ନୂଆଦିଲ୍ଲୀ: ମାତ୍ର କିଛି ଦିନର ବ୍ୟବଧାନ ମଧ୍ୟରେ ପୁଣି ରାଜଧାନୀ ଦିଲ୍ଲୀ-ଏନସିଆରରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଆଜି (ରବିବାର) ଅପରାହ୍ନରେ ମୃଦୁ ଭୂକମ୍ପରେ ଦିଲ୍ଲୀ ସମେତ ଏହାର ଆଖପାଖ ଅଞ୍ଚଳ ଓ ଏକାଧିକ ଉତ୍ତର ଭାରତୀୟ ରାଜ୍ୟରେ କମ୍ପନ ଅନୁଭୂତ ହୋଇଛି । ରିକ୍ଟର ସ୍କେଲର ଏହାର ତୀବ୍ରତା 3.1 ମାଗ୍ନିଚ୍ୟୁଡ ବୋଲି ରେକର୍ଡ ହୋଇଛି । କୌଣସି ସ୍ଥାନରେ କ୍ଷୟକ୍ଷତି ନେଇ କୌଣସି ସୂଚନା ନାହିଁ । ପରବର୍ତ୍ତୀ ସତର୍କ ସୂଚନା ମଧ୍ୟ ଜାରି କରାଯାଇନଥିବା ସୂଚନା ମିଳିଛି ।
-
Earthquake of Magnitude:3.1, Occurred on 15-10-2023, 16:08:16 IST, Lat: 28.41 & Long: 77.41, Depth: 10 Km ,Location: 9km E of Faridabad, Haryana, India for more information Download the BhooKamp App https://t.co/bTcjyWm0IA @KirenRijiju @Dr_Mishra1966 @moesgoi @Ravi_MoES pic.twitter.com/gG5B4j3oBs
— National Center for Seismology (@NCS_Earthquake) October 15, 2023 " class="align-text-top noRightClick twitterSection" data="
">Earthquake of Magnitude:3.1, Occurred on 15-10-2023, 16:08:16 IST, Lat: 28.41 & Long: 77.41, Depth: 10 Km ,Location: 9km E of Faridabad, Haryana, India for more information Download the BhooKamp App https://t.co/bTcjyWm0IA @KirenRijiju @Dr_Mishra1966 @moesgoi @Ravi_MoES pic.twitter.com/gG5B4j3oBs
— National Center for Seismology (@NCS_Earthquake) October 15, 2023Earthquake of Magnitude:3.1, Occurred on 15-10-2023, 16:08:16 IST, Lat: 28.41 & Long: 77.41, Depth: 10 Km ,Location: 9km E of Faridabad, Haryana, India for more information Download the BhooKamp App https://t.co/bTcjyWm0IA @KirenRijiju @Dr_Mishra1966 @moesgoi @Ravi_MoES pic.twitter.com/gG5B4j3oBs
— National Center for Seismology (@NCS_Earthquake) October 15, 2023
ଜାତୀୟ ଭୂକମ୍ପ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆଜି ଅପରାହ୍ନ 4.08 ମିନିଟରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଏହାର କେନ୍ଦ୍ରସ୍ଥଳ ହରିୟାଣାର ଫରିଦାବାଦ ସହରର 9 କିି.ମି ପୂର୍ବରେ ବୋଲି ପ୍ରାଥମିକ ଭାବେ ଜଣାପଡିଛି । ଏହି କମ୍ପନ ଭୂପୃଷ୍ଠରୁ ପ୍ରାୟ 10 କି.ମି ଗଭୀରରେ ସୃଷ୍ଟି ହୋଇଛି । ଏହାର ପ୍ରଭାବ ଦିଲ୍ଲୀ-ଏନସିଆର, ହରିୟାଣା, ପଞ୍ଜାବ, ହିମାଚଳ, ଉତ୍ତର-ଉତ୍ତରପ୍ରଦେଶ ପରି ରାଜ୍ୟରେ ସାମାନ୍ୟ ଧରଣରେ ଅନୁଭୂତ ହୋଇଛି । ମୃଦୁ କମ୍ପନ ଅନୁଭୂତ ହେବା ପରେ ଲୋକେ ବିଲ୍ଡିଂରୁ ବାହାରକୁ ଚାଲି ଆସିଥିଲେ । କ୍ଷୟକ୍ଷତି ହୋଇଥିବାର ସୂଚନା ମଧ୍ୟ ନଥବାରୁ କୌଣସି ପରବର୍ତ୍ତୀ ଆଲର୍ଟ ମଧ୍ୟ ଜାରି କରାଯାଇନାହିଁ ।
ଚଳିତ ମାସ 3 ତାରିଖରେ ଦିଲ୍ଲୀ ସମେତ ଉତ୍ତର ଭାରତରେ ଶକ୍ତିଶାଳୀ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । କିଛି ସମୟ ମଧ୍ୟରେ ଦୁଇଟି କମ୍ପନ ଅନୁଭୂତ ହୋଇଥିଲା । ମାତ୍ର ଦୁଇ ମିନିଟ ବ୍ୟବଧାନରେ ଦୁଇଥର କମ୍ପନ ଅନୁଭବ ହେବା ପରେ ଦିଲ୍ଲୀବାସୀ ଭୟଭୀତ ହୋଇ ପଡିଥିଲେ । ରିକ୍ଟର ସ୍କେଲରେ ପ୍ରଥମ କମ୍ପନର ତୀବ୍ରତା 4.6 ମ୍ୟାଗ୍ନିଚ୍ୟୁଡ୍ ଓ ପରବର୍ତ୍ତୀ କମ୍ପନ 6.2 ମ୍ୟାଗ୍ନିଚ୍ୟୁଡ ରେକର୍ଡ କରାଯାଇଥିଲା । ଉଭୟ କମ୍ପନର କେନ୍ଦ୍ରସ୍ଥଳ ନେପାଳ ବୋଲି ଜଣାପଡିଥିଲା । ରାଜଧାନୀ ଦିଲ୍ଲୀ, ଏନସିଆର ସମେତ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଉତ୍ତର-ବିହାର, ପଞ୍ଜାବ, କାଶ୍ମୀର, ହିମାଚଳ ପ୍ରଦେଶର କିଛି ସ୍ଥାନରେ ଏହି ଭୂକମ୍ପ ଅନୁଭୂତ ହୋଇଛି ।
ଏହା ମଧ୍ୟ ପଢନ୍ତୁ:- ଦିଲ୍ଲୀ ସମେତ ଉତ୍ତର ଭାରତରେ 6.2 ତୀବ୍ରତା ସହ ଭୂକମ୍ପ ଝଟକା, ନେପାଳ କେନ୍ଦ୍ରସ୍ଥଳ !
ଗତ ସପ୍ତାହରେ ଆଫଗାନିସ୍ତାନରେ ହୋଇଥିବା ପ୍ରଳୟଙ୍କାରୀ ଭୂକମ୍ପରେ ମୃତ୍ୟୁସଂଖ୍ୟା ପ୍ରାୟ 2 ହଜାର ଟପିଛି । ଏବେ ମଧ୍ୟ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଗତବର୍ଷ ସିରିୟା ଓ ତୁର୍କୀରେ ହୋଇଥିବା ଭୂକମ୍ପରେ ଉଭୟ ଦେଶରେ ପ୍ରାୟ 60 ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା । କେଇ ମାସ ପର୍ଯ୍ୟନ୍ତ ଉଦ୍ଧାର ଅପରେସନ କରିବାକୁ ପଡିଥିଲା । ତୁର୍କୀର ଏକାଧିକ ସହର ଏହି ଭୂକମ୍ପରେ ବାସଅନୁପଯୋଗୀ ହୋଇପଡିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ