ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଭୂକମ୍ପ ଝଟକା । ଆଜି ସକାଳ ସମୟରେ ଏହି ଭୂକମ୍ପ ଝଟକା ଅନୂଭୁତ ହୋଇଛି । ଏହାର ତୀବ୍ରତା ୪.୩ ଥିବା ରେକର୍ଡ କରାଯାଇଛି । ଏନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲାଜି ତରଫରୁ ସୂଚନା ପ୍ରଦାନ କରାଯାଇଛି ।
ଆଜି ସକାଳ ୯ଟା ୩୧ ମିନିଟରେ ଜମ୍ମୁକାଶ୍ମୀରର ପୂର୍ବ ହାନଲି ରୁ ୫୧୩ କିଲୋମିଟର ଦୂରରେ ଏହା ଅନୂଭୁତ ହୋଇଥିଲା । ତେବେ ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ଏପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ ।
@ANI