା ୩.୦ ଥିବା ରେକର୍ଡ କରାଯାଇଛି । ଆଜି(ରବିବାର) ଭାରତୀୟ ସମୟ ସକାଳ ୪.୦୦ ମିନିଟରେ ହରିୟାଣାର ସୋନିପତରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ସେପଟେ ଏହି ଭୂମିକମ୍ପରେ କୌଣସି ମୃତାହତ କିମ୍ବା କ୍ଷୟକ୍ଷତି ହୋଇନଥିବା ସୂଚନା ରହିଥିଲେ ମଧ୍ୟ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ସୂଚନା ଅନୁଯାୟୀ, ଆଜି ହରିୟାଣାରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୋର୍ ସମୟରେ ଲୋକମାନେ ଶୋଇଥିବା ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ତେବେ ଭୂକମ୍ପର ଗଭୀରତା ୫ କିଲୋମିଟର ହୋଇଥିବା ରେକର୍ଡ କରାଯାଇଛି । ଏହାର ଅକ୍ଷାଂଶ ୨୯.୧୫ ରହିଥିବା ବେଳେ ଏହାର ଦ୍ରାଘିମା ୭୬.୯୭ ରହିଛି । ହେଲେ ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । 3.୦୦ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିବାରୁ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ଏହା ମଧ୍ୟ ପଢନ୍ତୁ-ପୁଣି ଭୂକମ୍ପରେ ଥରିଲା ଆଫଗାନିସ୍ତାନ, ତୀବ୍ରତା 4.1 ରେକର୍ଡ

ଏହା ମଧ୍ୟ ପଢନ୍ତୁ- ମୃଦୁ ଭୂକମ୍ପରେ ଥରିଲା ମହାରାଷ୍ଟ୍ର, ରିକ୍ଟର ସ୍କେଲରେ ତୀବ୍ରତା 3.5

ପରିବେଶ ସନ୍ତୁଳନ ହରାଉଥିବାରୁ ଅନେକ ପ୍ରାକୃତିକ ବିପର୍ଯ୍ୟୟ ଘଟୁଛି । ନିୟମିତ ଭାବେ କେଉଁଠି ନା କେଉଁଠି ଭୂକମ୍ପ ଝଟକା ଅନୁଭୂତ ହେଉଛି । ନିକଟରେ ମହାରାଷ୍ଟ୍ରରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିଲା । ଗତ ୨୦ ତାରିଖ ଭୋର ୫.୦୯ ସମୟରେ ୩.୫ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହାର ଅକ୍ଷାଂଶ ୧୯.୪୧ ରହିଥିବା ବେଳେ ଏହାର ଦ୍ରାଘିମା ୭୭.୩୪ ରହିଛି । ହେଲେ ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇ ନଥିଲା । ସେହିପରି ଗତ ୬ ତାରିଖ ଅପରାହ୍ନରେ ଦିଲ୍ଲୀରେ ଶକ୍ତିଶାଳୀ ଭୂକମ୍ପ ହୋଇଥିଲା । ଯାହାର ତୀବ୍ରତା ଥିଲା 5.6 । ଏହି କମ୍ପନ ଦିଲ୍ଲୀ ସମେତ ଉତ୍ତର ଭାରତର ଅନ୍ୟ କିଛି ସ୍ଥାନରେ ମଧ୍ୟ ଅନୁଭୂତ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.