ETV Bharat / bharat

ଭୂକମ୍ପରେ ଥରିଲା ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ - ଭୂକମ୍ପ

ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜରେ ୪.୫ ତୀବ୍ରତାର ଭୂକମ୍ପ ଝଟକା । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା । ଅଧିକ ପଢନ୍ତୁ

ଭୂକମ୍ପରେ ଥରିଲା ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ

author img

By

Published : Sep 29, 2022, 9:58 AM IST

ପୋର୍ଟବ୍ଲେୟାର: ଭୂକମ୍ପରେ ଥରିଲା ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ(Andaman and Nicobar island)। ରିକ୍ଟର ସ୍କେଲରେ ତୀବ୍ରତା 4.5 ରେକର୍ଡ କରାଯାଇଛି । ବୁଧବାର ସନ୍ଧ୍ୟା 5ଟା 45ମିନିଟ ସମୟରେ ଏହି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (National Center for Seismology) ପକ୍ଷରୁ ଏହି ସୂଚନା ଦିଆଯାଇଛି । ଭୂକମ୍ପ ପାଇଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତବରଣ ଖେଳିଯାଇଥିବା ବେଳେ ସୁନାମୀ ପାଇଁ କୌଣସି ସର୍ତକତା ଜାରି କରାଯାଇନାହିଁ ।

ଏହି ଭୂକମ୍ପ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ(Andaman and Nicobar island) ଡିଗଲିପୁରର ( Diglipur) ଉତ୍ତରରୁ 150 କିଲୋମିଟର ଦୂରରେ ଅନୁଭୂତ ହୋଇଛି । ଭୂମିକମ୍ପରେ କ୍ଷୟକ୍ଷତି ହୋଇଥିବା ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ । ଏହାର ଅକ୍ଷାଂଶ 14.61 ରହିଥିବା ବେଳେ ଦ୍ରାଘିମା 93.11 ରହିଛି, ସେହିପରି ଗଭୀରତା ୧୦ କିଲୋମିଟର ରହିଥିବା ଜଣାପଡିଛି । ଭୂକମ୍ପରେ ବିଶେଷ କ୍ଷୟକ୍ଷତି ହୋଇନଥିବା ବେଳେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ଆର ଭେଙ୍କଟରମଣି ଦେଶର ନୂଆ ଆଟର୍ଣ୍ଣି ଜେନେରାଲ

ଏହା ପୂର୍ବରୁ ସେପ୍ଟେମ୍ବର 24 ତାରିଖରେ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜରେ ଶକ୍ତିଶାଳୀ ଭୂକମ୍ପ ହୋଇଥିଲା । ରିକ୍ଟର ସ୍କେଲରେ ଯାହାର ତୀବ୍ରତା 6.1 ରେକର୍ଡ କରାଯାଇଥିଲା । ଭୂକମ୍ପ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ(Andaman and Nicobar island) କାମ୍ପବେଲ ବେର(Campbell Bay) ଦକ୍ଷିଣ ପୂର୍ବରୁ 431 କିଲୋମିଟର ଦୂରରେ ଅନୁଭୂତ ହୋଇଥିଲା । ଭୂକମ୍ପ ପରେ ସୁନାମିର ଭୟ ନଥିବା ପୃଥିବୀ ପୃଷ୍ଠରେ ବିଶେଷ କ୍ଷତି ହୋଇନଥିବା ନେଇ ଆକଳନ କରାଯାଇଥିଲା । ଏହାର ଗଭୀରତା 75 କିଲୋମିଟର ରହିଥିଲା ।

ସେପ୍ଟେମ୍ବର ୩ରେ ଆଣ୍ଡାମାନ ନିକୋବରରେ 4.4 ମ୍ୟାଗ୍ନିଚ୍ୟୁଟର ଭୂକମ୍ପ ରେକର୍ଡ କରାଯାଇଥିଲା, ଭୂକମ୍ପର କେନ୍ଦ୍ରସ୍ଥଳ ଆଣ୍ଡାମାନ ନିକୋବରର ଡିଗଲିପୁରର ପୂର୍ବ-ଉତ୍ତର-ପୂର୍ବରୁ 106 କିଲୋମିଟର ଦୂରରେ ରହିଥିବାବେଳେ, ଏହାର ଗଭୀରତା 70 କିଲୋମିଟର ରହିଥିଲା । ଯାହାର ଅକ୍ଷାଂଶ 12.02 ଓ ଦ୍ରାଘିମା 93.62 ରହିଥିଲା । ଏହା ପୂର୍ବରୁ 2 ତାରିଖରେ 5.1 ତୀବ୍ରତାରେ ଭୂକମ୍ପ ହୋଇଥିଲା । ଯାହାର ଗଭୀରତା 10 କିଲୋମିଟର ରହିଥିବାବେଳେ, ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜର ଡିଗଲିପୁର ଉତ୍ତର-ଉତ୍ତର-ପୂର୍ବରୁ 108 କିଲୋମିଟର ଦୂରରେ ଏହା ଅନୁଭୂତ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.