ETV Bharat / bharat

ମୃଦ୍ୟୁ ଭୂମିକମ୍ପ ଝଟକାରେ ଥରିଲା ଦିଲ୍ଲୀ - Earthquake

ଦିଲ୍ଲୀରେ ଭୂମିକମ୍ପ । ରିକ୍ଟର ସ୍କେଲରେ ତୀବ୍ରତା 2.3 ରେକର୍ଡ କରାଯାଇଛି । ଯାହାର ଗଭୀରତା 5 କିଲୋମିଟର ପର୍ଯ୍ୟନ୍ତ ରହିଥିଲା । ଅଧିକ ପଢନ୍ତୁ...

ଦିଲ୍ଲୀରେ ଭୂମିକମ୍ପ
ଦିଲ୍ଲୀରେ ଭୂମିକମ୍ପ
author img

By

Published : Dec 25, 2020, 8:40 AM IST

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ଭୂମିକମ୍ପ । 2.3 ତୀବ୍ରତାର ଭୂକମ୍ପ ଝଟକାରେ ଥରିଲା ରାଜଧାନୀ । ଅନୁଭୂତ ଭୂକମ୍ପର ଗଭୀରତା 5 କିଲୋମିଟର ରହିଥିଲା ।

ଆଜି(ଶୁକ୍ରବାର) ସକାଳ ସମୟ ପାଖାପଖି 5ଟାରେ ଦିଲ୍ଲୀରେ ନାଙ୍ଗଲୋଇ ଅଞ୍ଚଳରେ ଭୂକମ୍ପ ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 2.3 ରେକର୍ଡ ହୋଇଥିବା ନ୍ୟାସନାଲ ସେଣ୍ଟର ଫର୍‌ ସେସ୍ମୋଲୋଜି ପକ୍ଷରୁ ସୂଚନା ମିଳିଛି । ଭୂମିକମ୍ପ ଯୋଗୁଁ ବିଭିନ୍ନ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଥିଲା । ଫଳରେ ଘରୁ ଲୋକେ ବାହାରକୁ ବାହାରି ଆସିଥିଲେ ।

ତେବେ ଭଲ ଖବର ଏହା ଯେ ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । ଜାତୀୟ ରାଜଧାନୀରେ ଲଗାତାର ଭାବରେ ଭୂକମ୍ପ ହୋଇଥିବା ଦେଖିବାକୁ ମିଳିଛି । ପୂର୍ବରୁ ଡିସେମ୍ବର 18 ତାରିଖରେ 4.2 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.