ETV Bharat / bharat

Earthquake In J-K's Katra: କାତ୍ରାରେ ମୃଦୁ ଭୂକମ୍ପ ଅନୁଭୂତ, ତୀବ୍ରତା 3.6 - ଭୂକମ୍ପରେ ଥରିଲା ଜମ୍ମୁ କାଶ୍ମୀର

ଭୂକମ୍ପରେ ଥରିଲା ଭାରତର ଭୂସ୍ବର୍ଗ । ଜମ୍ମୁ-କାଶ୍ମୀର କାତ୍ରାରେ ୩.୬ ମ୍ୟାଗ୍ନିଚ୍ୟୁଡ ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ହୋଇଛି । ଅଧିକ ପଢନ୍ତୁ

Earthquake
Earthquake
author img

By

Published : Feb 17, 2023, 7:57 AM IST

ଶ୍ରୀନଗର: ସକାଳୁ ସକାଳୁ ମୃଦୁ ଭୂକମ୍ପରେ ଥରିଲା ଜମ୍ମୁ-କାଶ୍ମୀର । କାତ୍ରାରେ ମୃଦୁ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଆଜି(ଶୁକ୍ରବାର) ଏହି ଭୂକମ୍ପ ହୋଇଥିବା ନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ତଥ୍ୟ ଅନୁସାରେ, ଆଜି ସକାଳ ୫ଟା ୧ ମିନିଟ ସମୟରେ ଜମ୍ମୁ-କାଶ୍ମୀରର କାତ୍ରାରେ ଏହି ଭୂକମ୍ପ ହୋଇଥିବା ବେଳେ ରିକ୍ଟର ସ୍କେଲରେ ତୀବ୍ରତା ୩.୬ ରେକର୍ଡ କରାଯାଇଛି । ଏହାସହ ଗଭୀରତା ୧୦ କିଲୋମିଟର ରେକର୍ଡ କରାଯାଇଛି । ଜମ୍ମୁ-କାଶ୍ମୀର କାତ୍ରାର ପୂର୍ବଭାଗରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିବା ନେଇ ସୂଚନା ଦିଆଯାଇଛି । ତେବେ ଅକ୍ଷାଂଶ ୩୩.୧୦ ଏବଂ ଦ୍ରାଘିମା ୭୫.୯୭ ରହିଥିବା ନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରେକର୍ଡ କରାଯାଇଛି । ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନଥିବା ବେଳେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: Earthquake In Syria: ଭୂକମ୍ପ ଝଟ୍‌କାରେ ଥରିଲା ସିରିଆ

ଏହା ପୂର୍ବରୁ ଜାନୁଆରୀ ୯ ତାରିଖରେ ଭାରତର ଭୂସ୍ବର୍ଗ କୁହାଯାଉଥିବା ଜମ୍ମୁ-କାଶ୍ମୀରରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଜମ୍ମୁ କାଶ୍ମୀରର କିସ୍ତିଓ୍ବାରେ ଏହି ଭୂକମ୍ପ ହୋଇଥିଲା । ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୩.୬ ମ୍ୟାଗ୍ନିଚ୍ୟୁଡ ରେକର୍ଡ କରାଯାଇଥିଲା । ଏନେଇ ଜାତୀୟ ଭୂକମ୍ପ କେନ୍ଦ୍ର ବିଜ୍ଞାନ ତରଫରୁ ସୂଚନା ପ୍ରଦାନ କରାଯାଇଥିଲା । ଭୂକମ୍ପର ଗଭୀରତା ୧୦ କିଲୋମିଟର ରହିଥିବା ବେଳେ ଏହାର ଅକ୍ଷାଂଶ ୩୩.୫୪ ଏବଂ ଦ୍ରାଘିମା ୭୬.୨୪ରହିଥିଲା । ତେବେ ଭୂକମ୍ପରେ ଜମ୍ମୁ କାଶ୍ମୀରର କିସ୍ତିଓ୍ବାରେ କୌଣସି କ୍ଷତି ହୋଇନଥିଲା । ଏହାପରେ ଆଜି ପୁଣି ସକାଳୁ ସକାଳୁ ଭୂକମ୍ପ ଝଟକା ଅନୁଭୂତ ହୋଇଛି ।

ଏହା ମଧ୍ୟ ପଢନ୍ତୁ: Earthquake hits in Philippines: ଶକ୍ତିଶାଳୀ ଭୂକମ୍ପରେ ଥରିଲା ଫିଲିଫାଇନ୍ସ, ତୀବ୍ରତା୬.୧ ରେକର୍ଡ

ପ୍ରକାଶଥାଉକି, ଗତକାଲି(ଗୁରୁବାର) ବିଳମ୍ବିତ ରାତିରେ ଥରିଥିଲା ଆଫଗାନିସ୍ତାନ । ଆଫଗାନିସ୍ତାନର ଫରିଦାବାଦରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଫରିଦାବାଦର ଉତ୍ତରପୂର୍ବ ଦିଗରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫ ରେକର୍ଡ କରାଯାଇଥିଲା । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ଭୂକମ୍ପ ବିଷୟରେ ସୂଚନା ଦିଆଯାଇଥିଲା ।

ଗୁରୁବାର ରାତି ପ୍ରାୟ ୧୧ଟା ୪୭ ମିନିଟ ସମୟରେ ଭୂକମ୍ପରେ ଥରିଥିଲା ପାକିସ୍ତାନ । ଭୂକମ୍ପର ଗଭୀରତା ୪୩ କିମି ରହିଥିବା ବେଳେ ଅକ୍ଷାଂଶ ୩୭.୧୨୭ ଏବଂ ଦ୍ରାଘିମା ୭୦.୮୦ ରହିଥିବା ନେଇ ସୂଚନା ଦିଆଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.