ETV Bharat / bharat

ମଧ୍ୟପ୍ରଦେଶରେ ଶକ୍ତିଶାଳୀ ଭୂକମ୍ପ, ଥରି ଉଠିଲା ୬ଟି ଜିଲ୍ଲା - ଭୂକମ୍ପରେ ଥରିଲା ମଧ୍ୟପ୍ରଦେଶ

ମଧ୍ୟପ୍ରଦେଶରେ ଶକ୍ତିଶାଳୀ ଭୂକମ୍ପ । ମଧ୍ୟପ୍ରଦେଶରେ ୪.୩ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପରେ କାହାର କିଛି କ୍ଷୟକ୍ଷତି ହୋଇନଥିବା ସୂଚନା । ଅଧିକ ପଢନ୍ତୁ

ମଧ୍ୟପ୍ରଦେଶରେ ଶକ୍ତିଶାଳୀ ଭୂକମ୍ପ
ମଧ୍ୟପ୍ରଦେଶରେ ଶକ୍ତିଶାଳୀ ଭୂକମ୍ପ
author img

By

Published : Nov 1, 2022, 3:34 PM IST

ଭୋପାଳ: ମଧ୍ୟପ୍ରଦେଶରେ ଶକ୍ତିଶାଳୀ ଭୂକମ୍ପ । ଭୂକମ୍ପରେ ଥରିଲା ମଧ୍ୟପ୍ରଦେଶ । ଆଜି ସକାଳ ସମୟରେ ମଧ୍ୟପ୍ରଦେଶରେ ୪.୩ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏନେଇ ଭୋପାଳର ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ସୂଚନା ପ୍ରଦାନ କରାଯାଇଛି । ଭୂକମ୍ପର ଗଭିରତା ୧୦ କିଲୋମିଟର ରହିଥିବା ରେକର୍ଡ କରାଯାଇଛି ।

ଆଜି ସକାଳ ୮ଟା ୪୩ ମିନିଟ ସମୟରେ ମଧ୍ୟପ୍ରଦେଶ ଜବଲପୁର, ଡିନଡୋରା, ମାଦଲ,ଅନୁପୁର, ଉମାରିଆ ଓ ବାଲଘାଟ ଜିଲ୍ଲାରେ ଭୂକମ୍ପର ଅନୁଭୂତ ହୋଇଥିଲା । ଭୂକମ୍ପରେ କାହାର କିଛି କ୍ଷୟକ୍ଷତି ହୋଇନଥିବା ଆଇଏମଡି ଅଧିକାରୀ କହିଛନ୍ତି । ଭୂକମ୍ପକୁ ନେଇ ଲୋକଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ଷ୍ଟିଲ୍‌ କମ୍ପାନୀରେ ବଡଧରଣର ବିସ୍ଫୋରଣ, ଅନେକ ମୃତାହତ ଆଶଙ୍କା

କିଛିଦିନ ତଳେ ହିମାଚଳ ପ୍ରଦେଶର ଧର୍ମଶାଳା ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୫ ରେକର୍ଡ କରାଯାଇଥିଲା । ଭୂକମ୍ପର ଗଭୀରତା 5 କିଲୋମିଟର ରହିଥିବା ବେଳେ ଏହାର ଅକ୍ଷାଂଶ ୩୨.୯୯ ଓ ଦ୍ରାଘିମା ୭୬.୨୮ ରହିଥିଲା। ଏହା ଧର୍ମଶାଳାର ଉତ୍ତରରେ ୮୫ କିଲୋମିଟର ଦୂରରେ ଅନୁଭୂତ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.