ଐଜ୍ବଲ: ମିଜୋରମରେ ଶକ୍ତିଶାଳୀ ଭୂମିକମ୍ପ (Earthquake in Mizoram) । ଆଜି ମିଜୋରମରେ ୬.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ଏନେଇ ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜି (National Centre for Seismology) ସୂଚନା ଦେଇଛି । ଏହାର ଗଭୀରତା ୧୨ କିଲୋମିଟର ହୋଇଥିବା ବେଳେ ଆଜି ସକାଳ ୫ଟା ୧୫ ମିନିଟରେ ଅନୁଭୂତ ହୋଇଥିଲା ।
ଏହାର ଦ୍ରାଘିମା ୨୨.୭୭ ହୋଇଥିବା ବେଳେ ଅକ୍ଷାଂଶ ୯୩.୨୩ ରେକର୍ଡ କରାଯାଇଛି । ଏହି ଭୂମିକମ୍ପ ମିଜୋରମାର ଥିନଜ୍ବଲ ଦକ୍ଷିଣ-ପୂର୍ବ ଦିଗରେ ଅନୁଭୂତ ହୋଇଛି । ତେବେ ଏହି ଭୂକମ୍ପରେ କ୍ଷୟକ୍ଷତି ନେଇ କୈଣସି ସୂଚନା ହସ୍ତଗତ ହୋଇନାହିଁ । ଏବେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।