ନାଏପିଦା: ମିଆଁମାରରେ ଭୂକମ୍ପ ଅନୁଭୂତ ହୋଇଛି । ଭୋର ପ୍ରାୟ 3ଟା 4ରେ ଭୂକମ୍ପ ଅନୁଭୂତ ହୋଇଥିବା ଜାତୀୟ ଭୂକମ୍ପ କେନ୍ଦ୍ର (National Center for Seismology) ପକ୍ଷରୁ ସୂଚନା ମିଳିଛି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 4.4 ରହିଥିବା ଭୂକମ୍ପ କେନ୍ଦ୍ର ସୂଚନା ଦେଇଛି । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ମିଆଁମାରର ବର୍ମା 141 କିମି ପଶ୍ଚିମ ଦକ୍ଷିଣ ପଶ୍ଚିମ (141 km WSW)ରେ ରହିଛି । ଯାହାର ଗଭୀରତା 105 କିଲୋମିଟର ରହିଥିବାବେଳେ ଏହାର ଅକ୍ଷାଂଶ 21.32 ଏବଂ ଦ୍ରାଘିମା 94.74 ରହିଛି । ଏଥିରେ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ଭୂକମ୍ପକୁ ନେଇ ଲୋକଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି ।
-
Earthquake of Magnitude:4.4, Occurred on 19-09-2022, 03:04:14 IST, Lat: 21.32 & Long: 94.74, Depth: 105 Km ,Location: 141km WSW of Burma, Myanmar for more information Download the BhooKamp App https://t.co/V79LKT2BtC@Indiametdept @ndmaindia pic.twitter.com/j6ZkgWaCep
— National Center for Seismology (@NCS_Earthquake) September 18, 2022 " class="align-text-top noRightClick twitterSection" data="
">Earthquake of Magnitude:4.4, Occurred on 19-09-2022, 03:04:14 IST, Lat: 21.32 & Long: 94.74, Depth: 105 Km ,Location: 141km WSW of Burma, Myanmar for more information Download the BhooKamp App https://t.co/V79LKT2BtC@Indiametdept @ndmaindia pic.twitter.com/j6ZkgWaCep
— National Center for Seismology (@NCS_Earthquake) September 18, 2022Earthquake of Magnitude:4.4, Occurred on 19-09-2022, 03:04:14 IST, Lat: 21.32 & Long: 94.74, Depth: 105 Km ,Location: 141km WSW of Burma, Myanmar for more information Download the BhooKamp App https://t.co/V79LKT2BtC@Indiametdept @ndmaindia pic.twitter.com/j6ZkgWaCep
— National Center for Seismology (@NCS_Earthquake) September 18, 2022
ଏହା ପୂର୍ବରୁ ଗତ ଜୁଲାଇ ମାସରେ ମିଆଁମାରର ୟାନଗାନରେ ଭୂକମ୍ପ ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ୫.୦ ରେକର୍ଡ କରାଯାଇଥିଲା । ମିଆଁମାର ୟାନଗାନର ଦକ୍ଷିଣ ପଶ୍ଚିମ ଠାରୁ ୨୬୦ କିମି ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର ଗଭୀରତା ୧୦ କିଲୋମିଟର ରହିଥିବା ବେଳେ ଅକ୍ଷାଂଶ ୧୯.୫୩ ରହିଥିବାବେଳେ ଦ୍ରାଘିମା ୯୪.୬୪ ରହିଥିଲା । ତେବେ କୌଣସି କ୍ଷୟକ୍ଷତି ନେଇ ସୂଚନା ନଥିଲା । ସେହିପରି 2020ରେ ମଧ୍ୟ ଭାରତ-ମିଆଁମାର ସୀମାରେ ଭୂମିକମ୍ପ ଝଟକା ଦେଖାଦେଇଥିଲା । ତେବେ ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା 5.3 ଥିବା ୟୁରୋପୀୟ ସେସମୋଲୋଜୀ ବିଭାଗ ପକ୍ଷରୁ ସୂଚନା ମିଳିଥିଲା । ଏହାର ପ୍ରଭାବରେ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ନଥିଲା।
ଏହା ମଧ୍ୟ ପଢ଼ନ୍ତୁ: ଆତଙ୍କବାଦୀ ଆଡ୍ଡା ଉପରେ ସୁରକ୍ଷାବାହିନୀର ଚଢାଉ, ମାରଣାସ୍ତ୍ର ଜବତ
ଏହି ଭୂମିକମ୍ପର କିଛି କ୍ଷଣ ପୂର୍ବରୁ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜରେ 5.0 ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା । ଏନସିଏସ୍ ଅନୁଯାୟୀ, କମ୍ପନର କେନ୍ଦ୍ରସ୍ଥଳ ଆଣ୍ଡାମାନ ଓ ନିକୋବରର କ୍ୟାମ୍ପବେଲଠାରୁ 270 କିଲୋମିଟର ଦୂର ଉତ୍ତର-ପୂର୍ବରେ ଥିଲା । ସେହିପରି ଆଣ୍ଡାମାନ ଏବଂ ଜମ୍ମୁ ଓ କଶ୍ମୀର ଦୁଇଟି ସ୍ଥାନରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ଆଣ୍ଡାମାନରେ ହୋଇଥିବା ଭୂମିକମ୍ପର ତୀବ୍ରତା 4.8 ଥିବାବେଳେ ଜମ୍ମୁ ଓ କଶ୍ମୀରରେ ହୋଇଥିବା ଭୂମିକମ୍ପର ତୀବ୍ରତା 3.9 ରହିଥିଲା । ତେବେ ଦେଶରେ ବାରମ୍ବାର ଭୂମିକମ୍ପକୁ ନେଇ ଲୋକେ ଆତଙ୍କିତ ହୋଇପଡିଛନ୍ତି ।